Posted inଜାତୀୟ

ଗୋଟିଏ ଗୋଡ଼ରେ ୨୮୦୦ କିମି ଯାତ୍ରାକରି ରେକର୍ଡ

ଭୋପାଳ, ୧୨।୧: ମଧ୍ୟପ୍ରଦେଶର ପାରା ସାଇକେଲ ଚାଳକ ତାନ୍ୟା ଡାଗା ଇତିହାସ ସୃଷ୍ଟି କରିଛନ୍ତି। ସେ ୪୨ ଦିନରେ ସାଇକେଲ ଯୋଗେ ୨୮୦୦ କିମି ଯାତ୍ରା କରିଛନ୍ତି। ଏହି ୪୨ ଦିନରେ ତାନ୍ୟା ଜାମ୍ମୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିଥିଲେ। ଏ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ତାନ୍ୟାଙ୍କର ପ୍ରଶଂସା କରି ଲେଖିଛନ୍ତି, ସାହସ ଏବଂ ଧର୍ଯ୍ୟ ଥିଲେ ସବୁ ବାଧା ଦୂର ହୋଇଯାଏ। ଆମର ପାରା ସାଇକେଲ ଚାଳକ ଝିଅ ତାନ୍ୟା ଜାମ୍ମୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରି ମଧ୍ୟପ୍ରଦେଶର ସର୍ବୋଚ୍ଚ ଗୌରବ ଅର୍ଜନ କରିଛନ୍ତି। ଜୀବନର ପ୍ରତ୍ୟେକ ଚ୍ୟାଲେଞ୍ଜକୁ ପରାସ୍ତ କରି ଏହିପରି ଆଗକୁ ଚାଲୁ ରଖ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛାରେ ଲେଖି ଜଣାଇଛନ୍ତି।

ତାନ୍ୟା ଅଭିଯାନରେ ଥିବାବେଳେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ସେ ଏକ ସପ୍ତାହ ପାଇଁ ଘରକୁ ଫେରିଥିଲେ। ପରେ ପୁଣି ଥରେ ନିଜର ଯାତ୍ରା ଆରମ୍ଭ କରି ମିଶନ ଶେଷ କଲେ। ଉକ୍ତ ଅଭିଯାନ ଇନ୍‌ଫିନିଟି କେ୨କେ ୨୦୨୦ର ଏକ ଅଂଶ ଥିଲା।
୩୦ ସଦସ୍ୟ ବିଶିଷ୍ଟ ଏହି ଦଳର ତାନ୍ୟା ଏକ ମାତ୍ର ପାରା ସାଇକେଲ ଚାଳକ ଥିଲେ। ସାରା ଭାରତରେ ପାରା ସ୍ପୋର୍ଟସ ବିଷୟରେ ଅର୍ଥ ସଂଗ୍ରହ କରିବା ଏବଂ ସଚେତନତା ସୃଷ୍ଟି କରିବା ଏହି ଚ୍ୟାରିଟି ମିଶନର ଲକ୍ଷ୍ୟ ଥିଲା। ଏହା ଆଦିତ୍ୟ ମେହେଟ୍ଟା ଫାଉଣ୍ଡେଶନ ଏବଂ ବିଏସ୍‌ଏଫ ଦ୍ୱାରା ଆୟୋଜନ ହୋଇଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ଆତଙ୍କବାଦୀ ଗିରଫ: ଅମରନାଥ ଯାତ୍ରା ଭଣ୍ଡୁର କରିବାକୁ ରଚିଥିଲେ ଯୋଜନା

ଶ୍ରୀନଗର,୧୨।୭: ଜମ୍ମୁ କଶ୍ମୀର ପୋଲିସ ବଡଗାମରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ସୂଚନାନୁସାରେ, ସମସ୍ତ ପାଞ୍ଚଜଣ ଆତଙ୍କବାଦୀ...

