ରାଜନୀତିରେ ହଇଚଇ: ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କରୁଛନ୍ତି ଗୁପ୍ତ ମନ୍ତ୍ରଣା, ନବୀନଙ୍କ ପାଇଁ…

Featured Video Play Icon

ଭୁବନେଶ୍ୱର,୨୫ା୮(ରବିନାରାୟଣ ଜେନା): ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିବା ସୁଜାତା କାର୍ତ୍ତିକେୟନ ରାଉତ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିର ମଙ୍ଗ ଧରିବା ନେଇ ଚର୍ଚ୍ଚା ଲାଗି ରହିଛି। ରବିବାର ସୁଜାତାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ ହେବା ପରେ ତାଙ୍କୁ ଦଳୀୟ ନେତା, ଭାଜପାର ବରିଷ୍ଠ ନେତୃବୃନ୍ଦ ଓ ମନ୍ତ୍ରୀଙ୍କ ସାକ୍ଷାତ ପରେ ଏବେ ବିଜେଡିରେ ନେତୃତ୍ୱ ତଥା ଉତ୍ତରାଧିକାରୀ କଥା ସାମ୍ନାକୁ ଆସିଛି। କେତେକ ସାମାଜିକ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ମଧ୍ୟ ହେଲାଣି, ସୁଜାତା ଖୁବ୍‌ଶୀଘ୍ର ଦଳର ନେତୃତ୍ୱ ନେବେ। ତେବେ କଥାଟା ଯେତିକି ଗୁରୁତ୍ୱ ରଖୁଛି ତାକୁ ବଳ ଯୋଗାଇଛି ବିଜେଡିର ବୈଠକ।
ବିଜେଡି ବୈଠକରେ ସୁଜାତାଙ୍କ ଉପସ୍ଥିତି ଯେମିତି ସବୁ କିଛି ବୟାନ କରୁଛି। କିଛିମାସ ପୂର୍ବରୁ ସୁଜାତା ଆଇଏଏସ୍‌ ପଦରୁ ଅବ୍ୟାହତି ନେବା ରାଜ୍ୟବାସୀଙ୍କୁ ଯେତିକି ଆଶ୍ଚର୍ଯ୍ୟ ଚକିତ କରିଥିଲା ଏବେ ତାଙ୍କର ବୈଠକରେ ଉପସ୍ଥିତ ରହିବା ତାକୁ ଅଧିକ ରଞ୍ଜିତ କରୁଛି। ସାମାଜିକ ଗଣମାଧ୍ୟମରେ ଯେଉଁ ଭିଡିଓ ଘୂରି ବୁଲୁଛି ତାହା ନ କହିଲେ ବି ସବୁ ବୁଝାଇ ଦେଉଛି। ତେବେ ଭିଡିଓରେ ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି। ବୈଠକରେ କ’ଣ ସବୁ ଆଲୋଚନା ହୋଇଛି ତାହା ସ୍ପଷ୍ଟ ଜଣାପଡୁ ନ ଥିଲେ ହେଁ ଆଗାମୀ ଦିନରେ ଦଳରେ କିଛି ନୂଆ ସମୀକରଣ ହେବାକୁ ଯାଉଥିବା ସଙ୍କେତ ଦେବା ସହ କିଛି ଗୁପ୍ତ ମନ୍ତ୍ରଣା ଚାଲିଥିବା ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି। ତେବେ ବିରୋଧୀ ଦଳ ପକ୍ଷରୁ ଚର୍ଚ୍ଚାକୁ ଖଣ୍ଡନ କରାଯାଇ ନାହିଁ କିମ୍ବା କୌଣସି ପ୍ରକାର ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇନାହିଁ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଜେଡିରେ ନେତୃତ୍ୱ ପରିବର୍ତ୍ତନ ନେଇ ଯେତେବେଳେ ଚର୍ଚ୍ଚା ଜୋର ଧରିଛି, ସେତେବେଳେ ସଭାପତି ନବୀନ ତାକୁ ହାଲୁକା ଢଙ୍ଗରେ ନେଇଛନ୍ତି। ଭବିଷ୍ୟତରେ ଦଳର ମଙ୍ଗ କିଏ ଧରିବ ତାହା ରାଜ୍ୟବାସୀ ନିଷ୍ପତ୍ତି ନେବେ ବୋଲି ନବୀନ କହି ଆସୁଥିବାରୁ ଆଗାମୀ ଦିନରେ ବିଜେଡି ରାଜନୀତି କେଉଁ ଆଡ଼କୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?