ସଜେଇ ହେଉଛି ପାଣିକୋଇଲି ବଜାର

ପାଣିକୋଇଲି,୧୧ା୯(ବିକାଶ ମଲ୍ଲିକ): ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ପୂଜା ପାଇବାକୁ ଓହ୍ଲାଇ ଆସିବେ ଗଜାନନ। ଏଥିଲାଗି ସଜେଇ ହେଉଛି ପାଣିକୋଇଲି ବଜାର। ଦୋଳ ମେଲଣ ପରେ ଗଜାନନଙ୍କ ପୂଜା ପାଣିକୋଇଲିର ଅନ୍ୟତମ ଗଣପର୍ବ ହୋଇଥିବାବେଳେ ଏଥି ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ୧୯୫୭ରୁ ପାଣିକୋଇଲି ଅଞ୍ଚଳର ଦିବଂଗତ ଜନନେତା କିଶୋର ଚନ୍ଦ୍ର ମଲ୍ଲିକ ଏଠାରେ ଗଜାନନଙ୍କ ପୂଜା ଆରମ୍ଭ କରିଥିଲେ। ସେବେଠାରୁ ବହୁ ଘାତପ୍ରତିଘାତ ସତ୍ତ୍ୱେ ଉକ୍ତ ପୂଜାକୁ ବଞ୍ଚାଇ ରଖିଛନ୍ତି ପାଣିକୋଇଲି ବଜାରର ବ୍ୟବସାୟୀ ଓ ସ୍ଥାନୀୟ ଯୁବକମାନେ। ଆଗରୁ ବଜାର ଉପରେ ଅସ୍ଥାୟୀ ତମ୍ବୁତଳେ ପୂଜା ହେଉଥିବା ବେଳେ ବର୍ତ୍ତମାନ ତାହା ବଜାରର ମଧ୍ୟସ୍ଥଳୀରେ ଥିବା ମା’ତାରିଣୀଙ୍କ ମନ୍ଦିରରେ ଆୟୋଜିତ ହେଉଛି। ପ୍ରତ୍ୟେକ ବର୍ଷ ଜାକଜମକରେ ପାଳନ କରାଯାଉଥିବା ଗଜାନନଙ୍କ ପୂଜାଚଳିତ ବର୍ଷ ମଧ୍ୟ ଶୃଙ୍ଖଳାର ସହିତ ପାଳନ କରାଯିବ। ଏଥିଲାଗି ସୁଦୃଶ ତୋରଣ ସହିତ ଆକର୍ଷଣୀୟ ମାଟିର ପ୍ରତିମାଙ୍କ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପୂଜା ପାଳନ ଲାଗି ଦିନ ରାତି ଏକ କରିଦେଇଛନ୍ତି ସ୍ଥାନୀୟ ଗଣେଶ କମିଟିର ସଦସ୍ୟ ତଥା ବଜାରର ସମସ୍ତ ବ୍ୟବସାୟୀ। ଚଳିତ ବର୍ଷ ପୂଜା ୧୯ ତାରିଖରେ ଆରମ୍ଭ ହେବ। ୨୩ ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ଦିଲୀପ କୁମାର ନାୟକ, ଉପସଭାପତି ନଟବର ଦଳାଇ, ସମ୍ପାଦକ ବିଜନ ଧଳ, ବଳରାମ ସାହୁ, ବିଶ୍ୱନାଥ ଆଇଚ, ପୁରୁଷୋତ୍ତମ ସାହୁ, ଦୀପକ ପରିଡ଼ା, ରାଜନ୍ଦ୍ର ବେହେରା, ସଞ୍ଜୟ ଦଳେଇ, ଅଜୟ ଧଳ, ଗଣେଶ ମଲ୍ଲିକ, କପିଳେଶ୍ୱର ରଣା, ସରୋଜ ପଣ୍ଡା, ଅକ୍ଷୟ ସାହୁ, ଅମର ଆଇଚ, ରାଜେନ୍ଦ୍ର ଦଳାଇ, ପ୍ରତାପ ସାହୁ, ଶ୍ରୀରାମ କବି, ସତ୍ୟବ୍ରତ ସାହୁ, ବୈଳାସ ବେହେରା, ସୌମ୍ୟରଞ୍ଜନ ପରିଡ଼ା, ସନ୍ତୋଷ ଜେନା, ଦୀପକ ନାୟକ, ନାରାୟଣ ଦଳାଇ, ଜ୍ୟୋତିପ୍ରକାଶ ମଲ୍ଲିକ ଓ ପ୍ରଭାକର ପଣ୍ଡା ପ୍ରମୁଖ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri