Posted inଖେଳ

ପନ୍ତଙ୍କ ଅଭାବ ଅନୁଭୂତ ହେବ

ନାଗପୁର,୭ା୨ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଷ୍ଟାର ଉଇକେଟ କିପର ବ୍ୟାଟର ରିଷଭ ପନ୍ତଙ୍କ ଅଭାବ ଅନୁଭବ କରିବ ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ୍‌ ଚାପେଲ୍‌। ପନ୍ତଙ୍କ ଉପସ୍ଥିତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସଙ୍କ ନିଦ ହଜେଇ ଦେବା ପାଇଁ ଯଥେଷ୍ଟ ହୋଇଥାନ୍ତା। ଯଦିଓ ଏହି ସିରିଜ ପାଇଁ ଭାରତ ଫେବରିଟ୍‌ ତଥାପି ଦଳ ପନ୍ତଙ୍କୁ ମିସ୍‌ କରିବ। ଡିସେମ୍ବର ୨୦୨୨ରେ ପନ୍ତ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆଣ୍ଠୁ ଓ ଗୋଇଠିରେ ଏକାଧିକ ଅସ୍ତ୍ରୋପଚାର ହୋଇଥିବା ବେଳେ ସେ ଏଯାଏ ହସ୍ପିଟାଲରୁ ଡିସଚାର୍ଜ ହୋଇ ନାହାନ୍ତି। ପନ୍ତଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ନିଶ୍ଚୟ ଖୁସି ଥିବ। ପନ୍ତ ଏମିତି ଜଣେ ଖେଳାଳି ଯିଏ କାଉଣ୍ଟର ଆଟାକ କରିବାରେ ମାହିର। ଦ୍ରୁତ ରନ୍‌ କରିବା ସହିତ ସେ ଗୋଟିଏ ସେସନରେ ଖେଳର ମାହୋଲ ପରିବର୍ତ୍ତନ କରିବାରେ ସମର୍ଥ।
ଅଶ୍ୱିନଙ୍କ ବିପକ୍ଷରେ ସତର୍କତା ଆବଶ୍ୟକ: ସ୍ପିନର ଆର. ଅଶ୍ୱିନ ଜଣେ ବିପଜ୍ଜନକ ବୋଲର ଏବଂ ତାଙ୍କ ବିପକ୍ଷରେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅଧିକ ସତର୍କତା ଆପଣେଇବାକୁ ପଡିବ ବୋଲି କହିଛନ୍ତି ଚାପେଲ୍‌। ଅଶ୍ୱିନ୍‌ ଜଣେ ଚତୁର କ୍ରିକେଟର ତେଣୁ ସେ ସର୍ବଦା ସମସ୍ୟା ସୃଷ୍ଟି କରିବେ। ଅଶ୍ୱିନ୍‌ ନିଜ ପସନ୍ଦର ଲାଇନ ଲେଙ୍ଗ୍ଥରେ ବୋଲିଂ କରିବାରେ ସକ୍ଷମ ହେଲେ ତେବେ ନିଶ୍ଚିତ ଭାବରେ ଘାତକ ସାବ୍ୟସ୍ତ ହେବେ। ଅନ୍ୟ ପକ୍ଷରେ ତାଙ୍କ ବିପକ୍ଷରେ ସିଙ୍ଗଲ ଓ ଡବଲ ରନ୍‌ ସ୍କୋର କରିବା ସହିତ ଷ୍ଟ୍ରାଇକ୍‌ ପରିବର୍ତ୍ତନ କଲେ ସଫଳତା ମିଳିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଚାପେଲ୍‌।
