‘ଇଣ୍ଡିଆ ବନାମ ଭାରତ’ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ପାକିସ୍ତାନୀ ମିଡିଆ, ମୋଦିରାଜରେ ହୋଇଛି କେବଳ ନାମ ପରିବର୍ତ୍ତନ…

ଇସଲାମବାଦ/ନୂଆଦିଲ୍ଲୀ, ୫।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ତେବେ ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି। ଭାରତ ନାମ ବ୍ୟବହାର କରି ଧର୍ମ ଆଧାରରେ ପାକିସ୍ତାନୀ ଗଣମାଧ୍ୟମ ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ପାକିସ୍ତାନର ଜିଓ ନ୍ୟୁଜ ଚ୍ୟାନେଲ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ମୋଦି ସରକାର ଅନେକ ସହର ଏବଂ ସ୍ଥାନର ନାମ ପରିବର୍ତ୍ତନ କରିସାରିଛନ୍ତି ଯାହା ମୁସଲିମ ନେତାଙ୍କ ନାମରେ ନାମିତ ହୋଇଛି। ଏଥିସହ ଜି-୨୦ ଦେଶର ମୁଖ୍ୟମାନଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ସ୍ଥାନରେ ଭାରତ ଶବ୍ଦ ବ୍ୟବହାର କରାଯାଇଛି। ଯେହାକୁ ନେଇ ଇଣ୍ଡିଆ ବନାମ ଭାରତ ବିବାଦ ମୁଣ୍ଡ ଟେକିଛି।

ଜିଓ ନ୍ୟୁଜ ଏହାର ରିପୋର୍ଟରେ କହିଛି, ‘ନରେନ୍ଦ୍ର ମୋଦି ସରକାର ଇଣ୍ଡିଆର ନାମ ଭାରତକୁ ବଦଳାଇବାକୁ ଚିନ୍ତା କରୁଛନ୍ତି। ଏନେଇ ଦେଶରେ ଶୀଘ୍ର ଏକ ପ୍ରସ୍ତାବ ଘସଂସଦରେ ଉପସ୍ଥାପିତ ହେବ। ତେବେ ସରକାର ଏପ୍ରସଙ୍ଗକୁ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆଣିପାରନ୍ତି।

ପାକିସ୍ତାନୀ ମିଡିଆ ମୋଦିଙ୍କୁ ଟାର୍ଗେଟ କରି କହିଛି, ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କର୍ତ୍ତୃପକ୍ଷ ଅନେକ ସହର ଏବଂ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି। ଯାହା ମୁସଲିମ ନେତାଙ୍କ ନାମରେ ନାମିତ ହୋଇଛି। ଭାରତର ସଂଖ୍ୟାଲଘୁମାନେ ଏଥିରେ ଅସନ୍ତୋଷ ଅଛନ୍ତି।

କେବଳ ପାକିସ୍ତାନରେ ନୁହେଁ, ବିଶ୍ୱର ଅନେକ ବିଶ୍ଳେଷକ ଓ ସାମ୍ବାଦିକ ଏହି ବିଷୟରେ ଆଲୋଚନା କରୁଛନ୍ତି। ଋଷିଆର ଜଣେ ସାମ୍ବାଦିକ କହିଛନ୍ତି, ବର୍ତ୍ତମାନ ବ୍ରିକ୍ସର ନାମ ପରିବର୍ତ୍ତନ କରିବାକୁ ପଡିବ। ତୁର୍କୀ ପରେ ଭାରତ ହେଉଛି ଦ୍ୱିତୀୟ ଦେଶ ଯିଏ ଏହାର ନାମ ପରିବର୍ତ୍ତନ କରିପାରିବ।

ସୂଚନାଯୋଗ୍ୟ, ଇଣ୍ଡିଆ ବନାମ ଭାରତକୁ ବିବାଦ ଘନେଇବାରେ ଲାଗିଛି। କେନ୍ଦ୍ର ସରକାର ଓ ବିରୋଧୀ ମେଣ୍ଟ ସଦସ୍ୟ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ମଙ୍ଗଳବାର କଂଗ୍ରେସ ଅଭିଯୋଗ ଆଣିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅଧୀନରେ ‘ୟୁନିଅନ ଅଫ ଷ୍ଟେଟ୍ସ’ ଉପରେ ଆକ୍ରମଣ କରାଯାଉଛି। ସେହିପରି ଜି-୨୦ ରାତ୍ରୀଭୋଜନ ନିମନ୍ତ୍ରଣରେ ରାଷ୍ଟ୍ରପତିଙ୍କୁ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ଲେଖିବା ବଦଳରେ ପ୍ରେସିଡେଣ୍ଟ ଅଫ୍‌ ଭାରତ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?