Posted inଜାତୀୟ

ପୁଲଓ୍ବାମା ଭଳି ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ପାକିସ୍ତାନୀ ଆତଙ୍କବାଦୀ: ସେନା ଅଧିକାରୀଙ୍କ ପୁସ୍ତକରେ ଉଲ୍ଲେଖ…

ନୂଆଦିଲ୍ଲୀ,୨୫।୨ : ୧୪ ଫେବୃଆରୀ ୨୦୧୯ ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଚାଳିଶ ଜଣ ସିଆରପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହା ଦେଶର ଇତିହାସରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା। ବର୍ତ୍ତମାନ ଏକ ପୁସ୍ତକରେ ପୂର୍ବତନ ସେନା ଅଧିକାରୀ ଉଲ୍ଲେଖ କରିଛନ୍ତି ଯେ ପୁଲୱାମା ଆକ୍ରମଣର ଠିକ ୧୦ ଦିନ ପରେ ଆତଙ୍କବାଦୀମାନେ ପୁଲୱାମା ଭଳି ଆକ୍ରମଣର ଷଡଯନ୍ତ୍ର ରଚିଥିଲେ। ତେବେ ସେନା, ଜମ୍ମୁ-କଶ୍ମୀର ପୋଲିସ ଏବଂ ସିଆରପିଏଫର ତୁରନ୍ତ କାର୍ଯ୍ୟ ଦ୍ୱାରା ଆତଙ୍କବାଦୀଙ୍କୁ ଆକ୍ରମଣ ପୂର୍ବରୁ ଏନକାଉଣ୍ଟରରେ ହତ୍ୟା କରାଯାଇ ପୁଲୱାମା ଭଳି ଆକ୍ରମଣକୁ ପଣ୍ଡ କରାଯାଇଥିଲା।

ଚିନାର କର୍ପସ କମାଣ୍ଡର ଥିବା ଅବସରପ୍ରାପ୍ତ ଲ୍ୟୁଟନାଟ ଜେନେରାଲ କେଜେ ଧିଲନ ତାଙ୍କ ପୁସ୍ତକ ’କିତନେ ଗାଜି ଆଏ, କିତନେ ଗାଜି ଗୟେ’ରେ ଏହା ଉଲ୍ଲେଖ କରିଛନ୍ତି ଯେ ପୁଲୱାମା ଆକ୍ରମଣର କିଛି ଦିନ ପରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଏକ ଆତ୍ମଘାତୀ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲା।

ପୁସ୍ତକରେ କୁହାଯାଇଛି ଯେ ୨୪ ଫେବୃଆରୀ ୨୦୧୯ ରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଥିଲା। ଜମ୍ମୁ-କଶ୍ମୀରର କୁଲଗାମ ଅଞ୍ଚଳର ଡିଏସପି ଅମାନ କୁମାର ଠାକୁର ଏହି ଆକ୍ରମଣ ସମ୍ପର୍କରେ ରାଷ୍ଟ୍ରୀୟ ରାଇଫଲ୍ସକୁ ସୂଚନା ଦେଇଥିଲେ। ସୂଚନା ଆଧାରରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୪ ଫେବୃଆରୀ ୨୦୧୯ ରାତିରେ କୁଲଗାମର ତୁରିଗାମ ଗ୍ରାମରେ ସେନା ଏବଂ ଅନ୍ୟ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଥିଲେ। ଲୁଚି ରହିଥିବା ସ୍ଥାନରେ ଆତଙ୍କବାଦୀଙ୍କ ଉପସ୍ଥିତି ନିଶ୍ଚିତ ହେବା ମାତ୍ରେ ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଏହି ଅପରେଶନ ସମୟରେ ଭାରତୀୟ ସେନା ଯବାନ ବଲଦେବ ରାମ ଶହୀଦ ହୋଇଥିଲେ। ଏଭଳି ପରିସ୍ଥିତିରେ ଜମ୍ମୁ-କଶ୍ମୀର ପୋଲିସର ଡିଏସପି ଅମାନ ଠାକୁର ଆହତ ଯବାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ, କିନ୍ତୁ ଏହି ସମୟରେ ଡିଏସପି ଅମାନ ଠାକୁର ନିଜେ ମଧ୍ୟ ଶହୀଦ ହୋଇଥିଲେ। ଆହତ ହୋଇଥିଲେ ମଧ୍ୟ ଗୁଳି ବିନିମୟରେ ଡିଏସପି ଅମାନ ଠାକୁର ଜଣେ ଆତଙ୍କବାଦୀଙ୍କୁ ଗୁଳି କରିଥିଲେ। ନିହତ ଆତଙ୍କବାଦୀ ଜଣକ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନୋମାନ ବୋଲି ଜଣାପଡିଥିଲା।

୩୪ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ନାଏବ ସୁବେଦାର ସୋମବୀର ମଧ୍ୟ ସାହସିକତା ପ୍ରଦର୍ଶନ କରି ଗୁଳି ବିନିମୟରେ ଓସାମା ନାମକ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ତେବେ ଆତଙ୍କବାଦୀଙ୍କ ଗୁଳିରେ ନାଏବ ସୁବେଦାର ସୋମବୀର ମଧ୍ୟ ଆହତ ହୋଇ ପରେ ଶହୀଦ ହୋଇଥିଲେ। ଉଭୟଙ୍କୁ ମରୋଣପରାନ୍ତ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥିଲା।

ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେଜେ ଧିଲନ କହିଛନ୍ତି ଯେ ଯଦି ତୁରିଗାମ ଅପରେଶନ ସଫଳ ହୋଇ ନ ଥାନ୍ତା ଏବଂ ଆତଙ୍କବାଦୀମାନେ ଆକ୍ରମଣ କରିବାରେ ସଫଳ ହୋଇଥାନ୍ତେ ତେବେ ଏହା ଯୋଗୁ ଏକ ବଡ କ୍ଷତି ଘଟିଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?