ପର୍ଯ୍ୟଟକଙ୍କ ସେବାରେ ଲାଗୁନି ପାନ୍ଥଶାଳା

ସାକ୍ଷୀଗୋପାଳ,୭।୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁଦାନରେ ସାକ୍ଷୀଗୋପାଳ ମନ୍ଦିର ନିକଟରେ ନିର୍ମିତ ପାନ୍ଥଶାଳା ପର୍ଯ୍ୟଟକଙ୍କ ସେବାରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଦୂରଦୂରାନ୍ତରୁ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଏଠାରେ ହଟହଟା ହେଉଛନ୍ତି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ମାୟାପୁର ଓ ଆସାମରୁ ଏକ ଟ୍ୟୁରିଷ୍ଟ ବସ୍‌ ଯୋଗେ ରବିବାର ସକାଳେ ୪ଶହ ତୀର୍ଥଯାତ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ପରେ ସେମାନେ ସାଙ୍ଗରେ ଆଣିଥିବା ଖାଦ୍ୟ ନେଇ ପାନ୍ଥଶାଳାକୁ ଯାଇଥିଲେ। ମାତ୍ର ସେଠାରେ ଏକ ମାଙ୍ଗଳିକ ଉତ୍ସବ ଚାଲିଥିଲା। ଅନ୍ୟ ଉପାୟ ନ ପାଇ ସେମାନେ ପାଶର୍‌ବରେ ଥିବା ଏକ ଶୌଚାଳୟ ସଂଲଗ୍ନ ଅପରିଷ୍କାର ପଡ଼ିଆରେ ବସି ଭୋଜନ କରୁଥିବା ଦେଖିବାକୁ ମିଳିଥିଲା। ଏପରି ଅବ୍ୟବସ୍ଥା ନେଇ ସେମାନେ ଗଣମାଧ୍ୟମ ଜରିଆରେ ପୁରୀ ଜିଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ପୁରାତନ ତୀର୍ଥସ୍ଥଳୀ ସାକ୍ଷୀଗୋପାଳରେ ପର୍ଯ୍ୟଟକଙ୍କୁ ସାଧାରଣ ସୁବିଧା ଯୋଗାଇ ଦେବାକୁ ଦାବି କରିଥିଲେ। ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧାରୁ ସେମାନଙ୍କୁ ବଞ୍ଚିତ କରିବା ଘଟଣାରେ ସେମାନେ ମନ୍ଦିର ପ୍ରଶାସନକୁ ଦାୟୀ କରିବା ସହ ବିଭାଗୀୟ କର୍ତ୍ତୃପକ୍ଷ ଠିକଣା ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏଭଳି ଘଟଣା ଅନେକଥର ଘଟିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉଲ୍ଲେଖଥାଉ କି, ସାକ୍ଷୀଗୋପାଳ ମନ୍ଦିର ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇଟି ପ୍ରାସାଦ ନିର୍ମାଣ କରାଯାଇ ରକ୍ଷଣାବେକ୍ଷଣ ପାଇଁ ଉକ୍ତ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିଲା। ଗୋଟିଏ ପାନ୍ଥଶାଳା ଓ ଅନ୍ୟଟି ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ନେଇ କଲ୍ୟାଣ ମଣ୍ଡପ ନିମନ୍ତେ ଉଦ୍ଦିଷ୍ଟ ରଖାଯାଇଛି। ପାନ୍ଥଶାଳାରେ ୭ଟି ସୁଟ୍‌ରେ ଡବଲ ବେଡ୍‌, ଗଦି, ଚେୟାର, ଟେବୁଲ, ଡ୍ରେସିଂ ଟେବୁଲ ଦିଆଯାଇଛି। ହେଲେ ଅଧିକାଂଶ ସମୟ ପାନ୍ଥଶାଳାରେ ଭୋଜି କାର୍ଯ୍ୟକ୍ରମ ହେଉଥିବାରୁ ପର୍ଯ୍ୟଟକମାନେ ଆସି ପାନ୍ଥଶାଳାରେ ଜାଗା ନ ପାଇ ବସ୍‌ଷ୍ଟାଣ୍ଡ, ରାସ୍ତାକଡ଼ ଓ ଶୌଚାଳୟ ଆଦି ଅତ୍ୟନ୍ତ ଅପରିଷ୍କାର ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ଓ ବିଶ୍ରାମ ନେବାକୁ ବାଧ୍ୟ ହେଉଛନ୍ତି। ଏପରି କି ପାନ୍ଥଶାଳା ସମ୍ମୁଖ ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମର ଅଳିଆ ପଡ଼ିରହୁଥିବା ବେଳେ ତାହା ସଫା ହେଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ଦିର ପ୍ରଶାସନର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri