Posted inଜାତୀୟ

ଦଶହରା ଶୋଭାଯାତ୍ରାରେ ଉତ୍ତେଜନା! ହଠାତ୍ ଉଗ୍ର ହେଲା ହାତୀ, ଦୌଡିଦୌଡି….

ବେଙ୍ଗାଲୁରୁ,୨୨ା୧୦: କର୍ନାଟକର ଶିବମୋଗାରେ ଦଶହରା ଉତ୍ସବ ଚାଲିଥିବା ବେଳେ ଏକ ଅଘଟଣକୁ ନେଇ ଆତଙ୍କ ଖେଳିଯାଇଛି । ଶୋଭାଯାତ୍ରା ସମୟରେ ‘ସୋମନ୍ନା’ ନାମକ ଏକ ହାତୀ ହଠାତ୍ ଉଗ୍ର ହୋଇ ଦୌଡ଼ିବାକୁ ଲାଗିଥିଲା। ଏହା ଦେଖି ଉପସ୍ଥିତ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ରାସ୍ତାରେ ଦୁଇଟି ହାତୀ ଦ୍ରୁତ ଗତିରେ ଦୌଡ଼ୁଥିବା ବେଳେ ପୋଲିସ କର୍ମଚାରୀମାନେ ସ୍ଥିତି ନିୟନ୍ତ୍ରଣ କରିବାକୁ ସେମାନଙ୍କ ପଛରେ ଦୌଡ଼ିଥିଲେ।

ଶୋଭାଯାତ୍ରା ସମୟରେ ହାତୀ ସୋମନ୍ନା ହଠାତ୍ ଉତ୍ତେଜିତ ହୋଇ ଦୌଡ଼ିବାରୁ ତା’ ଉପରେ ରଖାଯାଇଥିବା ହାଉଦା ମଧ୍ୟ ଖସିପଡ଼ିଥିଲା। ଫଳରେ ସୁରକ୍ଷାକର୍ମୀ ଓ ସେଠାରେ ଉପସ୍ଥିତ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପଶୁ ଡାକ୍ତରଙ୍କୁ ଡକାଯାଇଥିଲା। ହାତୀକୁ ଶାନ୍ତ କରିବା ପାଇଁ ତାକୁ ନିଶ୍ଚେତକ ଇଞ୍ଜେକ୍ସନ ଦିଆଯାଇଥିଲା। ଘଟଣାର ଖବର ପାଇ ଶିବମୋଗ୍ଗାର ଏସ୍‌ପି ଓ ଡିଏଫ୍‌ଓ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ତଦାରଖ କରିଥିଲେ । ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ସୁରକ୍ଷିତ ଦୂରତାରେ ରହିବାକୁ କହିଥିଲା।

ପ୍ରଶାସନର ସୂଚନା ଅନୁସାରେ, ନିଶ୍ଚେତକ ଔଷଧ ଦିଆଯିବା ପରେ ହାତୀ ସୋମନ୍ନାର ସ୍ୱାସ୍ଥ୍ୟରେ ସୁଧାର ଆସୁଛି । ବର୍ତ୍ତମାନ ତାକୁ କୋଟ୍‌ ସୀତାରାମାଞ୍ଜନେୟ ମନ୍ଦିର ନିକଟରେ ରଖାଯାଇଛି। ପଶୁ ଡାକ୍ତରଙ୍କ ନିରୀକ୍ଷଣରେ ତା’ର ଚିକିତ୍ସା ଓ ସୁସ୍ଥ ହେବା ପ୍ରକ୍ରିୟା ଜାରି ରହିଛି।
ଆସନ୍ତା ବର୍ଷଠାରୁ ହାତୀଙ୍କୁ ଦିଆଯିବ ୨୦ରୁ ୩୦ ଦିନର ପ୍ରଶିକ୍ଷଣ
ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି କର୍ନାଟକର ବନ, ପରିବେଶ ଓ ପରିସଂସ୍ଥିତି ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ। ସେ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିବା ସହ ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ, ସେଥିପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ଆସନ୍ତା ବର୍ଷଠାରୁ ଦଶହରାର ଜମ୍ବୁ ସବାରିରେ ଭାଗ ନେବାକୁ ଥିବା ସମସ୍ତ ହାତୀଙ୍କୁ ଶୋଭାଯାତ୍ରା ପୂର୍ବରୁ ୨୦ ଦିନରୁ ଏକ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ। ଅଭିଜ୍ଞ ମାହୁନ୍ତ ଓ ହାତୀ ଯତ୍ନକାରୀଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଦିଆଯିବ, ଯାହାଦ୍ୱାରା ହାତୀମାନେ ଭିଡ଼ ଓ ଉତ୍ସବର ପରିବେଶ ସହ ଅଭ୍ୟସ୍ତ ହୋଇପାରିବେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?