Posted inଫୁରସତ

ଉତ୍ତରାଖଣ୍ଡର ‘ପନୀର’ ଗାଁ: ନାମକରଣ ପଛରେ ରହିଛି ଏଭଳି…

ମସୁରୀ: ଅନେକ ଗ୍ରାମ ରହିଛି ଯାହା ନିଜର ଅଜବ ନାମକୁ ନେଇ ଖ୍ୟାତ। ସେଭଳି ଏକ ଗ୍ରାମ ହେଉଛି ଉତ୍ତରାଖଣ୍ଡ ମସୁରୀ ନିକଟସ୍ଥ ରୌତୁ ଗ୍ରାମ। ଲୋକଙ୍କ ଜୀବିକାକୁ ନେଇ ଏହାର ନାମକରଣ ହୋଇଛି। ପନୀର ଭିଲେଜ୍‌(ଗାଁ) ଭାବେ ଲୋକେ ଏହାକୁ ଚିହ୍ନନ୍ତି। କାରଣ ଏହି ଗ୍ରାମର ବାସିନ୍ଦା ପନୀର ବ୍ୟବସାୟ ସହ ଜଡ଼ିତ। ଭଲ ରୋଜଗାର ହେଉଥିବାରୁ ଏଥିପ୍ରତି ଗ୍ରାମବାସୀଙ୍କ ଉତ୍ସାହ ବଢ଼ୁଛି। କେବଳ ଟିହରୀ, ଉତ୍ତରକାଶୀ ନୁହେଁ ବରଂ ଡେରାଡୁନ୍‌, ମସୁରୀ ଏବଂ ଦିଲ୍ଲୀ ଯାଏ ଏହି ଗ୍ରାମରୁ ଆସୁଥିବା ପନୀରର ଚାହିଦା ରହିଛି।

ରୌତୁ ଗ୍ରାମବାସୀ ବିଶେଷଭାବେ କୃଷକ ସମ୍ପ୍ରଦାୟର। ପୂର୍ବରୁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେଠାକାର ଅଧିକାଂଶ ଯୁବକ ବାହାର ରାଜ୍ୟକୁ ଚାଲିଯାଉଥିଲେ। ହେଲେ ଏବେ ସେମାନେ ପନୀରକୁ ବେଉଷା ଭାବେ ଗ୍ରହଣ କରିଛନ୍ତି। ଏଠାରେ ପାରମ୍ପରିକ ପଦ୍ଧତିରେ ପନୀର ପ୍ରସ୍ତୁତ ହେଉଥିବାରୁ ଏହାର ଚାହିଦା ରହିଛି। ପ୍ରଥମେ ଗ୍ରାମର ୩୫ରୁ ୪୦ ପରିବାର ପନୀର ପ୍ରସ୍ତୁତ କରୁଥିବା ବେଳେ ଏବେ ପ୍ରାୟ ସମସ୍ତେ ଏହାକୁ ବେଉସା ଭାବେ ଆପଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ବି ଚାଟ୍‌ କରୁଥିଲେ ବ୍ୟକ୍ତି; ଭାଇରାଲ ହେଲା ଫଟୋ: ଲୋକେ କହୁଛନ୍ତି…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଫଟୋ ନଚେତ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଓଠରେ ହସ ଫୁଟାଇଥାଏ। ସେଭଳି ଏକ ଫଟୋ...

ବିବାହ କରି ନ ପାରି ସଲମାନ୍‌ଙ୍କୁ ମାଗିଲେ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବେ

ଉତ୍ତରପ୍ରଦେଶର ଶାମଲି ନିବାସୀ ଆଜୀମ ମନସୁରୀ ତାଙ୍କ ବିବାହକୁ ନେଇ ବହୁତ ବ୍ୟସ୍ତ ହୋଇପଡ଼ିଛନ୍ତି। ବର୍ତ୍ତମାନ ଆଜୀମଙ୍କ ବୟସ ୨୬। ମାତ୍ର ତାଙ୍କର ଉଚ୍ଚତା ବୟସ...

ପେଟ୍ରୋଲ ଭରିବା ସମୟରେ କିଛି ଘଟିଲା ଏଭଳି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବେମତେରା,୨୮।୭: ପେଟ୍ରୋଲ ଭରିବା ସମୟରେ କେତେକ ସାବଧାନି ଅବଲମ୍ବନ କରିବାକୁ ପଡ଼ିଥାଏ। ଟିକିଏ ବି ଅସର୍ତକତା ଦୁର୍ଘଟଣା ଘଟାଇପାରେ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି...

ଇଣ୍ଟରନେଟ୍‌ରେ ଲୋକାଲ ଲାଙ୍ଗୁଏଜ୍‌

ଦିନ ଥିଲା ଇଣ୍ଟରନେଟ୍‌ରେ ଅନ୍ୟ ଦେଶଗୁଡିକ ଭଳି ଆମ ଦେଶରେ ମଧ୍ୟ କେବଳ ଇଣ୍ଟରନ୍ୟାଶନାଲ୍‌ ଲାଙ୍ଗୁଏଜ ଇଂଲିଶର ପ୍ରଚଳନ ଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ଲୋକାଲ୍‌...

ଓଲଟି ପଡ଼ିଛି ପିଆଜ ଟ୍ରକ, ପାଖରେ ଶୋଇ ଫୋନ୍‌ରେ ଗପୁଛନ୍ତି ଡ୍ରାଇଭର; ଫଟୋ ଶେୟାର କଲେ ଅରୁଣ ବୋଥ୍ରା

ବେଳେବେଳେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି...

ଏହି ଦେଶରେ ରହିଛି ସୁନାର ପାହାଡ଼, ଆଣିବା ପାଇଁ ଲୋକଙ୍କ ଭିଡ଼

ମଧ୍ୟ ଆଫ୍ରିକାର କଙ୍ଗୋରେ ଏକ ନୂଆ ପାହାଡ଼ର ସନ୍ଧାନ ମିଳିଛି। ଯେଉଁଥିରେ ୬୦ରୁ ୯୦ ପ୍ରତିଶତ ଭାଗ ସୁନାରେ ଭରିରହିଛି। ଏକ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ...

ଦ୍ୱନ୍ଦ୍ୱ ସୃଷ୍ଟି କଲା କାଠ ବାଘ: ଉଦ୍ଧାର ପାଇଁ ପହଞ୍ଚିଲା ହେଲିକ‌ପ୍ଟର‌, ପୋଲିସ

ନୂଆଦିଲ୍ଲୀ:- ଏକ କାଠ ତିଆରି ବାଘ ଯୋଗୁ ନାକେଦମ ହୋଇଛି ପୋଲିସ ଅବିକଳ ବାଘ ଭଳି ଦେଖାଯାଉଥିବା ମୂର୍ତ୍ତିକୁ ଜୀବନ୍ତ ବାଘ ବୋଲି ଭାବି ସଶସ୍ତ୍ର...

ତିନି ଗୋଡ଼ିଆ ମଣିଷ ଫ୍ରାନ୍ସେସ୍କୋ: ଥିଲା ୪ ପାଦ ଓ ଦୁଇଟି ଗୁପ୍ତାଙ୍ଗ

ବେଳେବେଳେ ଆମେ ଏମିତି କିଛି ଅଜବ ଦେଖୁ ଯାହାକୁ ସହଜରେ ବିଶ୍ୱାସ କରିହୁଏନା। ସେମିତି କିଛି ଅଜବ ଦେଖିବାକୁ ମିଳିଥିଲା ଇଟାଲିରେ। ଏଠାକାର ଜଣେ ବ୍ୟକ୍ତି...

Advertisement
Archives

Model This Week