ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ୧୦ ସମିତି ସଭ୍ୟାସଭ୍ୟ

କୋରୁକୋଣ୍ଡା,୩ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକଠାରେ ବୁଧବାର ପୂର୍ବାହ୍ନରେ ପଞ୍ଚାୟତ ସମିତିର ପଞ୍ଚମ ବୈଠକ ଆୟୋଜନ ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଙ୍କ ମନମୁଖୀ ଶାସନକୁ ନେଇ ପଞ୍ଚାୟତ ସମିତି ବୈଠକ ବର୍ଜନ କରିଥିଲେ ୧୦ ସମିତି ସଭ୍ୟାସଭ୍ୟ। ଏଥିସହିତ ନିଜର ଦାବିଗୁଡ଼ିକ ବିଡିଓଙ୍କ ଜରିଆରେ ଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ଏହି ଦାବିଗୁଡ଼ିକ ମଧ୍ୟରେ ସମସ୍ତ ସମିତି ସଭ୍ୟାସଭ୍ୟଙ୍କୁ ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁନାହାନ୍ତି, ପଞ୍ଚାୟତ ସମିତିରେ ଆସୁଥିବା ଉନ୍ନୟନ ମୂଳକ କାର୍ଯ୍ୟ ନିଜ ପାଖ ଲୋକଙ୍କୁ ବିକ୍ରି କରି ଦେଉଛନ୍ତି, କାର୍ଯ୍ୟଖସଡ଼ା ଅନୁମୋଦନ ନିଜ ଇଚ୍ଛା ମୁତାବକ ଅନୁସାରେ କରୁଛନ୍ତି, କୌଣସି ବିଷୟରେ ସଭ୍ୟସଭ୍ୟାଙ୍କ ସହ କିଛି ଆଲୋଚନା ମଧ୍ୟ କରୁନାହାନ୍ତି, ସଭ୍ୟାସଭ୍ୟମାନେ ଏକ ବର୍ଷ ହେବ ଚୟନ ହୋଇଥିଲେ ମଧ୍ୟ କୌଣସି ଉନ୍ନୟନମୂଳକ କାର୍ଯ୍ୟ ଅନୁଦାନ ଏଯାଏ ମଧ୍ୟ ମିଳିପାରିନାହିଁ ଆଦି ଅନ୍ତର୍ଭୁକ୍ତ।

ଏହି ଦାବିପତ୍ର ପ୍ରଦାନ ସମୟରେ କୋରୁକୋଣ୍ଡା ବ୍ଳକ ଉପାଧ୍ୟକ୍ଷା ମାନସିକ ପଡ଼ିଆମି, ପର୍ଶୁରାମ ଖେମୁଣ୍ଡୁ, ମଦନ ପଡିଆମି, ରୀନା ମାଡକାମି, ସବିତା ଦାସ, ଲକ୍ଷ୍ମୀ ଖିଲ, ପଦିଆ ସୋଡ଼ି, ଲଇଛନ ସୀସା, ଇର୍ମା ମାଢ଼ି, ସବିତା ସୋଡିଙ୍କ ସମେତ କୋରୁକୋଣ୍ଡା ଜୋନ ଜିଲ ପରିଷଦ ମଙ୍ଗୁ ଖିଲ ମଧ୍ୟ ବୈଠକ ବର୍ଜନ କରିବା ସହ ସମସ୍ତ ସଭ୍ୟାସଭ୍ୟଙ୍କୁ ସମର୍ଥନ କରିଥିଲେ। ତେବେ ତୁରନ୍ତ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନ୍ୟାୟ ପ୍ରଦାନ ନିମନ୍ତେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri