ପଞ୍ଚାୟତରେ ମାନବ ସମ୍ବଳ ଅଭାବ

ରସୁଲପୁର,୨୯।୬(ରଞ୍ଜିତ ରାଉତ):୨୦୧୫ରୁ ୨୦୩୦ ମଧ୍ୟରେ ପଞ୍ଚାୟତଗୁଡ଼ିକରେ ସ୍ଥାୟୀ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି। ହେଲେ ଦୁର୍ବଳ ଭିତ୍ତିଭୂମି ଉପରେ ସ୍ଥାୟୀ ବିକାଶ ଅବାସ୍ତବ ବୋଲି ମନେ ହେଉଛି। ପଞ୍ଚାୟତଗୁଡ଼ିକରେ ମାନବ ସମ୍ବଳର ଅଭାବ ପରିଲକ୍ଷିତ ହେଉଛି। ମାନବ ସମ୍ବଳ ଅଭାବ ଯୋଗୁ ପଞ୍ଚାୟତର ବିକାଶମୂଳକ ବାଧାପ୍ରାପ୍ତ ହେଉଛି। ଏଦିଗରେ ସରକାରୀ ପ୍ରୟାସ ପ୍ରଭାବୀ ହୋଇପାରୁନାହିଁ। ପଞ୍ଚାୟତରେ ଖାଲିପଡ଼ିଥିବା ପଦବୀଗୁଡ଼ିକ ପୂରଣ ହୋଇପାରୁନାହିଁ। ପ୍ରତ୍ୟେକ ପଞ୍ଚାୟତରେ ଜଣେ ଲେଖାଏ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଏବେ ବି ସରକାରଙ୍କ କୋର୍ଟରେ ବିଚାରାଧୀନ ରହିଛି। ପଞ୍ଚାୟତରେ ବ୍ୟାଙ୍କ ଓ ଇଣ୍ଟରନେଟ୍‌ ସୁବିଧା ଅପହଞ୍ଚ। ଏଭଳିସ୍ଥିତି ସବୁଠି ଦେଖାଦେଉଥିଲେ ବି ରାଜ୍ୟର ଅଗ୍ରଣୀ ଯାଜପୁର ଜିଲା ରସୁଲପୁର ବ୍ଲକର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏ ଦିଗରେ ସୁଧାର ଆଣିବାରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌), ପଞ୍ଚଦଶ କେନ୍ଦ୍ରୀୟ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ବିପୁଳ ଟଙ୍କା ବ୍ୟୟବରାଦ କରାଯାଉଛି। ଉକ୍ତ ଅର୍ଥ ବ୍ୟୟ କରାଯାଇ ପଞ୍ଚାୟତରେ ଦୀର୍ଘ ସ୍ଥାୟୀ ସମ୍ପତ୍ତି, ବିକାଶ, ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ। ଯେଉଁ ସବୁ ବିକାଶରେ ଭବିଷ୍ୟତ ପିଢ଼ିର ମଙ୍ଗଳ ସାଧନ ହୋଇପାରିବ। ସମାଜକୁ ଶୃଙ୍ଖଳିତ ଓ ସହଜ ଜୀବନଯାପନ କରିବାରେ ସହାୟକ ହେବ। ଏଭଳି ଘଟିପାରିଲେ ତା’କୁ ହିଁ ସ୍ଥାୟୀ ବିକାଶ ବୋଲି କୁହାଯାଇ ପାରିବ। ବିଶ୍ୱରେ ସ୍ଥାୟୀ ବିକାଶ ହାସଲ ପାଇଁ ୧୭ଟି ଲକ୍ଷ୍ୟକୁ ଭେଦ କରିବାକୁ ପଡ଼ିବ। ଏହି ୧୭ ଗୋଲକୁ ଓଡ଼ିଶାରେ ୯ଟି ଥିମ୍‌ରେ ବିଭକ୍ତ କରାଯାଇଛି। ଉକ୍ତ ଥିମ୍‌ଗୁଡ଼ିକୁ କାର୍ଯ୍ୟକାରୀ କରିବା ସହ ଏ ଦିଗରେ ସ୍ଥାୟୀ ବିକାଶର ପ୍ରୟାସକୁ ପ୍ରାଧାନ୍ୟ ଦିଆଯିବ ବୋଲି କୁହାଯାଉଛି। ବ୍ଲକରେ ଏହି ଲକ୍ଷ୍ୟ ହାସଲ ଏକ ପ୍ରକାର କଷ୍ଟସାଧ୍ୟ ବ୍ୟାପାର ବୋଲି ମନେହେଉଛି। ତା’ର ମୂଳକାରଣ ହେଉଛି ମାନବ ସମ୍ବଳର ଅଭାବ। ପ୍ରତ୍ୟେକ ପଞ୍ଚାୟତକୁ ଜଣେ ଲେଖାଏ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ), ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌), ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଘୋଷଣା ଏବେ ସୁଧାବାସ୍ତବ ରୂପରେଖ ନେଇ ପାରିନାହିଁ। ବ୍ଲକରେ ୨୮ ଯନ୍ତ୍ରୀ, ପିଇଓ ଏବଂ ଜିଆର୍‌ଏସ୍‌ଙ୍କ ଆବଶ୍ୟକତା ଥିବାବେଳେ ବାସ୍ତବରେ ୫ ଯନ୍ତ୍ରୀ, ୧୮ ପିଇଓ, ୨୦ ଜିଆର୍‌ଏସ୍‌ ଅଛନ୍ତି। ପଞ୍ଚାୟତକୁ ଜଣେ ଲେଖାଏ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଁ ଘୋଷଣା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏଭଳି ସ୍ଥିତିରେ ନୂତନ ଭାବେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ଜିପିଡିପି କରିବା, ଇ-ପଞ୍ଚାୟତ ସଭା ଆୟୋଜନ ଓ ତା’ର ବିବରଣୀକୁ ଅନଲାଇନରେ ଅପଲୋଡ୍‌ କରିବା, ଡବିଟି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଭଳି କାର୍ଯ୍ୟଗୁଡ଼ିକୁ ବିନା ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତିରେ ଆଦୌ ସହଜ ହେଉନାହିଁ।
ମାନବ ସମ୍ବଳ ଅଭାବରେ ସରକାରଙ୍କ ବିଭିନ୍ନ ଅନୁଦାନକୁ ଖର୍ଚ୍ଚ କରିବା, ରେଜିଷ୍ଟରଗୁଡ଼ିକୁ ପ୍ରିୟା ସଫ୍ଟ ଜରିଆରେ ଅନଲାଇନ କରିବା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକୁ ଅନଲାଇନ କରିବା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଜିଓ ଟ୍ୟାଗ କରିବା, ନୋଟ କ୍ୟାମ୍‌ ଫଟୋ ଉତ୍ତୋଳନ ଭଳି କାର୍ଯ୍ୟକୁ କମ୍ପୁଟରକରଣ କରିବାକୁ ପଡୁଛି। ମାତ୍ର ଦୁର୍ବଳ ଭିତ୍ତିଭୂମି ଯୋଗୁ ଏସବୁ କାର୍ଯ୍ୟ ବିଳମ୍ବିତ ହେଉଛି। ପିଇଓ ଏବଂ ଜିଆର୍‌ଏସ୍‌ଙ୍କ ମଧ୍ୟରୁ ଅଧିକାଂଶଙ୍କ କମ୍ୟୁଟର ଜ୍ଞାନ ଅଭାବରୁ ଅନଲାଇନ କାର୍ଯ୍ୟରେ ବାଧା ଉପୁଜୁଛି। ଏଭଳି ଦୁର୍ବଳ ଭିତ୍ତିଭୂମି ଉପରେ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଆଶା ନିଷ୍ଫଳ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶପାଇଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ପଞ୍ଚାୟତଗୁଡ଼ିକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ସରକାରୀସ୍ତରରେ ପ୍ରୟାସ କରାଯାଉଛି। ଏହାବାଦ ପଞ୍ଚାୟତର ଆୟ ଉତ୍ସ ବଢ଼ାଇବା ପରେ ଦେଖାଯାଉଥିବା ଅନେକ ସମସ୍ୟା ସ୍ବତଃ ସମାଧାନ ହୋଇପାରିବ। ତେବେ ଏ ଦିଗରେ ଯାହାକିଛି ନିଷ୍ପତ୍ତି ସରକାରୀସ୍ତରରେ ନିଆଯାଇ ପାରିବ। ସେ କୌଣସି ମତାମତ ରଖିବା ସମ୍ଭବ ନୁହେଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri