ଇସ୍ରାଏଲ ଟାର୍ଗେଟରେ ପାଲେଷ୍ଟାଇନ ଲାଡେନ…

ଜେରୁଜେଲମ,୧୫।୧୦ : (୦୧) ପାଲେଷ୍ଟାଇନର ଓସାମା ବିନ ଲାଦେନ ଭାବରେ ବର୍ଣ୍ଣିତ ହମାସର ସର୍ବୋଚ୍ଚ କମାଣ୍ଡର ୟାହିୟା ସିନୱାରଙ୍କୁ ଖୋଜିବା ଏବଂ ହତ୍ୟା କରିବାକୁ ଇସ୍ରାଏଲ ସେନା ପ୍ରତିଜ୍ଞା କରିଛି। ଆମେରିକା ଦ୍ୱାରା ନାମିତ ତଆତଙ୍କବାଦୀ ସିନୱାର ଗାଜା ଷ୍ଟ୍ରିପରେ ହମାସର ବର୍ତ୍ତମାନର ମୁଖ୍ୟ। ୬୦ବର୍ଷୀୟ ହମାସ ନେତାଙ୍କୁ ଅତୀତରେ ଇସ୍ରାଏଲ ଅନେକ ଥର ଗିରଫ କରିଥିଲା ଏବଂ ସେ ୨୪ ବର୍ଷ ଇସ୍ରାଏଲ ଜେଲରେ ବିତାଇଥିଲେ। ୨୦୧୧ ମସିହାରେ ଇସ୍ରାଏଲ ସୈନିକ ଗିଲାଦ ଶାଲିତଙ୍କ ବଦଳରେ କଏଦୀ ଅଦଳବଦଳର ଏକ ଅଂଶ ଭାବରେ ୟାହିୟା ସିନୱାରଙ୍କୁ ମୁକ୍ତ କରାଯାଇଥିଲା।

ଅକ୍ଟୋବର ୭ ଆକ୍ରମଣରେ ୧,୩୦୦ ଇସ୍ରାଏଲ ନାଗରିକଙ୍କୁ ହତ୍ୟା ପାଇଁ ତାଙ୍କୁ ଦାୟୀ କରାଯାଇଛି। ୧୯୭୩ରେ ୟୋମ କିପୁର ଯୁଦ୍ଧ ପରଠାରୁ ଇସ୍ରାଏଲ ଉପରେ ହମାସର ଏହି ଆକ୍ରମଣ ସବୁଠାରୁ ଭୟଙ୍କର ବିବେଚନା କରାଯାଉଛି। ଇସ୍ରାଏଲ ଆର୍ମି ଲୁଟନାଟ କଲୋନେଲ ରିଚାର୍ଡ ହେଚଟ କହିଛନ୍ତି, ସିନୱାର୍‌ ଜଣେ ବିପଜ୍ଜନକ ଆତଙ୍କବାଦୀ। ଇସ୍ରାଏଲ ଉପରେ ହମାସଙ୍କ ଆକ୍ରମଣ ପଛରେ ସେ ମାଷ୍ଟରମାଇଣ୍ଡ ବୋଲି ବ୍ରିଟେନର ଡେଲି ମେଲ କହିଛି।

ୟାହିୟା ସିନୱାରଙ୍କ ବ୍ୟତୀତ ଇସ୍ରାଏଲର ସୁରକ୍ଷା ବାହିନୀ କତାରର ଏକ ବେସରୁ ରାଜନୈତିକ ବ୍ୟୁରୋର ତଦାରଖ କରୁଥିବା ହମାସର ରାଜନ ନୈତିକ ୱିଙ୍ଗର ମୁଖ୍ୟ ଇସମାଇଲ ହନିହେଙ୍କୁ ମଧ୍ୟ ଖୋଜୁଛନ୍ତି। ଏକାଧିକ ଏଜେନ୍ସି ରିପୋର୍ଟରେ କୁହାଯାଇଛି କେବଳ ଦୁଇଜଣ ହାତଗଣତି ନେତା, ଉପରୋକ୍ତ ଦୁଇଜଣ ଇସ୍ରାଏଲ ବିରୋଧରେ ଗତ ସପ୍ତାହରେ ହୋଇଥିବା ଅପରେଶନ ବିଷୟରେ ଅବଗତ ଥିଲେ। ଗତ ସପ୍ତାହରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଦୁଇ ବର୍ଷ ପ୍ରସ୍ତୁତି ପରେ ହମାସ ଦ୍ୱାରା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri