ଆଶା, ଆଶଙ୍କାରେ ଜିଲା ପରିଷଦ ପ୍ରାର୍ଥୀ

କଣାସ,୭।୨(ସ୍ବ.ପ୍ର.): ଆସନ୍ତା ୧୬ତାରିଖରେ କଣାସ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ହେବ। ଏହିଦିନ ପାଖେଇ ଆସୁଥିବା ହେତୁ ବ୍ଲକର ୩, ୪ ଓ ୫ ନମ୍ବର ଜିଲା ପରିଷଦ ଜୋନରେ ନିର୍ବାଚନ ଉଷ୍ମତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରିବାରେ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି। ପ୍ରତ୍ୟେକ ଜୋନରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବାର ନିଶ୍ଚିତ ହୋଇସାରିଛି। ହେଲେ ବ୍ଲକର କୌଣସି ଜୋନରେ କଂଗ୍ରେସ ଦଳର ପ୍ରାର୍ଥୀ ନ ଥିବାବେଳେ ସେହି ଭୋଟରମାନେ କେଉଁ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଯିବେ ତାହା କଳନା କରିବା ସମ୍ଭବ ହେଉନି। ତେଣୁ ଜିଲା ପରିଷଦ ପ୍ରାର୍ଥୀମାନେ ଆଶା, ଆଶଙ୍କାରେ ରହିଛନ୍ତି।
କଣାସ ବ୍ଲକର ୩ ନମ୍ବର ଜୋନରେ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଣତି ଜେନା ବିଜେଡି, ମୀନାକ୍ଷୀ ମିଶ୍ର ଭାଜପା, ତପସ୍ବିନୀ ମହାରଥା ସିପିଆଇ(ଏମ୍‌) ଓ ସତ୍ୟଭାମା ମଲ୍ଲିକ ସ୍ବାଧୀନ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ୩ ନମ୍ବର ଜୋନରେ ବିଜେଡି, ଭାଜପା ଓ କଂଗ୍ରେସ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୨୯,୦୧୪ ମତଦାନ ହୋଇଥିବା ବେଳେ ୫୪୧ଖଣ୍ଡ ନାକଚ ହୋଇଥିଲା। ବିଜେଡି ପ୍ରାର୍ଥୀ ୧୬,୩୬୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଭାଜପା ୨ୟ ଓ କଂଗ୍ରେସ ୩ୟ ସ୍ଥାନରେ ରହିଥିଲେ। ସେହିପରି ୪ ନମ୍ବର ଜୋନରେ ୬ଜଣ ପ୍ରାର୍ଥୀ ରହିଛନ୍ତି। ଅଶୋକ ପ୍ରଧାନ ସିପିଆଇ (ଏମ୍‌ଏଲ), କରୁଣାକର ଦାସ ବିଏସ୍‌ପି, ଭୀମସେନ ପାଇକରାୟ ବିଜେଡି, ରାମଚନ୍ଦ୍ର ବେହେରା ସ୍ବାଧୀନ, ସୌମ୍ୟକାନ୍ତ ବେହେରା ଏଏପି ଓ ସୌମ୍ୟରଞ୍ଜନ ବଳିଆରସିଂହ ଭାଜପାରୁ ନିର୍ବାଚନ ଲଢୁଛନ୍ତି। ଭାଜପା ପ୍ରାର୍ଥୀ ସୌମ୍ୟରଞ୍ଜନ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହଙ୍କ ପୁତ୍ର ହୋଇଥିବାବେଳେ ଭାଜପାର ବିଦ୍ରୋହୀ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ରାମଚନ୍ଦ୍ର ବେହେରା। ଗତ ନିର୍ବାଚନରେ ୨୭୧୮୦ ମତଦାନ ହୋଇଥିବା ବେଳେ ୪୮୮ ଖଣ୍ଡ ନାକଚ ହୋଇଥିଲା। ୧୨୩୮୬ ଭୋଟ ପାଇ ବିଜେଡି ପ୍ରଥମ, ୨ୟରେ କଂଗ୍ରେସ ଏବଂ ୩ୟରେ ଥିଲା ଭାଜପା। ସେହିପରି ୫ ନମ୍ବର ଜୋନରେ ୫ ପ୍ରାର୍ଥୀ ଥିବାବେଳେ କରୁଣାକର ଦାସ ବିଏସ୍‌ପି, ଧନେଶ୍ୱର ସ୍ବାଇଁ ସିପିଆଇ(ଏମ୍‌), ପ୍ରସନ୍ନ ପାଇକରାୟ ସ୍ବାଧୀନ, ଲତାମଣି ଜଗଦ୍ଦେବ ଭାଜପା ଓ ଲିଙ୍ଗରାଜ ସ୍ବାଇଁ ବିଜେଡି ପ୍ରାର୍ଥୀ ଭାବେ ଲଢ଼େଇ କରୁଛନ୍ତି। ଗତ ନିର୍ବାଚନରେ ୩୧,୪୯୫ ମତଦାନ ମଧ୍ୟରୁ ନାକଚ ହୋଇଥିଲା ୩୮୦ ଭୋଟ। ୧୪,୨୦୪ ଭୋଟ ପାଇ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଭାଜପା ପ୍ରାର୍ଥୀ ୨ୟ ଓ କଂଗ୍ରେସ ୩ୟରେ ରହିଥିଲା। ୨୦୧୭ ନିର୍ବାଚନ ପରିସଂଖ୍ୟାନରୁ ଜଣାପଡେ ୩ଟି ଜୋନରେ କଂଗ୍ରେସ ପଛୁଆ ଭାବେ ରହିଛି। ଚଳିତଥର ସ୍ବାଧୀନ, ସିପିଆଇ(ଏମ୍‌), ସିପିଆଇ (ଏମ୍‌ଏଲ), ଏଏପି ଓ ବିଏସ୍‌ପିର ପ୍ରାର୍ଥୀମାନେ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ୪ ନମ୍ବର ଜୋନରେ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ଭାଜପା ପାଇଁ କଣ୍ଟା ସଦୃଶ ପ୍ରତୀୟମାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଅରେ ପଡି ୨ ବର୍ଷ ଶିଶୁର ଜୀବନ ଗଲା

ପାଟଣା, ୯ା୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସକାଳେ ଟୁନା ମୁଣ୍ଡାଙ୍କ ୨ ବର୍ଷର ପୁଅ ଜଗା...

ନିଆରା ଲାଗିବ ନଗର

ଅନୁଗୋଳ ଅଫିସ, ୨୦ା୯: ବିଶ୍ୱକର୍ମା ପୂଜା ଶେଷ ନ ହେଉଣୁ ମା’ ଦୁର୍ଗା ଓ ଲକ୍ଷ୍ମୀ ପୂଜାକୁ ନେଇ ଅନୁଗୋଳରେ ଆରମ୍ଭ ହୋଇଗଲାଣି ସାଜସଜ୍ଜା। ଏପରି...

ହାତୀ ମୃତ୍ୟୁକୁ ନେଇ ସ୍ବତନ୍ତ୍ର ଟିମ୍‌ର ତଦନ୍ତ: ସିବିଆଇ ତଦନ୍ତ ଦାବିକଲା ଭଞ୍ଜସେନା

ବାରିପଦା ଅଫିସ,୧୨।୧୨: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଦନ୍ତାହାତୀର ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ସୋମବାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।...

ଇଏ କି ଶାଳଗ୍ରାମ

ପୁରୀ ଅଫିସ,୧୬।୬: ସନାତନ ପରମ୍ପରାରେ ଶାଳଗ୍ରାମଙ୍କୁ ସ୍ବୟଂ ବିଷ୍ଣୁଙ୍କ ସ୍ବରୂପ ଭାବେ ଉପାସନା କରାଯାଇଥାଏ। ବର୍ତ୍ତମାନ ପ୍ରକୃତ ଶାଳଗ୍ରାମ ପ୍ରାୟତଃ ଆଉ ମିଳୁନାହିଁ। ଶ୍ରୀମନ୍ଦିରରେ ଚିତ୍ରିତ...

ବଅଁରପାଳ ପୋଲିସ ଜାଲରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ: କାର୍‌, ଲୁଟ୍‌ ସାମଗ୍ରୀ ଜବତ

ଅନୁଗୋଳ ଅଫିସ, ୧୩।୧:  ଅନୁଗୋଳ ଜିଲା ବଅଁରପାଳ ପୋଲିସ ହାତରେ ଧରାପଡ଼ିଛନ୍ତି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ। ସେମାନେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲାର ଟାଟା...

୧୦୦୦ ପୁଅରେ ୮୯୮ ଝିଅ ଜନ୍ମ

ଯାଜପୁର ଅଫିସ,୩ା୬: ଯାଜପୁର ଜିଲାରେ ପୁଅଙ୍କ ତୁଳନାରେ ଝିଅ ଜନ୍ମ ଅନୁପାତ ହ୍ରାସ ଉଦବେଗଜନକ ହୋଇଛି। ୨୦୧୫-୧୬ ବର୍ଷରେ ଯାଜପୁର ଜିଲାରେ ୧୦୦୦ ପୁଅ ତୁଳନାରେ...

ଚିଟ୍‌ଫଣ୍ଡ ଠକେଇ ମାମଲା: କମ୍ପାନୀ ଏମ୍‌ଡି, ମ୍ୟାନେଜରଙ୍କୁ ୭ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସ୍ବତନ୍ତ୍ର ଚିଟଫଣ୍ଡ୍‌ କୋର୍ଟ ଜଜ୍‌ ଏକ ଟଙ୍କା ଠକେଇ ମାମଲାର ଶୁଣାଣି କରି ରାମକ୍ରିଷ୍ଣା ଇଲେକ୍ଟ୍ରୋ କଣ୍ଟ୍ରୋଲ୍‌ ଲିମିଟେଡ୍‌ ନାମକ ଅର୍ଥଲଗାଣକାରୀ...

‘ଆମ ହସ୍‌ପିଟାଲ’ ଯୋଜନାରେ ଜିକେଭଟ୍ଟର ଡାକ୍ତରଖାନା

ଜଳେଶ୍ୱର,୭ା୧(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ଆମ ହସ୍‌ପିଟାଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫ଟି ଡାକ୍ତରଖାନାକୁ ସାମିଲ କରାଯାଇଛି। ଶୁକ୍ରବାର ଜିଲାପାଳ ଜିକେ ଭଟ୍ଟର ହସ୍‌ପିଟାଲ ପରିଦର୍ଶନରେ ଆସି...

Advertisement
Archives

Model This Week