Posted inଜାତୀୟ

୧୧ ବର୍ଷର ପୁଅକୁ ୨୦ ବୁଲା କୁକୁର ସହ ଗୋଟିଏ ରୁମ୍‌ରେ ଅଟକ ରଖି ଚର୍ଚ୍ଚାରେ ଦମ୍ପତି

ପୁଣେ,୧୨।୫: ମହାରାଷ୍ଟ୍ରର ପୁଣେରେ ଏକ ଅମାନବୀୟ ଘଟଣା ଘଟିଛି। ଏଠାରେ ଏକ ଦମ୍ପତି ୧୧ ବର୍ଷର ପୁଅକୁ ୨୦ଟି ବୁଲା କୁକୁର ସହ ଗୋଟିଏ ରୁମ୍‌ରେ ଅଟକ ରଖିଥିବା ଅଭିଯୋଗ ହୋଇଛି। ପୋଲିସ ଦମ୍ପତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ପୁଣେର କୋଣ୍ଡୱା ପୋଲିସ ଷ୍ଟେଶନରେ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି। ବାଳକଙ୍କ ଅବସ୍ଥା ସମ୍ପର୍କରେ ସ୍ଥାନୀୟ ଲୋକମାନେ ଅବଗତ ଥିବା ପୋଲିସ କହିଛି। ସ୍ଥାନୀୟ ଲୋକ ପିଲାଟିକୁ ଆପାର୍ଟମେଣ୍ଟ ଝରକାରୁ ଦେଖି ମାନସିକ ସ୍ତରରେ ବିବ୍ରତ ହୋଇପଡିଥିଲେ। ପଡୋଶୀ ଏନ୍‌ଜିଓ ସାହାଯ୍ୟ ଲୋଡି ପିଲାଟିକୁ ସେଠାରୁ ଉଦ୍ଧାର କରିଥିଲେ।
ଏନ୍‌ଜିଓ ଅଧିକାରୀ ଅନୁରାଧାଙ୍କ ଅନୁଯାୟୀ, ଆମେ ଜଣେ ବ୍ୟକ୍ତିଙ୍କଠାରୁ ଏନେଇ ସୂଚନା ପାଇଥିଲୁ। ଏନଜିଓ କର୍ମଚାରୀମାନେ ଆପାର୍ଟମେଣ୍ଟରେ ପହଞ୍ଚିବାରୁ ସେଠାରେ ଘର ବାହାରୁ ତାଲା ପଡିଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ପିଲା ଏବଂ କୁକୁର ଭିତରେ ଥିଲେ। ଏହି ଆପାର୍ଟମେଣ୍ଟରେ କୁକୁରଙ୍କର କଙ୍କାଳ ମଧ୍ୟ ଦେଖିବାକୁ ମିଳିଥିଲା। ପିଲାଟିକୁ ବହୁତ ଖରାପ ଅବସ୍ଥାରେ ରଖାଯାଇଥିଲା। ପ୍ରାୟ ଦୁଇ ବର୍ଷ ହେବ ପିଲାଟି ସହ ଏପରି କାର୍ଯ୍ୟ କରାଯାଉଛି।
ସମ୍ପୃକ୍ତ ବାଳକଙ୍କ ପିତା ଏକ ଦୋକାନ କରନ୍ତି ଏବଂ ତାଙ୍କ ମା’ ସ୍ନାତକ। ଏହି ଘଟଣାରେ ଅଭିଯୁକ୍ତ ଦମ୍ପତି କୁହନ୍ତି ଯେ, ସେମାନେ କୁକୁରକୁ ଭଲ ପାଆନ୍ତି, ସେଥିପାଇଁ କୁକୁରଙ୍କୁ ଘରେ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଅନେକ ପେଟ୍ରୋଲ ପମ୍ପ ବନ୍ଦ; ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ, ଜାଣନ୍ତୁ କେଉଁଠି..

ନୂଆଦିଲ୍ଲୀ,୨୮ା୪: ପ୍ରତିଦିନ ଆମେ ପେଟ୍ରୋଲ ଦରରେ ପରିବର୍ତ୍ତ ଦେଖୁଛେ । ପେଟ୍ରୋଲ ଦର ପ୍ରତିଦିନ ସକାଳ ୬ଟାରେ ନୂଆ ଦର ଜାରି କରିଥାଏ । କିନ୍ତୁ ଏବେ…

୨୪ ଘଣ୍ଟାରେ ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷା! ୫ ଯାଏ ବର୍ଷା ଆଲର୍ଟ ଜାରି

ତାତିରେ ଲାଗିବ ବ୍ରେକ। ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରବଳ ଖରା ଓ ଗରମ ଭିତରେ କାଳବୈଶାଖୀ ବର୍ଷା କିଛିମାତ୍ରାରେ…

ବିଳମ୍ବରେ ଚିକିତ୍ସା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ! ସାକ୍ଷୀଗୋପାଳ ଡାକ୍ତରଖାନାରେ ଉତ୍ତେଜନା, ଅବହେଳାରୁ…

ସାକ୍ଷୀଗୋପାଳ,୨୮। ୪ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆସିଥିବା ଜଣେ ରୋଗୀଙ୍କର ମଙ୍ଗଳବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

‘ ବୁଢ଼ୀ ଠାକୁରାଣୀଙ୍କ  ଯାତ୍ରା ମହୋତ୍ସବ : ଆଗାମୀ ୨ ବର୍ଷ ପାଇଁ ମା ‘ଙ୍କୁ ମେଲାଣି

ଦିଗପହଣ୍ଡି,୨୮|୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଚୈତ୍ର ଶୁକ୍ଳ ନବମୀ ତିଥି ଗତ ମାର୍ଚ୍ଚ ୨୭ ତାରିଖରୁ ୧ ମାସ…

ସରପଞ୍ଚଙ୍କ ତତ୍ତ୍ୱାବଧାନରେ ପରିବେଶର ସୁରକ୍ଷା

ପୁରୁଷୋତ୍ତମପୁର,୨୮ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତ ପକ୍ଷରୁ ପରିବେଶ ସୁରକ୍ଷା ଓ ପରିମଳ ସଚ୍ଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସରପଞ୍ଚ ରାଜଲକ୍ଷ୍ମୀ ବେହେରାଙ୍କ ତତ୍ତ୍ୱାବଧାନରେ…

ଭଞ୍ଜନଗରରେ ଝଡ ତୋଫାନ ସହ ପ୍ରବଳ ବର୍ଷା: ଭାଙ୍ଗିଲା ଗଛ ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର,୨୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୧ ଟା ରୁ ୪ ଟା ପର୍ଯ୍ୟନ୍ତ ଝଡ଼ତୋଫାନ ସହ ମଝିରେ ମଝିରେ ତୁହାକୁ ତୁହା…

HDFC ୟୁଜର୍ସ ସାବଧାନ! ମେ ୧୫ରୁ ବଦଳିବ ଏହି ନିୟମ…

ନୂଆଦିଲ୍ଲୀ,୨୮।୪: HDFC ବ୍ୟାଙ୍କ ଏହାର Regalia Gold କ୍ରେଡିଟ କାର୍ଡର ରିଓ଼୍ବାର୍ଡ ଗଠନ ଏବଂ ଯାତ୍ରା ଲାଭରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ନୂତନ ନିୟମଗୁଡ଼ିକ…

ବିଳମ୍ବରେ ରାତିରେ ଶୋଇବା ଅର୍ଥାତ୍‌ ମୃତ୍ୟୁକୁ ନିମନ୍ତ୍ରଣ କରିବା, ଆପଣ ଏହି ୫ ଗମ୍ଭୀର ରୋଗର ହୋଇପାରନ୍ତି ଶିକାର

ଆଜିକାଲିର ଦ୍ରୁତ ଗତିରେ ଜୀବନରେ, ଲୋକମାନେ ପ୍ରାୟତଃ ରାତି ୧୦ଟା ପରେ ମଧ୍ୟ ଘଣ୍ଟା ଘଣ୍ଟା ଫୋନରେ ଏବଂ କାମରେ ବିତାଇ ଦିଅନ୍ତି। କିନ୍ତୁ ଆପଣ କ’ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri