ଝାରପଡ଼ା ଜେଲରେ ପରେଡ: ଅଭିଯୁକ୍ତଙ୍କୁ ଚିହ୍ନିଲେ ନୂଆ ଏସ୍‌ଆଇ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଭୁବନେଶ୍ୱର ସହାରଞ୍ଚଳ ଜିଲା ପୋଲିସ (ୟୁପିଡି) ପକ୍ଷରୁ ରବିବାର ଝାରପଡ଼ା ସ୍ବତନ୍ତ୍ର ଜେଲରେ ବିଚାରଧୀନ କଏଦୀଙ୍କ ପରେଡ କରାଯାଇଛି। ଏହି ପରେଡରେ ଭୁବନେଶ୍ୱରରେ ନବନିଯୁକ୍ତ ୩୯ଜଣ ଏସ୍‌ଆଇ ଅଭିଯୁକ୍ତଙ୍କୁ ଚିହ୍ନିଥିଲେ। ଏସ୍‌ଆଇଙ୍କ ସମେତ ୫୨ଜଣ ପୋଲିସ ଅଧିକାରୀ ଏହି ପରେଡ୍‌ରେ ଭାଗ ନେଇଥିଲେ। ବିଶେଷକରି ଏସ୍‌ଆଇମାନେ ଗତ ୧ରୁ ୭ ତାରିଖ ମଧ୍ୟରେ ସମ୍ପତ୍ତିଗତ ମାମଲାରେ ଜେଲ୍‌ରେ ଥିବା ୨୭ଜଣ ଅଭିଯୁକ୍ତଙ୍କୁ ପ୍ରତ୍ୟକ୍ଷ ଚିହ୍ନିଥିଲେ। ଏଥିସହ ଗତ ସପ୍ତାହରେ ଜେଲରୁ ମୁକୁଳିଥିବା ଅଭିଯୁକ୍ତଙ୍କ ତଥ୍ୟ ମଧ୍ୟ ରଖିଥିଲେ। ସେହିପରି ପୋଲିସ ଅଧିକାରୀମାନେ ଜେଲରେ ଥିବା ପୁରୁଣା ଅଭିଯୁକ୍ତଙ୍କୁ ଚିହ୍ନିଥିଲେ। ତେବେ ପ୍ରତି ରବିବାର ଜେଲ ପରେଡ କରାଯାଉଥିବାବେଳେ ମାସରେ ୨ଥର ଏଭଳି ସମସ୍ତଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ଲକ୍ଷ ରଖାଯାଇଥିବା ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି। ଏହି ପରେଡ୍‌ ଦ୍ୱାରା ଅଭିଯୁକ୍ତଙ୍କୁ ପରବର୍ତ୍ତୀ ସମୟରେ ପୋଲିସ ଅଧିକାରୀମାନେ ଚିହ୍ନି ପାରିବେ ବୋଲି ସେ କହିଛନ୍ତି।
ଞପାଲିସ ମାନୁଆଲ ଅନୁଯାୟୀ, ଜେଲରେ ରହୁଥିବା ଅଭିଯୁକ୍ତଙ୍କ ଉପରେ ପ୍ରତ୍ୟେକ ଥାନାର ଅଧିକାରୀ ନଜର ରଖିବାର ନିୟମ ରହିଛି। ବିଶେଷକରି ଚୋରି, ଲୁଟ୍‌, ଡ଼କାୟତି ଭଳି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ସଂକ୍ରାନ୍ତରେ ପୋଲିସ ତଥ୍ୟ ରଖିବ। ଏଥିସହ ପ୍ରତ୍ୟେକ ସପ୍ତାହରେ ଜେଲକୁ କେତେ ଅଭିଯୁକ୍ତ ଆସିଲେ ଓ କେତେ ମୁକୁଳିଲେ ସେନେଇ ତଥ୍ୟ ରଖିବାର ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri