ଚାକିରି ଛାଡିଲେ ପାଣ୍ଡିଆନଙ୍କ ସ୍ତ୍ରୀ Sujata Karthikeyan, ଆଗକୁ କରିବେ କ’ଣ?

ଭୁବନେଶ୍ୱର,୨୯।୩: ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଡ଼ ଖବର। IAS ଚାକିରିରୁ ଅବସର ନେଇଛନ୍ତି ସୁଜାତା କାର୍ତ୍ତିକେୟନ। ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ୨୦୦୦ବ୍ୟାଚର ଆଇଏଏସ ଅଧିକାରୀ। ତେବେ ଭିଆରଏସକୁ କେନ୍ଦ୍ର ଅନୁମୋଦନ କରିଥିବା ସୂଚନା ମିଳିଛି। ଏବେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ଖବର ପରେ ଏବେ ତାଙ୍କର ଆଗାମୀ ଷ୍ଟେପ ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନାଥାଉ କି, ସୁଜାତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ। ଦୀର୍ଘ ୬ମାସ ସେ ତାଙ୍କ ଝିଅର ୧୦ମ ପାଠପଢା ଲାଗି ଛୁଟିରେ ରହିବା ପରେ କିଛିଦିନ ତଳେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ଆହୁରି ଅଧିକ ଦିନ ଛୁଟି ଆବେଦନ କରିଥିଲେ ମଧ୍ୟ ଭାଜପା ସରକାର ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହାପରେ ସେ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।

୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟିରେ ଥିଲେ। ନଭେମ୍ବର ୨୬, ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ଭାଜପା ସରକାର ଅନୁମତି ଦେଇ ନଥିଲେ। ଏହାପରେ ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି, ଯାହାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ଏହି ନିଷ୍ପତ୍ତି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।

ତେବେ ସୁଜାତାଙ୍କ ଭିଆରଏସ ନେବା ନିଷ୍ପତ୍ତି ଏବେ ନୁହେଁ ଲୋକ ସଭା ନିର୍ବାଚନ ପରେ ମଧ୍ୟ ଚର୍ଚ୍ଚାରେ ଥିଲା। ବହୁ ରାଜନୈତିକ ବିଶେଷଜ୍ଞ ଆକଳନ କରିଥିଲେ ଯେ, ପାଣ୍ଡିଆନ ରାଜନୀତି ଛାଡିବା ପରେ ସୁଜାତା ମଧ୍ୟ ଭିଆରଏସ ନେବେ। କିନ୍ତୁ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟି ନେଇଥିଲେ। ଏହାପରେ ସେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଆବେଦନ କରିଥିଲେ କିନ୍ତୁ ମୋହନ ସରକାର ଅନୁମତି ଦେଇ ନଥିଲେ। ଏବଂ ସେ ପୁଣି ଚାକିରିରେ ଯୋଗ ଦେଇଥିଲେ।

ସୁଜାତାଙ୍କ କ୍ୟାରିୟର:
ସୁଜାତାଙ୍କ ଘର ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାରେ। ତାଙ୍କ ପ୍ରାରମ୍ଭିକ ଜୀବନ ଝାଡ଼ଖଣ୍ଡର ଜାମସେଦପୁରରେ କଟିଥିଲା, ଯେଉଁଠାରେ ତାଙ୍କ ପିତା ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ ଆଇଏଏସ କ୍ୟାରିୟର ଆରମ୍ଭ ହୋଇଥିଲା। ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବ ଭାବେ କାର୍ଯ୍ୟ କରିଥିଲେ, ଯାହା ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୦୧ରେ ଆରମ୍ଭ ହୋଇଥିଲା।
ତେବେ ଲୋକ ସଭା ନିର୍ବାଚନ ସମୟରେ ରାଜନୀତି ଏକ ରୋଚକ ମୋଡ ନେଇଥିଲା। ସୁଜାତା ଆର୍‌. କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି କରାଯାଇଥିଲା। ସେ ମିଶନ ଶକ୍ତି ବିଭାଗର କମିଶନର-କମ-ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ। ଏହି ବଦଳି ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଥିଲା, ଯାହା ଭାରତୀୟ ଜନତା ପାର୍ଟି (BJP)ର ଏକ ଅଭିଯୋଗ ପରେ ଆସିଥିଲା।

୨୦୨୪ ମେ ୨ ତାରିଖରେ, ଭାଜପା ଇସିଙ୍କ ପାଖରେ ଅଭିଯୋଗ ଆଣିଥିଲା ଯେ, ସୁଜାତା,ମିଶନ ଶକ୍ତି ବିଭାଗର ଅଧିକାରକୁ ଦୁରୁପଯୋଗ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (SHG) ମାଧ୍ୟମରେ ବିଜେଡି ପାଇଁ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି। ଏହି ଅଭିଯୋଗ ପରେ ECI ତାଙ୍କୁ ତୁରନ୍ତ ଏକ “ଜନସାଧାରଣ ସହ ସିଧାସଳଖ ସମ୍ପର୍କ ନଥିବା” (non-public dealing) ବିଭାଗକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶର ପରଦିନ, ଓଡ଼ିଶା ସରକାର ସୁଜାତାଙ୍କୁ ମିଶନ ଶକ୍ତିରୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ (Special Secretary to Finance Department) ଭାବେ ନିଯୁକ୍ତି ଦେଇ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହା ସହିତ, ତାଙ୍କ ଅତିରିକ୍ତ ଦାୟିତ୍ୱ ଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରୁ ମଧ୍ୟ ତାଙ୍କୁ ମୁକ୍ତ କରାଯାଇଥିଲା। ଏହି ଦୁଇ ବିଭାଗର ଦାୟିତ୍ୱ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତଙ୍କୁ ଅତିରିକ୍ତ ଭାବେ ଦିଆଗଲା।ଏହି ବଦଳି ଓଡ଼ିଶାର ରାଜନୈତିକ ଓ ପ୍ରଶାସନିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?