ଲିୟନଙ୍କ ଲାଇନ୍‌: ଅଷ୍ଟ୍ରେଲିଆନ୍‌ ସ୍ପିନର ନାଥନ ଲିୟନ୍‌ ଜଣେ ଦକ୍ଷ ବୋଲର। ଟେଷ୍ଟ କ୍ରିକେଟରେ ସେ ୪୦୦ରୁ ଅଧିକ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି। ତେବେ ଭାରତୀୟ ଡାହାଣ ହାତୀ ବ୍ୟାଟରଙ୍କୁ ସେ କିଭଳି ବୋଲିଂ କରୁଛନ୍ତି ତାହା ଦେଖିବାକୁ ପଡିବ ବୋଲି କହିଛନ୍ତି ଚାପେଲ। ଯଦି ଲେଗ୍‌ ସାଇଡରେ ତାଙ୍କ ବିପକ୍ଷରେ ଅଧିକ ରନ୍‌ ସ୍କୋର ହୁଏ ତେବେ ସେ ଉଇକେଟ ଟୁ ଉଇକେଟ ବୋଲିଂ କରୁଥିବେ। ମାତ୍ର ଯଦି ଅଫସାଇଡରେ ତାଙ୍କ ବିପକ୍ଷରେ ରନ୍‌ ସ୍କୋର ହେଉଛି ତେବେ ସେ ଟର୍ନ ଉପରେ ଅଧିକ ନିର୍ଭରଶୀଳ ରହିବେ। ଏପରି ହେଲେ ସେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାର ସମ୍ଭାବନା ବଢିବ ବୋଲି ମଧ୍ୟ ଚାପେଲ କହିଛନ୍ତି।
ଆଗରଙ୍କ ବଦଳରେ ଗ୍ରୀନ୍‌: ଦ୍ୱିତୀୟ ସ୍ପିନର ଭାବରେ ଆଷ୍ଟନ ଆଗରଙ୍କୁ ଖେଳାଇବା ସପକ୍ଷରେ ନାହାନ୍ତି ଇଆନ୍‌ ଚାପେଲ୍‌। ଏହା ପରିବର୍ତ୍ତେ ସେ କାମେରୁନ୍‌ ଗ୍ରୀନଙ୍କୁ ପସନ୍ଦ କରିବେ ବୋଲି ସେ କହିଛନ୍ତି। ବୋଲିଂରେ ବାମ-ଡାହାଣ ବିବିଧତା ପାଇଁ ଅଷ୍ଟ୍ରେଲିଆ ଆଗରଙ୍କୁ ସାମିଲ କରିପାରେ। ମାତ୍ର ଯଦି ଆଗର ଦ୍ୱିତୀୟ ପସନ୍ଦର ସ୍ପିନର ନୁହନ୍ତି ତେବେ ସ୍ପେଶାଲିଷ୍ଟ ବ୍ୟାଟର ଭାବରେ ଗ୍ରୀନଙ୍କୁ ଖେଳାଇବା ଅଷ୍ଟ୍ରେଲିଆ ପାଇଁ ଳାଭଦାୟକ ରହିବ। ଆଗରଙ୍କ ଆଭରେଜ ୪୦ ରହିଥିବା ବେଳେ ତାଙ୍କୁ ଖେଳାଇବାକୁ ଚାପେଲ ବିରୋଧ କରିଛନ୍ତି।
ମୋରିସ୍‌ଙ୍କ ଡେବ୍ୟୁ: ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁ ମିଚେଲ ଷ୍ଟାର୍କ ଓ ଜୋଶ ହେଜେଲଉଡ୍‌ ବାଦ ପଡିଥିବା ବେଳେ ଲାନ୍ସ ମୋରିସ୍‌ ଏହି ମ୍ୟାଚରେ ପଦାର୍ପଣ କରି ପାରନ୍ତି। ତେବେ ମୋରିସଙ୍କୁ ସୁଯୋଗ ପ୍ରଦାନ କରିବା ପୂର୍ବରୁ ଦୁଇ ଆହତ ପେସର୍‌ ଷ୍ଟାର୍କ ଓ ହେଜେଲଉଡଙ୍କ ସହିତ କମିନ୍ସ ଆଲୋଚନା କରିବା ଉଚିତ୍‌ ବୋଲି କହିଛନ୍ତି ଚାପେଲ୍‌। ମୋରିସ୍‌ଙ୍କ ନିକଟରେ ପେସ୍‌ ରହିଛି ମାତ୍ର ଆଡିଲେଡର ବାଉନ୍ସି ଟ୍ରାକରେ ସୁଯୋଗ ମିଳିନଥିବା ବେଳେ ନାଗପୁର ଟ୍ରାକରେ ସେ କଣ କରିବେ ବୋଲି ଚାପେଲ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri