ଉଗ୍ର ହେଉଛି ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ

ପାରାଦୀପ,୨୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ବୋର୍ଡ ଅଫ ମେମ୍ବର(ଲେବର ଟ୍ରଷ୍ଟି) ନିର୍ବାଚନ ଆଉ ଦୁଇ ଦିନ ବାକି ଥିବାବେଳେ ପ୍ରଚାର ଓ ଆରୋପ ପ୍ରତ୍ୟାରୋପ ଉଗ୍ର ହୋଇଛି। ଏହା ମଧ୍ୟରେ କେତେକ ରୋଚକ ଘଟଣା ଘଟିଛି। ରବିବାର ରାତି ୧୧ ଟାରେ ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ଗଲଫ ପଡିଆ ପାଖରେ୨ ୟୁନିୟନ କର୍ମକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମରଣାନ୍ତକ ଆକ୍ରମଣ ହୋଇଥିଲା। ଉଭୟପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏପରିକି ଡାକରୀ ରିପୋର୍ଟ ଓ ଶରୀରର ବିଭିନ୍ନ ଅଙ୍ଗରେ ବ୍ୟାଣ୍ଡେଜ ବାନ୍ଧି ନିଜକୁ ଗୁରୁତର ଆହତ ବୋଲି ଦର୍ଶାଇଥିଲା। ପୋଲିସ ଉକ୍ତ ଘଟଣାରେ ୨ଟି ମାମଲା ରୁଜୁ କରିଛି। କିନ୍ତୁ କାହାକୁ କାହାରିକୁ ଗିରଫ କରିନାହିଁ। ଅପରପକ୍ଷେ ମଙ୍ଗଳବାର ସାରେ ସେହି ୨ ୟୁନିୟନ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଏକାଠି ବୈଠକ କରୁଥିବା ଖବର ମିଳିଛି।
ପାରାଦୀପ ଏରସମା ଶିଳ୍ପାଞ୍ଚଳ ୱାର୍କର୍ସ ୟୁନିୟନ ସଦସ୍ୟ ତଥା ବନ୍ଦର କର୍ମଚାରୀ ଦେବ ପ୍ରସାଦ ସାହୁ ରବିବାର ବିଳମ୍ବିତ ରାତି ୧୨ଟାରେ ଥାନାରେ ଅଭିଯୋଗ କରିଥିଲେ। ତାଙ୍କୁ ଭାରତୀୟ ମଜଦୁର ସଂଘର ସମ୍ପାଦକ ଶ୍ରୀକାନ୍ତ ରାୟ ଓ ସଭାପତି ରାକେଶ ପଟ୍ଟନାୟକ (ରାକା)ଓ ଅନ୍ୟ ୪ ଜଣ ଅଚିହ୍ନା ଯୁବକ ଗଲଫ ପଡିଆ ପାଖରେ ପହଞ୍ଚତ୍ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ସେଥିରେ ତାଙ୍କର ମୁଣ୍ଡ ଓ କାନ୍ଧରେ ଗଭୀର ଆଘାତ ଲାଗିଛି। ଏହି ଘଟଣାରେ ପୋଲିସ ନଂ. ୩୪୮/୨୨ରେ ମାମଲା ରୁଜୁ କରିଛି। ସେହି ରାତି ୨ଟାରେ ମଜଦୁର ସଂଘ ସମ୍ପାଦକ ଶ୍ରୀକାନ୍ତଙ୍କ ଅଭିଯୋଗ କରିଥିଲେ ଯେ, ଦେବପ୍ରସାଦ ଓ ତାଙ୍କ ୟୁନିୟନ ମୁଖ୍ୟ ବାପି ସର୍ଖେଲଙ୍କ ନିର୍ଦ୍ଦେଶରେ ଆସିଥିବା କେତେଜଣ ବ୍ୟକ୍ତି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ତାଙ୍କର ହାତ ଭାଙ୍ଗି ଯାଇଛି। ଏହି ଘଟଣାର ପୋଲିସ ନଂ. ୩୪୯/୨୨ରେ ମାମଲା ରୁଜୁ କରିଛି। ଏହାକୁ ନେଇ ସୋମବାର ଦିନତମାମ ଆରୋପ ପ୍ରତ୍ୟାରୋପ ଚାଲିଥିଲା। ସାରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଅକ୍ଷୟ କୁମାର ଦାସ, ଯୀଶୁଖ୍ରୀଷ୍ଟ ପ୍ରଧାନ ପ୍ରମୁଖ ଏକ ଦାବିପତ୍ର ଏଏସ୍‌ପି ନିମାଇଁ ଚରଣ ସେଠୀଙ୍କୁ ଦେଇଥିଲେ। ସେଥିରେ ଦର୍ଶାଇଥିଲେ, ସର୍ଖେଲଙ୍କ ଜରିଆରେ ପାରାଦୀପରେ ଅଶାନ୍ତ ହେଉଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ମଙ୍ଗଳବାର ପୋଲିସ ଉଭୟପକ୍ଷଙ୍କୁ ଡାକି ଆଲୋଚନା କରିଥିଲେ ହେଁ କାହାକୁ ଗିରଫ କରିନହିଁ। ସାରେ ଉଭୟପକ୍ଷ ସମାଧାନ ପାଇଁ ଆଲୋଚନା ସମ୍ପର୍କରେ ଶିଳ୍ପାଞ୍ଚଳ ୟୁନିୟନ ସମ୍ପାଦକ ସମୀର ବିଶ୍ୱାଳଙ୍କୁ ପଚାରିବରେ ସେ କୁହନ୍ତି, ସେମାନେ ଆସିଛନ୍ତି ଆମ ପାଖକୁ ସମାଧାନ କରିବାକୁ। ମଜଦୁର ସଂଘ ଶ୍ରୀକାନ୍ତ କୁହନ୍ତି, ଆମକୁ ଡାକୁଛନ୍ତି ଅଡୁଆ ତୁଟାଇବା ପାଇଁ। ସବୁଠାରୁ କୌତୁହଳ ହେଲା ଦୁଇଜଣ ମରଣାନ୍ତକ ଆକ୍ରମଣ ଶିକାର ସତ୍ତ୍ୱେ ପ୍ରଚାର ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri