ପର୍ଯ୍ୟଟକଙ୍କ ସେବାରେ ଲାଗୁନି ପାନ୍ଥଶାଳା

ସାକ୍ଷୀଗୋପାଳ,୭।୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁଦାନରେ ସାକ୍ଷୀଗୋପାଳ ମନ୍ଦିର ନିକଟରେ ନିର୍ମିତ ପାନ୍ଥଶାଳା ପର୍ଯ୍ୟଟକଙ୍କ ସେବାରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଦୂରଦୂରାନ୍ତରୁ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଏଠାରେ ହଟହଟା ହେଉଛନ୍ତି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ମାୟାପୁର ଓ ଆସାମରୁ ଏକ ଟ୍ୟୁରିଷ୍ଟ ବସ୍‌ ଯୋଗେ ରବିବାର ସକାଳେ ୪ଶହ ତୀର୍ଥଯାତ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ପରେ ସେମାନେ ସାଙ୍ଗରେ ଆଣିଥିବା ଖାଦ୍ୟ ନେଇ ପାନ୍ଥଶାଳାକୁ ଯାଇଥିଲେ। ମାତ୍ର ସେଠାରେ ଏକ ମାଙ୍ଗଳିକ ଉତ୍ସବ ଚାଲିଥିଲା। ଅନ୍ୟ ଉପାୟ ନ ପାଇ ସେମାନେ ପାଶର୍‌ବରେ ଥିବା ଏକ ଶୌଚାଳୟ ସଂଲଗ୍ନ ଅପରିଷ୍କାର ପଡ଼ିଆରେ ବସି ଭୋଜନ କରୁଥିବା ଦେଖିବାକୁ ମିଳିଥିଲା। ଏପରି ଅବ୍ୟବସ୍ଥା ନେଇ ସେମାନେ ଗଣମାଧ୍ୟମ ଜରିଆରେ ପୁରୀ ଜିଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ପୁରାତନ ତୀର୍ଥସ୍ଥଳୀ ସାକ୍ଷୀଗୋପାଳରେ ପର୍ଯ୍ୟଟକଙ୍କୁ ସାଧାରଣ ସୁବିଧା ଯୋଗାଇ ଦେବାକୁ ଦାବି କରିଥିଲେ। ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧାରୁ ସେମାନଙ୍କୁ ବଞ୍ଚିତ କରିବା ଘଟଣାରେ ସେମାନେ ମନ୍ଦିର ପ୍ରଶାସନକୁ ଦାୟୀ କରିବା ସହ ବିଭାଗୀୟ କର୍ତ୍ତୃପକ୍ଷ ଠିକଣା ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏଭଳି ଘଟଣା ଅନେକଥର ଘଟିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉଲ୍ଲେଖଥାଉ କି, ସାକ୍ଷୀଗୋପାଳ ମନ୍ଦିର ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇଟି ପ୍ରାସାଦ ନିର୍ମାଣ କରାଯାଇ ରକ୍ଷଣାବେକ୍ଷଣ ପାଇଁ ଉକ୍ତ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିଲା। ଗୋଟିଏ ପାନ୍ଥଶାଳା ଓ ଅନ୍ୟଟି ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ନେଇ କଲ୍ୟାଣ ମଣ୍ଡପ ନିମନ୍ତେ ଉଦ୍ଦିଷ୍ଟ ରଖାଯାଇଛି। ପାନ୍ଥଶାଳାରେ ୭ଟି ସୁଟ୍‌ରେ ଡବଲ ବେଡ୍‌, ଗଦି, ଚେୟାର, ଟେବୁଲ, ଡ୍ରେସିଂ ଟେବୁଲ ଦିଆଯାଇଛି। ହେଲେ ଅଧିକାଂଶ ସମୟ ପାନ୍ଥଶାଳାରେ ଭୋଜି କାର୍ଯ୍ୟକ୍ରମ ହେଉଥିବାରୁ ପର୍ଯ୍ୟଟକମାନେ ଆସି ପାନ୍ଥଶାଳାରେ ଜାଗା ନ ପାଇ ବସ୍‌ଷ୍ଟାଣ୍ଡ, ରାସ୍ତାକଡ଼ ଓ ଶୌଚାଳୟ ଆଦି ଅତ୍ୟନ୍ତ ଅପରିଷ୍କାର ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ଓ ବିଶ୍ରାମ ନେବାକୁ ବାଧ୍ୟ ହେଉଛନ୍ତି। ଏପରି କି ପାନ୍ଥଶାଳା ସମ୍ମୁଖ ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମର ଅଳିଆ ପଡ଼ିରହୁଥିବା ବେଳେ ତାହା ସଫା ହେଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ଦିର ପ୍ରଶାସନର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ତାପମାତ୍ରା କମିବ: ଶୀତ ବଢ଼ିବ

ଭୁବନେଶ୍ୱର, ୨୫।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶରେ ସ୍ଥଳଭାଗ ଛୁଇଁ ଅବପାତରେ ପରିଣତ ହୋଇଛି...

୩ ଓଡ଼ିଆ ପାଇବେ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୨ା୧(ବ୍ୟୁରୋ):ଭାରତୀୟ ଶିଶୁ କଲ୍ୟାଣ ପରିଷଦ ବା ଇଣ୍ଡିଆନ କାଉନ୍‌ସିଲ ଫର୍‌ ଚାଇଲ୍ଡ ଓ୍ବେଲ୍‌ଫେୟାର(ଆଇସିସିଡବ୍ଲ୍ୟୁ) ପକ୍ଷରୁ ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ସାହସୀ ପିଲାଙ୍କ...

ସିଭିଲ ସର୍ଭିସ୍‌ ପାଇଁ ମାଗଣା କୋଚିଂ ଭେଳିକି

ଭୁବନେଶ୍ୱର, ୯।୨(ବ୍ୟୁରୋ): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆଙ୍କ ସଫଳତା ହାର ନୈରାଶ୍ୟଜନକ ରହୁଛି। ଏ କ୍ଷେତ୍ରରେ ନିଜ ଛାତ୍ରୀଛାତ୍ରଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ...

ଗ୍ରାମବାସୀଙ୍କୁ ଦେଖି ହରିଣକୁ ଛାଡ଼ି ପଳାଇଲେ ଶିକାରୀ

ବାରିପଦା ଅଫିସ,୧୦।୧- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗ୍ରାମରୁ ସୋମବାର ଏକ ହରିଣ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବାହ୍ନରେ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରୁ...

ରାଜ୍ୟର ୪ ଜିଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ...

ତଦାରଖ ଅଭାବରୁ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ରାଇଘର, ୨୪।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଖୋଲାଖୋଲିଭାବେ ମେସିନ ଦ୍ୱାରା କାର୍ଯ୍ୟ କରାଯାଉଛି। ଗତ ଆର୍ଥିକ ବର୍ଷରେ ବ୍ଲକର ୨୬ ପଞ୍ଚାୟତରେ ଏହି...

ଛତିଶଗଡ଼ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ସମ୍ଭାଳିଲେ ଓଡ଼ିଆ ପୁଅ

ଭୁବନେଶ୍ୱର୍‌,୧୧।୧(ବ୍ୟୁରୋ): ୧୯୯୨ ବ୍ୟାଚର ଆଇଏଏସ୍‌ ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ଼ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ...

ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍ବତନ୍ତ୍ର ସ୍କୁଲ ବନ୍ଦ

ଭୁବନେଶ୍ୱର, ୧୮।୭(ବ୍ୟୁରୋ)- ମହାମାରୀ କରୋନା ଯୋଗୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ସ୍ବତନ୍ତ୍ର ସ୍କୁଲ ବନ୍ଦ ରହିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା...

Advertisement
Archives

Model This Week