Posted inଖେଳ

ଭିସେଞ୍ଜାରେ ପାଓଲୋ ରୋସିଙ୍କ ଅନ୍ତ୍ୟେଷ୍ଟି

ଭିସେଞ୍ଜା, ୧୪।୧୨(ଏପି): ଇଟାଲୀ କିମ୍ବଦନ୍ତୀ ଫୁଟବଲର ତଥା ୧୯୮୨ ବିଶ୍ୱକପ୍‌ ହିରୋ ପାଓଲୋ ରୋସିଙ୍କ ଅନ୍ତ୍ୟେଷ୍ଟ୍ରି କ୍ରିୟା ରବିବାର ଭିସେଞ୍ଜାରେ ଅନୁଷ୍ଠିତ ହୋଇଯାଇଛି। ୬୪ ବର୍ଷରେ ରୋସି ବୁଧବାର ପରଲୋକ ଗମନ କରିଥିଲେ। ରୋସିଙ୍କ ପୂର୍ବତନ ସାଥୀ ଖେଳାଳିମାନେ ତାଙ୍କ କଫିନ୍‌ ଉଠାଇଥିଲେ। ଏଥିରେ ନେତୃତ୍ୱ ନେଇଥିଲେ ମାର୍କୋ ଟର୍ଡେଲି ଓ ଆଣ୍ଟୋନିଓ କ୍ୟାବ୍ରିନି। ରୋସିଙ୍କ ପୁଅ ଆଲେଜାଣ୍ଡ୍ରୋ ଏହି ଅବସରରେ ଉପସ୍ଥିତ ଥିଲୋ। ରୋସିଙ୍କ କଫିନ୍‌ ଉପରେ ସେ ପିନ୍ଧିଥିବା ବିଶ୍ୱକପ୍‌ ଜର୍ସିକୁ ଘୋଡ଼ାଇ ଦିଆଯାଇଥିଲା।
କୋଭିଡ୍‌-୧୯ ଯୋଗୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଭିସେଞ୍ଜାର ମୁଖ୍ୟ ଗିର୍ଜାଘରକୁ ମାତ୍ର ୩୦୦ ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଥିଲା। ଶନିବାର ଷ୍ଟାଡିୟଓ ମେଣ୍ଟିରେ ତାଙ୍କ ମରଶରୀର ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା। ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଉଲ୍ଲେଖଥାଉ କି, ରୋସିଙ୍କ ପ୍ରଦର୍ଶନ ବଳରେ ଇଟାଲୀ ୧୯୮୨ ଫିଫା ବିଶ୍ୱକପ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ୧୯୮୦ରେ ବେଟିଂ ମାମଲରେ ଫସି ବାସନ୍ଦ ହେବା ପରେ ସେ ପ୍ରତ୍ୟାବର୍ତ୍ତନ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଅବସର ନେବା ପରେ ସେ ଭାଷ୍ୟକାର ଭାବେ କାର୍ଯ୍ୟ କରିଥିଲେ।
ପୂର୍ବତନ ଫୁଟବଲର ରବର୍ଟ ବାଜିଓ, ପାଓଲେ ମାଲଡିନି ଓ ଇଟାଲିଆନ ସକର ଫେଡେରେଶନ ଅଧ୍ୟକ୍ଷ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ୧୯୮୨ ବିଶ୍ୱକପ୍‌ରେ ରୋସି ସର୍ବାଧିକ ଗୋଲ ସ୍କୋର କରିଥିଲେ। ମାଡ୍ରିଡ୍‌ରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଟାଲୀ ୩-୧ ଗୋଲରେ ପଶ୍ଚିମ ଜର୍ମାନୀକୁ ହରାଇ ଚାମ୍ପିୟନ ହୋଇଥିଲା। ଏହି ନିର୍ଣ୍ଣାୟକ ମ୍ୟାଚରେ ରୋସି ପ୍ରଥମ ଗୋଲ ଦେଇ ଇଟାଲୀକୁ ଅଗ୍ରଣୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସି ପ୍ରକାଶ କଲେ ପୂଜାରା

ମୁମ୍ବାଇ,୨୩।୫: ଜୁଲାଇ ୧ରୁ ବର୍ମିଂହାମରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ଲାଗି ଭାରତୀୟ ଟେଷ୍ଟ ଦଳରୁ ଡାକରା ପାଇବା ପରେ ଖୁସି ପ୍ରକାଶ...

ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟିି-୨୦ ଶୃଙ୍ଖଳା ଗୁରୁବାର ଆରମ୍ଭ ହୋଇଛି। ଅରୁଣ ଜେଟଲି ଷ୍ଟାଡିୟମରେ ଆରମ୍ଭ ହୋଇଥିବା...

ଦ୍ୱିତୀୟ ଦିନିକିଆରେ ବର୍ଷା ବାଧକ: ପ୍ରଥମେ ବ୍ୟାଟିଂ କରୁଛି ଭାରତ

ହାମିଲଟନ,୨୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆ ହାମିଲଟନର ସିଡନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ଆଇପିଏଲ: ଓ୍ବାଙ୍ଖଡେରେ ମ୍ୟାଚ୍‌ ଦେଖିବା ପାଇଁ ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ

ମୁମ୍ବାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଏଥର ୧୦ଟି ମ୍ୟାଚ୍‌ ଆୟୋଜନ ହେବ। ଏହି ମ୍ୟାଚ୍‌ଗୁଡିକ ଦେଖିବାକୁ ଏବେ...

ପିଙ୍କ୍‌ବଲ୍‌ରେ ଭାରତୀୟ ଦଳର ଅଭ୍ୟାସ

ଇନ୍ଦୋର, ୧୩।୧୧(ପି.ଟି.)-ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଏଠାରେ ଗୁରୁବାରଠାରୁ ଆରମ୍ଭ ହେବ। ଏହାପରେ କଲିକତାର ଇଡେନ ଗାର୍ଡେନରେ ଦ୍ୱିତୀୟ ଟେଷ୍ଟ ୨୨...

ମହିଳା ୟୁରୋପିଆନ ଚାମ୍ପିୟନଶିପ୍‌ ୨୦୨୨କୁ ଘୁଞ୍ଚିଲା

ନିୟନ (ସୁଇଜରଲାଣ୍ଡ), ୨୪ା୪ (ଏପି)- ୨୦୨୧ରେ ହେବାକୁଥିବା ମହିଳା ୟୁରୋପିଆନ ଚାମ୍ପିୟନଶିପ୍‌ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। କାରଣ କରୋନା ଭାଇରସ ଜନିତ କାରଣରୁ...

କୋହଲିଙ୍କ ମଜାକ୍‌ ଉଡାଇଲେ ଇଂଲଣ୍ଡ କ୍ରିକେଟର୍‌

ଲଣ୍ଡନ, ୧୨।୭: ଇଂଲଣ୍ଡରେ ବିଶ୍ୱକପ ଚାଲିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା’ର ଟୁଇଟର ପେଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମ୍ରାଟ ଭାବରେ...

ପୁଣି ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ କ୍ରମାଗତ ଦ୍ୱିତୀୟଥର ଜାତୀୟ ରେକର୍ଡ...

Advertisement
Archives

Model This Week