ପାକିସ୍ତାନରେ ଜନସଂଖ୍ୟା ସଙ୍କଟ ଯୋଗୁ ଆର୍ଥିକ ସ୍ଥିତି ଗୁରୁତର: ପୂର୍ବତନ ଅର୍ଥମନ୍ତ୍ରୀ…

ଇସଲାମାବାଦ,୪।୩ : ପାକିସ୍ତାନରେ ଜାରି ରହିଥିବା ଆର୍ଥିକ ସଙ୍କଟ ପାଇଁ ଏହାର ଜନସଂଖ୍ୟା ଦାୟୀ ବୋଲି ଶନିବାର ପୂର୍ବତନ ଅର୍ଥମନ୍ତ୍ରୀ ମିଫତାହ ଇସମାଇଲ କହିଛନ୍ତି। ଦେଶର ଜନସଂଖ୍ୟା ନିୟୋଜନ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ ସ୍ଥିତି ଉତ୍କଟ ହେବାରେ ଲାଗିଛି। ପ୍ରଥମେ ଦେଶକୁ ସାମ୍ପ୍ରତିକ ସ୍ଥିତିରୁ ମୁକ୍ତି ପାଇବାର ରାସ୍ତା ଖୋଜିବାକୁ ପଡ଼ିବ। ଏହାପରେ ଜନସଂଖ୍ୟା ଆହ୍ବାନର ମୁକାବିଲା ଜରୁରୀ। ଦେଶରେ ପ୍ରତିବର୍ଷ ୫୫ ଲକ୍ଷ ଶିଶୁ ଜନ୍ମ ହେଉଛନ୍ତି। ଏପରି ଜାରି ରହିଲେ ଆଗାମୀ ଦିନରେ ସ୍ଥିତି ଅଧିକ ଭୟଙ୍କର ହେବ। ଦେଶର ଲୋକେ ଶୀଘ୍ର ଜନସଂଖ୍ୟା ନିୟୋଜନ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ବାଂଲାଦେଶ, ଟୁନିସିଆ, ମିଶର ଆଦି ମୁସଲମାନ ଦେଶ ନିଜ ନିଜ ଦେଶରେ ଜନସଂଖ୍ୟା ନିୟୋଜନ ଆଇନ ପ୍ରଣୟନ କରିଛନ୍ତି। ମାତ୍ର ପାକିସ୍ତାନରେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଉପଯୁକ୍ତ ନୀତି ଅଣାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଜନସଂଖ୍ୟା ବଢ଼ିବା ସହିତ ଦେଶରେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ନିରାକରଣ ପାଇଁ ଉପଯୁକ୍ତ ସରକାରୀ ଯୋଜନା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୯ ଜିଲାକୁ ରେଡ୍‌ ଆଲର୍ଟ, ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ- ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି…

ବଡ଼ ଖବର…ପ୍ରବଳ ବର୍ଷା, ଆଜି ୪ ଜିଲାରେ ସ୍କୁଲ ଛୁଟି

ଭୁବନେଶ୍ୱର,୨୮।୭: ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ।…

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

କେବଳ ଆନ୍ଦୋଳନ ପାଇଁ ଲାଠିଚାଳନା କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୭: କେବଳ ଆନ୍ଦୋଳନ ଚାଲିବାକୁ ନେଇ ପୋଲିସ ମାତ୍ରାଧିକ ବଳପ୍ରୟୋଗ କିମ୍ବା ହିଂସା କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ଏନ୍‌ଇଇଟି ପରେ ସରକାରଙ୍କ ଚିନ୍ତା ବଢ଼ାଇଛି ଇ-୨୦ ଅସନ୍ତୋଷ: ଅଗଷ୍ଟ ୪ରେ…

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଏନ୍‌ଇଇଟି ବିବାଦ ପରେ ଏବେ ୨୦% ଇଥାନଲ୍‌-ମିଶ୍ରିତ ପେଟ୍ରୋଲ (ଇ-୨୦)କୁ ନେଇ କେନ୍ଦ୍ର ସରକାରଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର କେତେକ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri