Posted inଫୁରସତ

ପ୍ୟାନ୍‌ କେକ୍‌ ଆର୍ଟ

ଖାଦ୍ୟ ଓ ଚିତ୍ରକଳାର ଏକ ସୁନ୍ଦର ମିଶ୍ରଣ ହେଉଛି ପ୍ୟାନ୍‌ କେକ୍‌ ଆର୍ଟ। ଆଉ ଏହି କଳାରେ ଅଷ୍ଟ୍ରେଲିଆ, ମେଲବୋର୍ନସ୍ଥ ଏକ ବାପପୁଅ ଯୋଡ଼ି ବେଶ୍‌ ଧୁରୀଣ। ସେମାନେ ଗରମ ତାଓ୍ବା ଉପରେ ପ୍ୟାନ୍‌ କେକ୍‌ର ଏତେ ଚମତ୍କାର ଆର୍ଟ ତିଆରି କରନ୍ତି ଯେ, ତାକୁ ଖାଇବାକୁ ଇଚ୍ଛା ହେବ ନାହିଁ, ବରଂ ସାଇତି ରଖିବାକୁ ଚାହିଁବେ। ୨୦୧୫ରୁ ଏହି ବାପପୁଅ ଯୋଡ଼ି ପ୍ୟାନ୍‌ କେକ୍‌ ଆର୍ଟ କରିଆସୁଛନ୍ତି। ବିଭିନ୍ନ ଲୋକପ୍ରିୟ କାର୍ଟୁନ ଚରିତ୍ର ଯେମିତିକି ଫ୍ରୋଜନ୍‌ର ଏଲ୍ସା, ସ୍ପଞ୍ଜବବ୍‌, ଜଳପରୀ ଏରିୟଲ, ଆଙ୍ଗ୍ରି ବର୍ଡ ଆଦିକୁ ସେମାନେ ପ୍ୟାନ୍‌ କେକ୍‌ରେ ବେଶ୍‌ ସୁନ୍ଦର ଓ ନିଖୁଣଭାବେ କରିପାରନ୍ତି। ସାଧାରଣ ପ୍ୟାନ୍‌ କେକ୍‌ ପ୍ରସ୍ତୁତିଠାରୁ ଏହାକୁ ତିଆରି କରିବାରେ ଟିକେ ଅଧିକ ସମୟ ଲାଗେ। ଏଥିପାଇଁ ସେମାନେ ନିଡଲ ପଏଣ୍ଟ ବ୍ୟାଟର କଣ୍ଟେନର ବ୍ୟବହାର କରନ୍ତି। ଏହି କଣ୍ଟେନର୍‌ ସାହାଯ୍ୟରେ ସେମାନେ ପ୍ୟାନ୍‌ କେକ୍‌ ପେଣ୍ଟିଂର ଆଉଟ୍‌ ଲାଇନ୍‌ ତିଆରି କରନ୍ତି। ଏହାପରେ ଆବଶ୍ୟକ ସ୍ଥାନରେ କିଛି ରଙ୍ଗିନ ବ୍ୟାଟର ବା ଆଣ ଭର୍ତ୍ତି କରନ୍ତି। ଶେଷରେ ସମ୍ପୂର୍ଣ୍ଣ ଆର୍ଟର ବ୍ୟାକ୍‌୍‌ଗ୍ରାଉଣ୍ଡକୁ ଧଳା ବ୍ୟାଟର୍‌ରେ ଭର୍ତ୍ତି କରିଦିଅନ୍ତି। ପ୍ୟାନ୍‌ କେକ୍‌ ଭଲରେ ସିଝି ଗଲାପରେ ଯେତେବେଳେ ତାକୁ ଓଲଟାଯାଏ, ଏକ ସୁନ୍ଦର ପ୍ୟାନ୍‌ କେକ୍‌ ଆର୍ଟ ପ୍ରସ୍ତୁତ ହୋଇଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri