Posted inଖେଳ

ସ୍ମୃତି ମନ୍ଧାନାଙ୍କୁ ବଡ଼ ସର୍‌ପ୍ରାଇଜ୍‌ ଦେଲେ ପଲାଶ: ଜୀବନରେ କେବେ ଭୁଲି ପାରିବେନି ପ୍ରେମିକା: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଖୁବ ଶୀଘ୍ର ସଙ୍ଗୀତକାର ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ବିଶ୍ୱ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନ୍ଧାନା ନଭେମ୍ବର ୨୩ରେ ବିବାହ କରିବେ। ବିବାହ ପୂର୍ବରୁ ପଲାଶ ଏକ ରୋମାଣ୍ଟିକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ନିଆରା ଢଙ୍ଗରେ ସ୍ମୃତିଙ୍କୁ ପ୍ରସ୍ତାବ ଦେଉଥିବାର ଦେଖାଯାଉଛି।
ପଲାଶ ବିବାହ ପୂର୍ବରୁ ମନ୍ଧାନାଙ୍କୁ ଏକ ବଡ଼ ସର୍‌ପ୍ରାଇଜ୍‌ ଦେଇଥିଲେ। ସେ ତାଙ୍କୁ ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ନିର୍ବନ୍ଧ କରିଥିଲେ। ଏଠାରେ ଭାରତୀୟ ମହିଳା ଦଳ ୨୦୨୫ ବିଶ୍ୱକପ ଜିତିଥିଲା। ପଲାଶ ମୁଛଲ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ବିଶେଷ ମୁହୂର୍ତ୍ତର ଏକ ଭିଡିଓ ଶେୟାର କରିଛନ୍ତି।

ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଭିଡିଓରେ, ପଲାଶ ତାଙ୍କ ପ୍ରେମିକା ସ୍ମୃତି ମନ୍ଧାନାଙ୍କୁ ପ୍ରସ୍ତାବ ଦେଉଥିବାର ଦେଖାଯାଉଛି। ଭିଡିଓଟି ପଲାଶ ଏବଂ ସ୍ମୃତିଙ୍କ ଡିୱାଇ ପାଟିଲ ଷ୍ଟାଡିୟମରେ ପ୍ରବେଶ ସହିତ ଆରମ୍ଭ ହୁଏ। ସ୍ମୃତି ଆଖିରେ ପଟି ବାନ୍ଧିଛନ୍ତି। ସେ ଆଖିରେ ପଟି କାଢିବା ମାତ୍ରେ, ପଲାଶ ଆଣ୍ଠୁମାଡ଼ି ବସି ତାଙ୍କୁ ଗୋଲାପ ଫୁଲର ଗୁଚ୍ଛ ଏବଂ ଏକ ମୁଦି ସହିତ ପ୍ରସ୍ତାବ ଦେଇଛନ୍ତି। ସ୍ମୃତି ମନ୍ଧାନା ଆଶ୍ଚର୍ଯ୍ୟ ହୋଇ ହଁ ବୋଲି କୁହନ୍ତି। ତା’ପରେ ମନ୍ଧାନା ମଧ୍ୟ ପଳାଶଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାନ୍ତି।
ପଲାଶ ମୁଚ୍ଛଲ ଏବଂ ସ୍ମୃତି ମନ୍ଧାନା ୨୦୧୯ରୁ ଡେଟ କରୁଛନ୍ତି। ସେମାନଙ୍କୁ ଅନେକ ଥର ଏକାଠି ଦେଖାଯାଇଛି।

 

View this post on Instagram

 

A post shared by Palaash Muchhal (@palash_muchhal)


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri