Posted inଫୁରସତ

ପ୍ୟାନ୍‌ କେକ୍‌ ଆର୍ଟ

ଖାଦ୍ୟ ଓ ଚିତ୍ରକଳାର ଏକ ସୁନ୍ଦର ମିଶ୍ରଣ ହେଉଛି ପ୍ୟାନ୍‌ କେକ୍‌ ଆର୍ଟ। ଆଉ ଏହି କଳାରେ ଅଷ୍ଟ୍ରେଲିଆ, ମେଲବୋର୍ନସ୍ଥ ଏକ ବାପପୁଅ ଯୋଡ଼ି ବେଶ୍‌ ଧୁରୀଣ। ସେମାନେ ଗରମ ତାଓ୍ବା ଉପରେ ପ୍ୟାନ୍‌ କେକ୍‌ର ଏତେ ଚମତ୍କାର ଆର୍ଟ ତିଆରି କରନ୍ତି ଯେ, ତାକୁ ଖାଇବାକୁ ଇଚ୍ଛା ହେବ ନାହିଁ, ବରଂ ସାଇତି ରଖିବାକୁ ଚାହିଁବେ। ୨୦୧୫ରୁ ଏହି ବାପପୁଅ ଯୋଡ଼ି ପ୍ୟାନ୍‌ କେକ୍‌ ଆର୍ଟ କରିଆସୁଛନ୍ତି। ବିଭିନ୍ନ ଲୋକପ୍ରିୟ କାର୍ଟୁନ ଚରିତ୍ର ଯେମିତିକି ଫ୍ରୋଜନ୍‌ର ଏଲ୍ସା, ସ୍ପଞ୍ଜବବ୍‌, ଜଳପରୀ ଏରିୟଲ, ଆଙ୍ଗ୍ରି ବର୍ଡ ଆଦିକୁ ସେମାନେ ପ୍ୟାନ୍‌ କେକ୍‌ରେ ବେଶ୍‌ ସୁନ୍ଦର ଓ ନିଖୁଣଭାବେ କରିପାରନ୍ତି। ସାଧାରଣ ପ୍ୟାନ୍‌ କେକ୍‌ ପ୍ରସ୍ତୁତିଠାରୁ ଏହାକୁ ତିଆରି କରିବାରେ ଟିକେ ଅଧିକ ସମୟ ଲାଗେ। ଏଥିପାଇଁ ସେମାନେ ନିଡଲ ପଏଣ୍ଟ ବ୍ୟାଟର କଣ୍ଟେନର ବ୍ୟବହାର କରନ୍ତି। ଏହି କଣ୍ଟେନର୍‌ ସାହାଯ୍ୟରେ ସେମାନେ ପ୍ୟାନ୍‌ କେକ୍‌ ପେଣ୍ଟିଂର ଆଉଟ୍‌ ଲାଇନ୍‌ ତିଆରି କରନ୍ତି। ଏହାପରେ ଆବଶ୍ୟକ ସ୍ଥାନରେ କିଛି ରଙ୍ଗିନ ବ୍ୟାଟର ବା ଆଣ ଭର୍ତ୍ତି କରନ୍ତି। ଶେଷରେ ସମ୍ପୂର୍ଣ୍ଣ ଆର୍ଟର ବ୍ୟାକ୍‌୍‌ଗ୍ରାଉଣ୍ଡକୁ ଧଳା ବ୍ୟାଟର୍‌ରେ ଭର୍ତ୍ତି କରିଦିଅନ୍ତି। ପ୍ୟାନ୍‌ କେକ୍‌ ଭଲରେ ସିଝି ଗଲାପରେ ଯେତେବେଳେ ତାକୁ ଓଲଟାଯାଏ, ଏକ ସୁନ୍ଦର ପ୍ୟାନ୍‌ କେକ୍‌ ଆର୍ଟ ପ୍ରସ୍ତୁତ ହୋଇଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri