Posted inଖେଳ

ପାରସ,ସ୍ମୃତି ସିଙ୍ଗିଲ୍ସ ଚାମ୍ପିୟନ

ବଲାଙ୍ଗୀର,୩୦ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମରେ ୩ ଦିନିଆ ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିିପ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ପୁରୁଷ ସିଙ୍ଗଲ୍ସରେ ଭୁବନେଶ୍ୱରର ପାରସ ମାଥୁର ୧୪-୨୧, ୨୧-୧୪ ଓ ୨୧-୧୪ ସେଟ୍‌ରେ ସମ୍ବଲପୁରର ତହସିବ ଖାନଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ମହିଳା ସିଙ୍ଗଲ୍ସରେ କଟକର ସ୍ମୃତି ସ୍ବାଇଁ ୧୯-୨୧, ୨୧-୧୧ ଓ ୨୧-୧୭ ସେଟରେ ଭୁବନେଶ୍ୱରର ହର୍ଷିତା ରାଉତଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ପୁରୁଷ ଡବଲ୍ସରେ ଅବିନାଶ ମହାନ୍ତି ଓ ଆୟୁଷ ପଟ୍ଟନାୟକଙ୍କ ଯୋଡ଼ି ୨୧-୧୮, ୨୧-୧୫ ପଏଣ୍ଟରେ ଅମ୍ଲାନ କେଶରୀ ଗଡ଼ନାୟକ ଓ ତନ୍ମୟ କୁମାର ସାହୁଙ୍କୁ ପରାସ୍ତ କରିଥିବା ବେଳେ ମହିଳା ଡବଲ୍ସରେ ବିଶାଖା ଟପ୍ପୋ ଓ ପ୍ରଗତି ପରିଡ଼ାଙ୍କ ଯୋଡ଼ି ୨୨-୨୦ ଓ ୨୧-୧୬ରେ ହର୍ଷିତା ରାଉତ ଓ ସ୍ମୃତି ସ୍ବାଇଁଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି ା ମିକ୍ସଡ ଡବଲ୍ସ ଫାଇନାଲରେ ଅବିନାଶ ମହାନ୍ତି ଓ ଶ୍ରେୟା ବିଶ୍ୱାଳଙ୍କ ଯୋଡ଼ି ୨୧-୬ ଓ ୨୧-୧୯ରେ ଆୟୁଷ ଦାଶ ଓ ପୂର୍ବା ପ୍ରତ୍ୟାଶା ପଣ୍ଡାଙ୍କୁ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ।
ଉଦଯାପନୀ ସମାରୋହରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ା ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ସାଙ୍ଗଠାନିକ ସମ୍ପାଦକ ସୁରୁଲାଲ ମଟାରୀ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ୧୬ ଜଣ ରେଫରୀ ଓ ଟେକ୍ନିକାଲ ଅଫିସିଆଲ ଖେଳ ପରିଚାଳନା ପାଇଁ ଯୋଗ ଦେଇଥିଲେ। ଚିଫ୍‌ ରେଫରୀ ବିଜୟ କୁମାର ବାଗ ସମସ୍ତ ଖେଳ ପରିଚାଳନା କରିଥିଲେ। ପ୍ରତିଯୋଗିତା ଆୟୋଜନରେ ଜିଲା ବ୍ୟାଡ଼ମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପଦେଷ୍ଟା ବୀରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ଘନଶ୍ୟାମ ମିଶ୍ର, ବୁଲୁ ବେହେରା, ସୁଶାନ୍ତ ମହାନ୍ତି, ଅଭିଜିତ ମିଶ୍ର, ସରୋଜ ସୁନା, କାସିମ ଇକବାଲ, ସଞ୍ଜୀବ ସାହାଣୀ, ସୁଧୀର ପଣ୍ଡା, ସଂଯୋଜକ ଶୁଭ୍ରାଂଶୁ ପଣ୍ଡା, ଅନନ୍ତ ବେହେରା, ମାନସ ମହାନ୍ତି, କବିରାଜ ଠାକୁର, କାହ୍ନୁ ଲାଲ, ସୁରେନ୍ଦ୍ର ନେପାଳ, ଚନ୍ଦନ ମିଶ୍ର ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri