Posted inଖେଳ

ସ୍ବଦେଶ ଫେରିଲା ଭାରତୀୟ ଦଳ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଆଘାତ ସହ ସଂଘର୍ଷ କରୁଥିବା ଭାରତୀୟ ଦଳ ଗୁରୁବାର ଐତିତିହାସିକ ପ୍ରଦର୍ଶନ ପରେ ଘରକୁ ଫେରିଛି। ବିମାନବନ୍ଦରଠାରେ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ନିଜ ବ୍ୟାଟିଂ ସହ ଗାବାରେ ଅଷ୍ଟ୍ରେଲିଆର ଗର୍ବକୁ ଭାଙ୍ଗି ଦେଇଥିବା ରିଷଭ ପନ୍ତ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ବେଶ୍‌ ଖୁସି  ଜଣାପଡୁଥିଲେ। ଟ୍ରଫି ବଜାୟ ରଖିବା ପରେ ସମଗ୍ର ଦଳ ଉତ୍ସାହିତ ଅଛି। ସମସ୍ତେ ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇ ବିମାନ ବନ୍ଦରରେ କାର୍ଯ୍ୟକାରୀ ଅଧିନାୟକ ଅଜିଙ୍କେ ରାହାନେ, ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ଯୁବ ଓପନର୍‌ ପୃଥ୍ବୀ ଶମଧ୍ୟ ନଜର ଆସିଥିଲେ। ରୋହିତ ଶର୍ମାଙ୍କୁ ମଧ୍ୟ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରବଳ ସୁରକ୍ଷା ସହ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୩ ଉଇକେଟ୍‌ରେ ପରାସ୍ତ କରି ଭାରତ ବର୍ଡର-ଗାଭାସ୍କର ଟ୍ରଫି ଲଗାତର ୨ୟଥର ପାଇଁ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଜିମ୍ନାଷ୍ଟିକ୍ସରେ ପ୍ରଣତିଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୧।୬ (ପି.ଟି.)-ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ ଭଲ୍ଟ ଇଭେଣ୍ଟରେ ଶୁକ୍ରବାର ଭାରତୀୟ ମହିଳା ଜିମ୍ନାଷ୍ଟ ପ୍ରଣତି ନାୟକ ଏକ ବ୍ରୋଞ୍ଜ...

ରାଜ୍ୟଗୋଷ୍ଠୀ ଟିଟି:ଭାରତୀୟ ମହିଳା ଦଳକୁ ସ୍ବର୍ଣ୍ଣ

କଟକ,୧୯ା୭(ପିଟି)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡୟମ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ(ଟିଟି) ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସଫଳତା ଆଣି ଦେଇଛି ମହିଳା ଦଳ। ଶୁକ୍ରବାର...

ଶେଫାଳିଙ୍କ ବିରଳ କୃତିତ୍ୱ

ବ୍ରିଷ୍ଟଲ, ୧୯।୬-ଏଠାରେ ଚାଲିଥିବା ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିଲେ ହେଁ ବ୍ୟକ୍ତିଗତ ଭାବେ ଶେଫାଳି ବର୍ମା ଚମତ୍କାର ପ୍ରଦର୍ଶନ ଅବ୍ୟାହତ...

ପଙ୍ଗପାଳ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଅଭିନେତା ଧର୍ମେନ୍ଦ୍ର

ସମଗ୍ର ଦେଶ କରୋନା ଭାଇରସ ସହ ସଂଘର୍ଷ କରୁଥିବାବେଳେ, ଏହି ସମୟରେ ପୁଣି ଏକ ନୂଆ ସମସ୍ୟା ସାମ୍ନାକୁ ଆସିଛି। ସମସ୍ୟାଟି ହେଉଛି ପଙ୍ଗପାଳ। ରାଜସ୍ଥାନ,...

ସାଇକ୍ଲିଂ ଓ କ୍ରିକେଟ ଖେଳୁଛନ୍ତି ହିମା

ନୂଆଦିଲ୍ଲୀ, ୧୩ା୭ (ପି.ଟି.)-ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଅଲିମ୍ପିକ୍ସ କ୍ୱାଲିଫାଇଂ ପାଇଁ ଚିନ୍ତିତ ନୁହନ୍ତି। କୋଭିଡ୍‌-୧୯ ଜନିତ କଟକଣା ଯୋଗୁ ପୁର ଦମ୍‌ରେ ଟ୍ରେନିଂ ସମ୍ଭବର...

କୋହଲିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ; ଏଥର ରୋଜଗାରକୁ ବି…

ନୂଆଦିଲ୍ଲୀ,୧୫।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣନା କରାଯାଏ। ହେଲେ କିଛି ଲୋକ ବିରାଟ ଅଥବା ଟିମ୍‌ ଇଣ୍ଡିଆର...

କୁମିନ୍ସ ଦାନ କଲେ ୫୦ ହଜାର ଡଲାର

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଭାରତରେ କୋଭିଡ୍‌ ବିରୋଧରେ ଲଢେଇ ପାଇଁ ସହାୟତାର ହାତ ବଢାଇଛନ୍ତି କୋଲକାତା ନାଇଟ ରାଇଡର୍ସ (କେକେଆର)ର ଅଷ୍ଟ୍ରେଲୀୟ ପେସ୍‌ ବୋଲର ପ୍ୟାଟ୍‌ କୁମିନ୍ସ।...

ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ କରୋନା

ଇସଲାମବାଦ:ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା...

Advertisement
Archives

Model This Week