କ୍ୟାନ୍‌ସର କରିଦେଲା ଅନାଥ

ଖଡ଼ିଆଳ,୧୮ା୭(ସୁଜିତ କୁମାର ପ୍ରଧାନ)- ପ୍ରଥମେ ମା’ ଓ ପରେ ବାପାଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି ୨ବ ନାବାଳିକା। ବୃଦ୍ଧ ଜେଜେବାପା ଏବେ ସେମାନଙ୍କ ଭରସା। ଏଭଳି ଏରିଥି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତ ଚିଚେର ଗାଁରେ।

ଏହି ଗ୍ରାମର ହିରାଲାଲ ବାଗ, ସ୍ତ୍ରୀ ନିରୁଦେଇ ବାଗ ଦୁଇ ନାବାଳିକା ୯ବର୍ଷର ପ୍ରମିଳା ଓ ୭ ବର୍ଷର ଦମୟନ୍ତୀଙ୍କୁ ଧରି ଦୁଃଖକଷ୍ଟରେ ଚଳୁଥିଲେ। ହେଲେ ହଠାତ୍‌ ଏହି ପରିବାର ଉପରକୁ ଯେପରି କଳାମେଘ ଘୋଟିଆସିଲା। ନିରୁଦେଇ ସ୍ତନ କର୍କଟ ରୋଗରେ ପୀଡିତ ହେଲେ। ହୀରାଲାଲ ଯାହାକିଛି ସମ୍ବଳ ଥିବା ବିକିଭାଙ୍ଗି ତାଙ୍କ ଚିକିତ୍ସା କରାଇଲେ। ହେଲେ ଅଧିକ ଚିକିତ୍ସା ସମ୍ଭବ ହୋଇ ନ ଥିଲା। ଶେଷରେ ୨୦୨୦ରେ ସେ ସବୁଦିନ ପାଇଁ ଆଖି ବୁଜିଲେ। ନାବାଳିକା ଦ୍ୱୟ ବାପାଙ୍କ ଭରସାରେ ଦିନ କାଟିଲେ। ଏପରି ସମୟରେ ହୀରାଲାଲ ଲିଭର କ୍ୟାନ୍‌ସର ରୋଗରେ ପୀଡିତ ହୋଇ ୨୦୨୩ରେ ଆରପାରିକୁ ଚାଲିଗଲେ।

ସେହି ଦିନଠାରୁ ଦୁଇ ନାବାଳିକା ମା’ବାପା ଛେଉଣ୍ଡ ହୋଇ ଜେଜେବାପା ଡମ୍ବରୁଧରଙ୍କ ସାହାରାରେ ଦିନ କାଟୁଛନ୍ତି। ଡମ୍ବରୁଧର ଜଣେ ଦିବ୍ୟାଙ୍ଗ। ଏକ ଦୁର୍ଘଟଣାରେ ସେ ତାଙ୍କ ବାମ ହାତ ହରାଇଛନ୍ତି। ନିଜେ ଚଳିବାକୁ ଅକ୍ଷମ। ଏମିତି ଅବସ୍ଥାରେ ସେ କିପରି ଦୁଇ ନାବାଳିକାଙ୍କ କଥା ବୁଝିବେ ତାକୁ ନେଇ ପ୍ରଶ୍ନ। ନାବାଳିକା ଦ୍ୱୟ ଗାଁ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଓ ଦ୍ବିତୀୟ ଶ୍ରେଣୀରେ ପଢ଼ୁଛନ୍ତି। ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ହିଁ ତାଙ୍କୁ ବଞ୍ଚାଇ ରଖିଥିବା ଗାଁ ଲୋକେ କହନ୍ତି। ସରକାର ମା’ବାପା ଛେଉଣ୍ଡ ଦୁଇ ନାବାଳିକାଙ୍କ ଭରଣ ପୋଷଣ କରିବା ଜରୁରୀ ହୋଇପଡିଛି। ଖଡ଼ିଆଳ ତହସିଲଦାର ନରସିଂହ ଗଡ଼ବା ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ଦୁଇ ନାବାଳିକାଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri