ରାଗିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ରଖିଲେ ଏମିତି ସର୍ତ୍ତ

ଇସଲମାବାଦ,୧୨।୫: କରୋନା ଏବଂ ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ କଶ୍ମୀର ମାମଲାକୁ ନେଇ ରାଗିଯାଇଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ,ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ନୂଆଦିଲ୍ଲୀ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ପାକିସ୍ତାନ ଭାରତ ସହ ଆଲୋଚନା କରିବ ନାହିଁ। ସୂଚନାଯୋଗ୍ୟ, ଅଗଷ୍ଟ ୫, ୨୦୧୯ରେ ଭାରତ ଧାରା ୩୭୦ର ଉଠାଇ ଦେଇଥିଲା। ଏହାସହ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ ୟୁନିଅନ ପ୍ରଦେଶ କରାଯାଇଥିଲା। ଏହା ପରେ ପାକିସ୍ତାନ ଭାରତ ସହ ବ୍ୟବସାୟିକ ସମ୍ପର୍କ କାଟିଦେଇଥିଲା। କାଶ୍ମୀର ଉପରେ ନିଆଯାଇଥିବା ନିଷ୍ପତ୍ତି ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ପାକିସ୍ତାନ ସରକାର କୌଣସି ମୂଲ୍ୟରେ ଭାରତ ସହ ଆଲୋଚନା କରିବେ ନାହିଁ। ଲାଇଭ ପ୍ରସାରଣ ଅଧିବେଶନରେ ଇମ୍ରାନ ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏକଥା କହିଛନ୍ତି।
ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି କହିଛନ୍ତି ଯେ ଏବେ ଭାରତ ସହ କୌଣସି ଆଲୋଚନା ହେବନାହିଁ, କିନ୍ତୁ ଯଦି ନୂଆଦିଲ୍ଲୀ କଶ୍ମୀର ଉପରେ ନୀତି ସଂଶୋଧନ କରି କଶ୍ମୀରବାସୀଙ୍କୁ ସହାୟତା ପ୍ରଦାନ କରେ ତେବେ ଆଲୋଚନା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ଚେକିଂ ବେଳେ ଧରାପଡ଼ିଲେ ୨୦ ବର୍ଷ ତଳର ହତ୍ୟାକାରୀ

ଓ୍ବାର୍ସ,୫।୧: ମାସ୍କ ନ ପିନ୍ଧିଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ ୨୦ ବର୍ଷ ତଳର ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି...

୨୦୨୬ରେ ଏସିଆନର ନେତୃତ୍ୱ ନେବନି ମ୍ୟାନମାର୍‌, ଫିଲିପାଇନ୍ସ କରିବ ଅଧ୍ୟକ୍ଷତା

ନାଫିଦ୍ୱ, ୬।୯: ଏସୀୟ କୂଟନୀତିଜ୍ଞଙ୍କ ଅନୁଯାୟୀ ଦକ୍ଷିଣ ପୂର୍ବ ଏସୀୟ ନେତାମାନେ ନିଷ୍ପତ୍ତି ନେଇଛନ୍ତି ଯେ ମ୍ୟାନମାର୍‌୨୦୨୬ରେ ସେମାନଙ୍କର ଆଞ୍ଚଳିକ ବ୍ଲକର ନେତୃତ୍ୱ କରିବନାହିଁ। ଏହା...

କେବଳ ନେତା ନୁହେଁ, ଭଲ ଅଭିନେତା ମଧ୍ୟ: ଏହିସବୁ ଫିଲ୍ମରେ ଅଭିନୟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଫେବ୍ରୁୟାରୀ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଗୁଜରାଟର ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ...

କରୋନାର ସତ୍ୟତା କହିବାକୁ ଯାଉଥିବା ଡାକ୍ତରଙ୍କର ସଂକ୍ରମଣରେ ହୋଇଥିଲା ମୃତ୍ୟୁ: ପତ୍ନୀ ଦେଲେ ଶେଷ ଉପହାର

ଉହାନ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ବିଶ୍ୱର ଚିନ୍ତାକୁ ବଢାଇବାରେ ଲାଗିଛି। ଏହି ମହାମାରୀର ସତ୍ୟତାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥିବା ଚାଇନାର...

ମରିୟମଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ ନାହିଁ ଇମ୍ରାନ ସରକାର

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାର ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ବାଜ (PML-N)ର ଉପାଧ୍ୟକ୍ଷ ମରିୟମ ନଓ୍ବାଜଙ୍କୁ ବିଦେଶ ଗସ୍ତ କରିବାକୁ ମନୁମତି ଦେଇ ନାହାନ୍ତି।...

ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ: ଚାଇନାର ବିରୋଧ

ଜାତିସଂଘ,୧୮ା୬: ପାକିସ୍ତାନର ଶୀର୍ଷ ଲଶ୍କର-ଇ-ତୋଇବା ନେତା ଅବଦୁଲ ରେହମନ ମକ୍କିଙ୍କୁ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଭାରତ ଓ...

ଫ୍ରାନ୍ସରେ ବେକାବୁ ହେଲାଣି କରୋନା, ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାର ୬ ନମ୍ବରରେ

ପ୍ୟାରିସ,୨ ।୧: ଏବେ ଫ୍ରାନ୍ସରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହୋଇ ଚାଲିଛି । ଶନିବାର ପ୍ରକାଶିତ ସରକାରୀ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୦ ମିଲିୟନରୁ...

କବାଡ଼ି ଖାନାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଚୋରି ହୋଇଥିବା ପ୍ରତିମୂର୍ତ୍ତ…

ଓ୍ବାଶିଂଟନ,୧୪।୨ : କାଲିଫର୍ଣ୍ଣିଆର ସୈନ ଜୋସର ଏକ ପାର୍କରୁ ଚୋରି ହୋଇଥିବା ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ପ୍ରତିମୂର୍ତ୍ତି କବାଡ଼ି ଖାନାରେ ଦେଖିବାକୁ ମିଳିଛି। ରିପୋର୍ଟରେ...

Advertisement
Archives

Model This Week