ପଞ୍ଚାୟତରେ ମାନବ ସମ୍ବଳ ଅଭାବ

ରସୁଲପୁର,୨୯।୬(ରଞ୍ଜିତ ରାଉତ):୨୦୧୫ରୁ ୨୦୩୦ ମଧ୍ୟରେ ପଞ୍ଚାୟତଗୁଡ଼ିକରେ ସ୍ଥାୟୀ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି। ହେଲେ ଦୁର୍ବଳ ଭିତ୍ତିଭୂମି ଉପରେ ସ୍ଥାୟୀ ବିକାଶ ଅବାସ୍ତବ ବୋଲି ମନେ ହେଉଛି। ପଞ୍ଚାୟତଗୁଡ଼ିକରେ ମାନବ ସମ୍ବଳର ଅଭାବ ପରିଲକ୍ଷିତ ହେଉଛି। ମାନବ ସମ୍ବଳ ଅଭାବ ଯୋଗୁ ପଞ୍ଚାୟତର ବିକାଶମୂଳକ ବାଧାପ୍ରାପ୍ତ ହେଉଛି। ଏଦିଗରେ ସରକାରୀ ପ୍ରୟାସ ପ୍ରଭାବୀ ହୋଇପାରୁନାହିଁ। ପଞ୍ଚାୟତରେ ଖାଲିପଡ଼ିଥିବା ପଦବୀଗୁଡ଼ିକ ପୂରଣ ହୋଇପାରୁନାହିଁ। ପ୍ରତ୍ୟେକ ପଞ୍ଚାୟତରେ ଜଣେ ଲେଖାଏ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଏବେ ବି ସରକାରଙ୍କ କୋର୍ଟରେ ବିଚାରାଧୀନ ରହିଛି। ପଞ୍ଚାୟତରେ ବ୍ୟାଙ୍କ ଓ ଇଣ୍ଟରନେଟ୍‌ ସୁବିଧା ଅପହଞ୍ଚ। ଏଭଳିସ୍ଥିତି ସବୁଠି ଦେଖାଦେଉଥିଲେ ବି ରାଜ୍ୟର ଅଗ୍ରଣୀ ଯାଜପୁର ଜିଲା ରସୁଲପୁର ବ୍ଲକର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏ ଦିଗରେ ସୁଧାର ଆଣିବାରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌), ପଞ୍ଚଦଶ କେନ୍ଦ୍ରୀୟ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ବିପୁଳ ଟଙ୍କା ବ୍ୟୟବରାଦ କରାଯାଉଛି। ଉକ୍ତ ଅର୍ଥ ବ୍ୟୟ କରାଯାଇ ପଞ୍ଚାୟତରେ ଦୀର୍ଘ ସ୍ଥାୟୀ ସମ୍ପତ୍ତି, ବିକାଶ, ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ। ଯେଉଁ ସବୁ ବିକାଶରେ ଭବିଷ୍ୟତ ପିଢ଼ିର ମଙ୍ଗଳ ସାଧନ ହୋଇପାରିବ। ସମାଜକୁ ଶୃଙ୍ଖଳିତ ଓ ସହଜ ଜୀବନଯାପନ କରିବାରେ ସହାୟକ ହେବ। ଏଭଳି ଘଟିପାରିଲେ ତା’କୁ ହିଁ ସ୍ଥାୟୀ ବିକାଶ ବୋଲି କୁହାଯାଇ ପାରିବ। ବିଶ୍ୱରେ ସ୍ଥାୟୀ ବିକାଶ ହାସଲ ପାଇଁ ୧୭ଟି ଲକ୍ଷ୍ୟକୁ ଭେଦ କରିବାକୁ ପଡ଼ିବ। ଏହି ୧୭ ଗୋଲକୁ ଓଡ଼ିଶାରେ ୯ଟି ଥିମ୍‌ରେ ବିଭକ୍ତ କରାଯାଇଛି। ଉକ୍ତ ଥିମ୍‌ଗୁଡ଼ିକୁ କାର୍ଯ୍ୟକାରୀ କରିବା ସହ ଏ ଦିଗରେ ସ୍ଥାୟୀ ବିକାଶର ପ୍ରୟାସକୁ ପ୍ରାଧାନ୍ୟ ଦିଆଯିବ ବୋଲି କୁହାଯାଉଛି। ବ୍ଲକରେ ଏହି ଲକ୍ଷ୍ୟ ହାସଲ ଏକ ପ୍ରକାର କଷ୍ଟସାଧ୍ୟ ବ୍ୟାପାର ବୋଲି ମନେହେଉଛି। ତା’ର ମୂଳକାରଣ ହେଉଛି ମାନବ ସମ୍ବଳର ଅଭାବ। ପ୍ରତ୍ୟେକ ପଞ୍ଚାୟତକୁ ଜଣେ ଲେଖାଏ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ), ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌), ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଘୋଷଣା ଏବେ ସୁଧାବାସ୍ତବ ରୂପରେଖ ନେଇ ପାରିନାହିଁ। ବ୍ଲକରେ ୨୮ ଯନ୍ତ୍ରୀ, ପିଇଓ ଏବଂ ଜିଆର୍‌ଏସ୍‌ଙ୍କ ଆବଶ୍ୟକତା ଥିବାବେଳେ ବାସ୍ତବରେ ୫ ଯନ୍ତ୍ରୀ, ୧୮ ପିଇଓ, ୨୦ ଜିଆର୍‌ଏସ୍‌ ଅଛନ୍ତି। ପଞ୍ଚାୟତକୁ ଜଣେ ଲେଖାଏ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଁ ଘୋଷଣା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏଭଳି ସ୍ଥିତିରେ ନୂତନ ଭାବେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ଜିପିଡିପି କରିବା, ଇ-ପଞ୍ଚାୟତ ସଭା ଆୟୋଜନ ଓ ତା’ର ବିବରଣୀକୁ ଅନଲାଇନରେ ଅପଲୋଡ୍‌ କରିବା, ଡବିଟି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଭଳି କାର୍ଯ୍ୟଗୁଡ଼ିକୁ ବିନା ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତିରେ ଆଦୌ ସହଜ ହେଉନାହିଁ।
ମାନବ ସମ୍ବଳ ଅଭାବରେ ସରକାରଙ୍କ ବିଭିନ୍ନ ଅନୁଦାନକୁ ଖର୍ଚ୍ଚ କରିବା, ରେଜିଷ୍ଟରଗୁଡ଼ିକୁ ପ୍ରିୟା ସଫ୍ଟ ଜରିଆରେ ଅନଲାଇନ କରିବା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକୁ ଅନଲାଇନ କରିବା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଜିଓ ଟ୍ୟାଗ କରିବା, ନୋଟ କ୍ୟାମ୍‌ ଫଟୋ ଉତ୍ତୋଳନ ଭଳି କାର୍ଯ୍ୟକୁ କମ୍ପୁଟରକରଣ କରିବାକୁ ପଡୁଛି। ମାତ୍ର ଦୁର୍ବଳ ଭିତ୍ତିଭୂମି ଯୋଗୁ ଏସବୁ କାର୍ଯ୍ୟ ବିଳମ୍ବିତ ହେଉଛି। ପିଇଓ ଏବଂ ଜିଆର୍‌ଏସ୍‌ଙ୍କ ମଧ୍ୟରୁ ଅଧିକାଂଶଙ୍କ କମ୍ୟୁଟର ଜ୍ଞାନ ଅଭାବରୁ ଅନଲାଇନ କାର୍ଯ୍ୟରେ ବାଧା ଉପୁଜୁଛି। ଏଭଳି ଦୁର୍ବଳ ଭିତ୍ତିଭୂମି ଉପରେ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଆଶା ନିଷ୍ଫଳ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶପାଇଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ପଞ୍ଚାୟତଗୁଡ଼ିକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ସରକାରୀସ୍ତରରେ ପ୍ରୟାସ କରାଯାଉଛି। ଏହାବାଦ ପଞ୍ଚାୟତର ଆୟ ଉତ୍ସ ବଢ଼ାଇବା ପରେ ଦେଖାଯାଉଥିବା ଅନେକ ସମସ୍ୟା ସ୍ବତଃ ସମାଧାନ ହୋଇପାରିବ। ତେବେ ଏ ଦିଗରେ ଯାହାକିଛି ନିଷ୍ପତ୍ତି ସରକାରୀସ୍ତରରେ ନିଆଯାଇ ପାରିବ। ସେ କୌଣସି ମତାମତ ରଖିବା ସମ୍ଭବ ନୁହେଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?