ସୋନାଲିଙ୍କ ସୌନ୍ଦର୍ଯ୍ୟରେ ପାଗଳ ଥିଲେ ଏହି ପାକିସ୍ତାନୀ କ୍ରିକେଟର, ପର୍ସରେ ରଖୁଥିଲେ ଅଭିନେତ୍ରୀଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ର ଦକ୍ଷ ତଥା ସୁନ୍ଦର ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ୯୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ସେ ତାଙ୍କ ସମୟରେ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଅଜୟଙ୍କ ସହ ତାଙ୍କର କେମିଷ୍ଟ୍ରି ବହୁତ ପସନ୍ଦ ଆସିଥିଲା। ଜଣେ ପାକିସ୍ତାନୀ କ୍ରିକେଟର ତାଙ୍କ ସୌନ୍ଦର୍ଯ୍ୟ ପାଇଁ ଏତେ ପାଗଳ ଥିଲେ ଯେ, ସେ ତାଙ୍କ ଫଟୋକୁ ନିଜ ପର୍ସରେ ରଖୁଥିଲେ। ଏହି ପାକିସ୍ତାନୀ କ୍ରିକେଟର ଜଣଙ୍କ ସୋନାଲିଙ୍କ ବଡ଼ ପ୍ରଶଂସକ ଥିଲେ। ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ତେବେ ଜାଣନ୍ତୁ ଏହି କ୍ରିକେଟରଙ୍କ ସମ୍ପର୍କରେ…

(फोटो साभार: Instagram@iamsonalibendre)

ସୋନାଲି ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ସେ ଏମିତି ଜଣେ ଅଭିନେତ୍ରୀ, ଯିଏକି ବଲିଉଡ୍‌ ଇଣ୍ଡଷ୍ଟ୍ରିର ତିନି ଖାନ ଯଥା ଶାହାରୁଖ, ସଲମାନ ଏବଂ ଅମୀରଙ୍କ ସହ ଫିଲ୍ମରେ କାମ କରିଛନ୍ତି। ସେତେବେଳେ ଅନେକ ଲୋକ ସୋନାଲିଙ୍କ ପାଇଁ ପାଗଳ ଥିଲେ। କିନ୍ତୁ ସୋନାଲି ଫିଲ୍ମ ନିର୍ମାତା ଗୋଲ୍ଡି ବେହଲଙ୍କୁ ବିବାହ କରିଥିଲେ।

IND vs PAK: Shoaib Akhtar slams Pakistan batting collapse in Ahmedabad clash

ସେହି କ୍ରିକେଟର ଜଣକ ଶୋଏବ ଅଖତରଙ୍କ ବ୍ୟତୀତ ଆଉ କେହି ନ ଥିଲେ। ଯିଏ ସେହି ସମୟରେ ସୋନାଲିଙ୍କୁ ବହୁତ ପସନ୍ଦ କରୁଥିଲେ। ସେ ତାଙ୍କର ଏକ ସାକ୍ଷାତକାରରେ ମଧ୍ୟ ପ୍ରକାଶ କରିଥିଲେ ଯେ, ସେ ସୋନାଲିଙ୍କୁ ବହୁତ ପସନ୍ଦ କରନ୍ତି। ସେ ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ସେ କିଛି କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ସେ ଅଭିନେତ୍ରୀଙ୍କୁ ଏତେ ପସନ୍ଦ କରିଥିଲେ ଯେ, ସେ କହିଥିଲେ, ଯଦି ସେ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ସେ ତାଙ୍କୁ ଅପହରଣ କରିନେବେ। ପ୍ରକୃତରେ ସେ ଅନେକ ସମୟରେ ଏପରି ଥଟ୍ଟା କରୁଥିଲେ। ପାକିସ୍ତାନୀ କ୍ରିକେଟରଙ୍କ ଏହି ବିବୃତ୍ତି ସେତେବେଳେ ବହୁତ ଭାଇରାଲ ହୋଇଥିଲା।

(फोटो साभार: Instagram@iamsonalibendre)

ଏକ ରିପୋର୍ଟ ଅନୁଯାୟୀ, ଶୋଏବଙ୍କ ସାଥୀମାନେ ମଧ୍ୟ ଜାଣିଥିଲେ ଯେ, ସେ ଅଭିନେତ୍ରୀଙ୍କୁ ବହୁତ ପସନ୍ଦ କରନ୍ତି। କେବଳ ଏତିକି ନୁହେଁ ଅନେକ ରିପୋର୍ଟରେ ମଧ୍ୟ କୁହାଯାଇଛି, ଶୋଏବ ସୋନାଲିଙ୍କ ଫଟୋକୁ ନିଜ ପର୍ସରେ ରଖୁଥିଲେ। କିନ୍ତୁ ପରେ ପାକିସ୍ତାନୀ କ୍ରିକେଟର ନିଜେ ସେ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ ଯେ ସେପରି କିଛି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ସେ ଭାରତ ବନାମ ପାକିସ୍ତାନ ମ୍ୟାଚ ସମୟରେ ସୋନାଲିଙ୍କୁ ଭେଟିଥିଲେ ଏବଂ ଦୁର୍ଭାଗ୍ୟବଶତଃ ଏହା ସେମାନଙ୍କର ପ୍ରଥମ ଏବଂ ଶେଷ ସାକ୍ଷାତ ଥିଲା।

(फोटो साभार: Instagram@iamsonalibendre)

ପରେ ସୋନାଲି ଗୋଲ୍ଡିଙ୍କୁ ବିବାହ କରିଥିଲେ। ସେମାନଙ୍କର ବନ୍ଧୁତା ଏକ ପାର୍ଟିରେ ହୋଇଥିଲା। ୧୯୯୮ରେ ଗୋଲ୍ଡି ସୋନାଲିଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ପ୍ରସ୍ତାବର ୪ ବର୍ଷ ପରେ ଦୁହେଁ ବିବାହ କରିଥିଲେ। ବୃତ୍ତି ଅନୁଯାୟୀ, ଗୋଲ୍ଡି ଜଣେ ଫିଲ୍ମ ନିର୍ମାତା। ସେ ‘ଅଙ୍ଗାରେ’, ‘ବାସ ଇତ୍‌ନା ସା ଖଓ୍ବାବ ହୈ’ ଏବଂ ‘ଲଣ୍ଡନ ପ୍ୟାରିସ ନ୍ୟୁୟର୍କ’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଉଭୟଙ୍କର ରଣବୀର ନାମକ ଏକ ପୁଅ ବି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ଏକାଠି ହେଲେ ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ, ବୈଠକ ଉପରେ ବିଶ୍ବର ନଜର

ବେଜିଂ, ୧୮ା୧୧: ଚାଇନା ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରୋଟୋକଲ ଭାଙ୍ଗି ଚୀନ…

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି…

ରେଡ୍ ଜୋନ୍‌ରେ ଗଞ୍ଜାମ: ଅଫିସରଙ୍କ ହଜିଗଲାଣି ନିଦ, ଚିନ୍ତାରେ ଲୋକେ; ନିୟୋଜିତ ହେଲେ ୪୦ ଉଦ୍ଧାରକାରୀ ଦଳ…

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।…

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର…

Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି…

ବାତ୍ୟା ଅକ୍ବାନ; ଉପକୂଳ ଅଞ୍ଚଳରେ ଆଲର୍ଟ ପ୍ରଶାସନ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜାରି

ମହାକାଳପଡ଼ା,୧୮ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ବଙ୍ଗୋସାଗର ସୃଷ୍ଟି ବାତ୍ୟା ଅକ୍ବାନ ଓଡିଶା ମୁହାଁ ହେଉଛି । ଏହା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?