ଅନୁଚ୍ଛେଦ ୩୭୦ ହଟିବା ପରେ ୪୩୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ନୂଆଦିଲ୍ଲୀ, ୨।୨ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ରାଜ୍ୟରେ ଜାରି ରହିଥିବା ଆତଙ୍କବାଦ ବିରୋଧି ଅପରେଶନ୍‌ ଅଲ୍‌ଆଉଟ୍‌ ବେଶ୍‌ ସଫଳ ରହିଛି। ରାଜ୍ୟରେ...

ଲାପଟପ-ଟାବଲେଟ ବିକ୍ରିରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି…

ନୂଆଦିଲ୍ଲୀ,୮।୮ : ଦେଶରେ ଲାପଟପ ଏବଂ ଟାବଲେଟ ବିକ୍ରିରେ ବୃଦ୍ଧି ଘଟିଛି। ଗତ ସପ୍ତାହରେ ଅପ୍ରତ୍ୟାଶିତ ଭାବରେ ଲାପଟପ ଏବଂ ଟାବଲେଟ ଆମଦାନୀ ଉପରେ ଭାରତ...

ଅକ୍ସଫୋର୍ଡର ପ୍ରତି ଶିଶି କରୋନା ଭ୍ୟାକ୍ସିନର ଦାମ ରହିବ ୨୦୦ ଟଙ୍କା

ନୂଆଦିଲ୍ଲୀ,୧୧ ।୧: କରୋନାଠାରୁ ଦୂରେଇ ରହିବା ପାଇଁ ଦେଶରେ ପ୍ରସ୍ତୁତ ହୋଇଥିବା ଅକ୍ସୋଫୋର୍ଡ ଭ୍ୟାକ୍ସିନର ପ୍ରତି ଶିଶିର ଦାମ ୨୦୦ ଟଙ୍କା ରହିବ ବୋଲି ଜଣାପଡିଛି...

ମେକ୍‌ ଇନ୍‌ ଇଣ୍ଡିଆ ସ୍ବପ୍ନର ଦୁଃଖଦ ଅନ୍ତ

ମୁମ୍ବାଇ,୧୧।୮: ମହାରାଷ୍ଟ୍ରର ୟଭତମାଲରେ ଜଣେ ଯୁବକଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ସ୍ବପ୍ନର ଏକ ଦୁଃଖଦ ଅନ୍ତ ଘଟିଛି। ପରୀକ୍ଷଣ ସମୟରେ ‘ମୁନ୍ନା ହେଲିକପ୍ଟର’ ଦୁର୍ଘଟଣାଗ୍ରସ୍ତ ହୋଇଯିବାରୁ...

ଟାଟାର ହେଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୮ ।୧୦: ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ ହେବେ । ୧୮,୦୦୦କୋଟି ଡାକରେ ଟାଟା ଏହି ସରକାରୀ ଏୟାର ଲାଇନ୍ସକୁ କିଣି...

ଏହି କାରଣରୁ ଲୋକ ସଭା ବାଚସ୍ପତି ଚେୟାରରେ ବସିବେ ନାହିଁ ଓମ ବିର୍ଲା

ନୂଆଦିଲ୍ଲୀ,୨।୮: ଲୋକ ସଭାରେ ମଙ୍ଗଳବାର ଘଟିଥିବା ଏହି ଘଟଣାରେ ବାଚସ୍ପତି ଓମ ବିର୍ଲା ଅସନ୍ତୁଷ୍ଟ ଅଛନ୍ତି। ଅସନ୍ତୋଷ ବ୍ୟକ୍ତ କରିବାକୁ ଯାଇ ଓମ ବିର୍ଲା ସଂସଦ...

୩ ମାଲବାହୀ ଗାଡ଼ିକୁ ଯୋଡ଼ାଗଲା: ୧୭୭ ଓ୍ବାଗନ ନେଇ ଯାତ୍ରା କଲା ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌

ବିଳାସପୁର,୮।୨: ଭାରତୀୟ ରେଳ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ୩ ମାଲବାହୀ ଗାଡ଼ିକୁ ଯୋଡ଼ାଯାଇଛି। ମୋଟ ୧୭୭ଟି ଓ୍ବାଗନକୁ ନେଇ ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌...

Advertisement
Archives

Model This Week