ପାଣ୍ଡିଆନ ଖେଳିଲେ ପୁତୁରା କାର୍ଡ

ଭୁବନେଶ୍ୱର,୯ା୬(ଅନିଲ ଦାସ)ବିଜେଡିର ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ବରିଷ୍ଠ ନେତାମାନେ ଏ ପର୍ଯ୍ୟନ୍ତ ପାଟି ଫିଟାଇ ନ ଥିବା ବେଳେ ଏହି ନିର୍ବାଚନରେ ମୁଖ୍ୟ ଭୂମିକା ନେଇଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ଦଳର ମଧ୍ୟମ ବର୍ଗ ନେତା ଓ ତଳ ସ୍ତରର କର୍ମୀମାନେ ପ୍ରବଳ ବିରୋଧ କରିବା ଆରମ୍ଭ କରିଛନ୍ତି। ଦଳର ଯୁବ ଓ ଛାତ୍ର କର୍ମୀମାନେ ଏହି ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଶଙ୍ଖ ଭବନରେ ପୂରାଇ ନ ଦେବାକୁ ଚେତାବନୀ ଦେଇଛନ୍ତିି। ଏପରି କି ପାଣ୍ଡିଆନଙ୍କ ପାଇଁ ଖବରଦାତା ସମ୍ମିଳନୀ ନ କରିବାକୁ ଦଳର ମୁଖପାତ୍ରମାନଙ୍କୁ ମଧ୍ୟ ସତର୍କ କରାଇଛନ୍ତି। କେବଳ ତଳସ୍ତର କର୍ମୀ ନୁହନ୍ତି ଆଗାମୀ ଦିନରେ ଉପର ସ୍ତରର ନେତାମାନେ ବିରୋଧ କରିବେ ବୋଲି ରାଜନୀତି ବିଶାରଦ ମତ ଦେଲେଣି। ଦଳରୁ ବିରୋଧ ହେବା ଜାଣି ଶନିବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ସପକ୍ଷରେ ଏକ ଜାତୀୟ ଗଣମାଧ୍ୟମରେ ମତ ରଖି ଏହି ଅସନ୍ତୋଷକୁ ଚପାଇବାକୁ ଉଦ୍ୟମ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ ପରାଜୟ ପରେ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ପାଣ୍ଡିଆନ ଜଣେ ଅଫିସର ଭାବେ ବହୁତ ଭଲ କାମ କରିଛନ୍ତି। ଅବସର ପରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ସେ କୌଣସି ପଦ ପଦବୀରେ ନାହାନ୍ତି। ନିର୍ବାଚନ ଲଢ଼ିନାହାନ୍ତି। ସେ ଜଣେ ନିଷ୍ଠାବାନ୍‌ ଓ ସଚ୍ଚୋଟ ବ୍ୟକ୍ତି। ପାଣ୍ଡିଆନ ସ୍ବାସ୍ଥ୍ୟ, ଶିକ୍ଷା,କ୍ରୀଡ଼ା ଓ ମନ୍ଦିର ରୂପାନ୍ତରଣରେ ବହୁତ ଭଲ କାର୍ଯ୍ୟ କରିଛନ୍ତି । ବାତ୍ୟା ଓ କୋଭିଡ୍‌ କାଳରେ ମଧ୍ୟ ସେ ବହୁତ ଭଲ କାମ କରିଛନ୍ତି । ଏଥିପାଇଁ ସେ ମନେରହିବେ ବୋଲି ନବୀନ କହିଛନ୍ତି। ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ନବୀନ ପୁନର୍ବାର ଦୋହରାଇଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ହେବେ ତାହା ଓଡ଼ିଶାବାସୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଦଳ ଭିତରେ ହେଉଥିବା ଅସନ୍ତୋଷକୁ ଚପାଇବା ପାଇଁ ପାଣ୍ଡିଆନ ନୂଆଦିଲ୍ଲୀରୁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଆଣି ନବୀନ ନିବାସରେ ପହଞ୍ଚାଇଛନ୍ତି। ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ଦବାଇବା ପାଇଁ ଅରୁଣଙ୍କୁ ଉତ୍ତରାଧିକାରୀ ଭାବେ ଦର୍ଶାଇବାକୁ ନବୀନ ଉଦ୍ୟମ କରୁଥିବା କୁହାଯାଉଛି। ପାଣ୍ଡିଆନଙ୍କ ଏହି ପଦକ୍ଷେପକୁ ଦଳର ଗୋଟିଏ ଗୋଷ୍ଠୀ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ନବାଗତ ପୁତୁରାଙ୍କୁ ନବୀନ ଦଳର ମଙ୍ଗ ଧରାଇ ଉତ୍ତରାଧିକାରୀ କରିବା ନିଷ୍ପତ୍ତିକୁ ଆଗାମୀ ଦିନରେ ବରିଷ୍ଠ ନେତାମାନେ ମଧ୍ୟ ବିରୋଧ କରିବେ ବୋଲି ରାଜନୈତିକ ବିଶାରଦ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri