Posted inଖେଳ

ଆଜିଠୁ ପାରାଲିମ୍ପିକ୍ସ:୫୪୯ ପଦକ, ୪୪୦୦ ଆଥଲେଟ୍‌

ପ୍ୟାରିସ୍‌,୨୮ା୮(ପି.ଟି.):ପ୍ୟାରିସ୍‌ ୨୦୨୪ ପାରାଲିମ୍ପିକ୍ସ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଏହି କ୍ରୀଡା ମହାକୁମ୍ଭ ଆୟୋଜିତ ହେବ। ପ୍ୟାରିସ୍‌ରେ ୧୧ଦିନ ବ୍ୟାପୀ ହେବାକୁ ଥିବା ଏହି ଇଭେଣ୍ଟରେ ୨୨ଟି କ୍ରୀଡ଼ା ବର୍ଗର ସମୁଦାୟ ୫୪୯ ପଦକ ପାଇଁ ୪୪୦୦ ଆଥଲେଟ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ୟାରିସ୍‌ରେ ଥିବା ଐତିହାସିକ ପ୍ଲେସ୍‌ ଡି ଲା କନ୍‌କର୍ଡ ଯେଉଁଠାରେ ସ୍କେଟ୍‌ ବୋର୍ଡିଂ, ବ୍ରେକିଙ୍ଗ ଓ ୩ ଏ ସାଇଡ ବାସ୍କେଟବଲ ଭଳି ଇଭେଣ୍ଟ ଆୟୋଜିତ ହୋଇଥିଲା, ସେଠାରେ ପାରାଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହ ଆୟୋଜନ ହେବ। ସେହିପରି ଚେଟାଉ ଡ ଭର୍ସାଲିସ୍‌ ଷ୍ଟାଡିୟମରେ ପାରା ଇକ୍ୱେଷ୍ଟ୍ରେନ୍‌, ହ୍ବିଲ ଚେୟାର ଫେନ୍‌ସିଂ ଓ ପାରା ଆର୍ଚେରୀ ଭଳି
ଇଭେଣ୍ଟ ଆୟୋଜନର କାର୍ଯ୍ୟକ୍ରମ ରହିଛି। ଆଇଫେଲ ଟାଓ୍ବାର ନିକଟରେ ଥିବା ଭେନ୍ୟୁରେ ଦୃଷ୍ଟିବାଧିତ ଫୁଟବଲ ଖେଳାଯିବ। ଏହି ଇଭେଣ୍ଟରେ ପ୍ରତି ଟିମ୍‌ରେ ୫ ଜଣ ଲେଖାଏ ଖେଳାଳି ରହିବେ।
ପ୍ୟାରିସ୍‌ ବିଶ୍ୱର ଅନ୍ୟତମ ସୁନ୍ଦର ସହର ହୋଇଥିବାବେଳେ ପାରା ଆଥଲେଟମାନଙ୍କୁ ଏଠାରେ ଅଂଶଗ୍ରହଣ କରିବାରେ ଏକ ଅନନ୍ୟ ଅଭିଜ୍ଞତା ମିଳିବ ବୋଲି ପାରା ଟ୍ରାୟାଥ୍ଲନ ଚାମ୍ପିୟନ ମତ ଦେଇଛନ୍ତି। ଚଳିତ ପାରାଲିମ୍ପିକ୍ସରେ ଦୃଷ୍ଟିବାଧିତ ଖେଳାଳିଙ୍କ ପାଇଁ ଗୋଲ୍‌ ବଲ ଓ ବୋକିଆ ନାମରେ ଦୁଇଟି ଇଭେଣ୍ଟ ସାମିଲ କରାଯାଇଛି। ସେହିପରି ଟୋକିଓ ପାରାଲିମ୍ପିକ୍ସ ତୁଳନାରେ ମହିଳାଙ୍କ ପାଇଁ ୧୦ଟି ଇଭେଣ୍ଟ ପ୍ରଥମ ଥର ସାମିଲ କରାଯାଇଛି। ମହିଳାଙ୍କୁ ଅଧିକ ସୁଯୋଗ ଦେବା ଲକ୍ଷ୍ୟରେ ଏଭଳି କରାଯାଇଥିବା ପ୍ରକାଶ କରିଛନ୍ତି ଆଲେକ୍ସିସ୍‌ ହାନକ୍ୱିକ୍ୱାଣ୍ଟ।
ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ର ମଶାଲ ଯାତ୍ରା ଶନିବାର ଆରମ୍ଭ ହୋଇଥିଲା। ପାରାଲିମ୍ପିକ୍ସ ଗେମ୍ସର ଜନ୍ମସ୍ଥଳୀ କୁହାଯାଉଥିବା ଷ୍ଟୋକ୍‌ ମାଣ୍ଡେଭିଲେରେ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ମଶାଲଟି ଇଂଲିଶ ଚ୍ୟାନେଲ ଅତିକ୍ରମ କରି ୪ ଦିନ ପରେ ପ୍ୟାରିସ୍‌ରେ ପହଞ୍ଚିବ। ମଶାଲ ରୁଟ୍‌ରେ ଆଟ୍‌ଲାଣ୍ଟିକ୍‌ ସାଗର, ଭୂମଧ୍ୟସାଗର ସହିତ ପାଇରିନିସ୍‌ ଓ ଆଲ୍‌ପସ ପର୍ବତମାଳା ଭଳି ସ୍ଥାନ ରହିବ। ଏହାସହିତ ପାରାଲିମ୍ପିକ୍ସର ୧୧ ଦିନ ଯାକ ଅଲିମ୍ପିକ୍ସ ମଶାଲ ପ୍ୟାରିସ୍‌ ସହର ଉପରେ ଏକ ଉତ୍ତପ୍ତ ବେଲୁନ୍‌ ସାହାଯ୍ୟରେ ଉଡ଼ିବ। ବୁଧବାର ମଶାଲ ପହଞ୍ଚିବା ପରେ ପ୍ୟାରିସ୍‌ ପାରାଲିମ୍ପିକ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଚଳିତ ପାରାଲିମ୍ପିକ୍ସରେ ଏକାଧିକ ଆଥଲେଟଙ୍କ ପାଇଁ ନିଜ ଟାଇଟଲ ଡିଫେଣ୍ଡ କରିବାର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ଭାରତୀୟ ପାରା ଶୁଟର ଅବନୀ ଲେଖାରା ଏହି ତାଲିକାରେ ସାମିଲ ଅଛନ୍ତି। ଏକମାତ୍ର ଭାରତୀୟ ଭାବରେ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ଅବନୀଙ୍କୁ ଏସ୍‌ଏଚ୍‌-୧ ବର୍ଗରେ ନିଜ ସ୍ବର୍ଣ୍ଣ ପଦକ ଡିଫେଣ୍ଡ କରିବାକୁ ହେବ। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଆମେରିକାର ଓକସାନା ମଷ୍ଟର୍ସ ନିଜ ଟାଇଟଲ ଡିଫେଣ୍ଡ କରିବାକୁ ପ୍ରୟାସ କରିବେ। ନିଜ କ୍ୟାରିୟରରେ ୭ ସ୍ବର୍ଣ୍ଣ ସହ ୧୭ ପାରାଲିମ୍ପିକ୍ସ ପଦକ ଜିତି ସାରିଥିବା ଏହି ଆଥଲେଟଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଇଜିପ୍ଟର ପାରା ଶକ୍ତି ଉତ୍ତୋଳକ ଶେରିଫ୍‌ ଓସମାନ ଚତୁର୍ଥ ଓ ଇଟାଲିଆନ୍‌ ଫେନ୍ସର ବେବେ ଭିଓ କ୍ରମାଗତ ତୃତୀୟ ସ୍ବର୍ଣ୍ଣ ପଦକ ଲକ୍ଷ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri