୧୦ ବର୍ଷ ପରେ ଭାରତରେ ରିଲିଜ ହେବ ପାକିସ୍ତାନୀ ଫିଲ୍ମ…

ମୁମ୍ବାଇ : ଚଳିତ ବର୍ଷ ପାକିସ୍ତାନୀ ଚଳଚ୍ଚିତ୍ର ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ବିଶ୍ୱର ବକ୍ସ ଅଫିସରେ ବିପୁଳ ପରିମାଣର ଆୟ କରିଛି। ଏହି ଫିଲ୍ମ କେବଳ ପାକିସ୍ତାନ ନୁହେଁ ବିଦେଶରେ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ଅତୀତରେ ଏପରି ଆଲୋଚନା ହୋଇଥିଲା ଯେ ଫିଲ୍ମ ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ଭାରତରେ ମୁକ୍ତିଲାଭ କରିପାରିବ। ଏହା ପରେ ମହାରାଷ୍ଟ୍ର ନବନିର୍ମାଣ ସେନା ପାର୍ଟି ନେତା ଅମେୟ ଖୋପକର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଯିଏ ଭାରତରେ ପାକିସ୍ତାନୀ ଚଳଚ୍ଚିତ୍ର ’‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ଦେଖିବ ସେ ଦେଶଦ୍ରୋହୀ ହେବ।

କିନ୍ତୁ ବର୍ତ୍ତମାନ ଏହି ପାକିସ୍ତାନୀ ଚଳଚ୍ଚିତ୍ରକୁ ଭାରତରେ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଛି। ଥିଏଟର ଚେନ ଆଏନକ୍ସର ଅଧିକାରୀ ଏହି ସୂଚନା ଦେଇଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ଆଇନକ୍ସ ଲିଜର ଲିମିଟେଡର ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ରାଜେନ୍ଦ୍ର ସିଂ ଜ୍ୱାଲା କହିଛନ୍ତି ଯେ ଏହି ଚଳଚ୍ଚିତ୍ର ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ଆଶ୍ଚର୍ଯ୍ୟଜନକ ଯେ ୧୦ ବର୍ଷ ପରେ ଭାରତରେ ଏକ ପାକିସ୍ତାନୀ ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି ।

ଭାରତରେ ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ରିଲିଜ ସମ୍ପର୍କରେ ରାଜେନ୍ଦ୍ର ସିଂ କହିଛନ୍ତି ଯେ ପଞ୍ଜାବ ଏବଂ ଦିଲ୍ଲୀର କିଛି ସିନେମା ହଲରେ ଏହି ଚଳଚ୍ଚିତ୍ର ଆଏନକ୍ସରେ ପ୍ରଦର୍ଶିତ ହେବ ଯେଉଁଠାରେ ପଞ୍ଜାବୀ ଭାଷାଭାଷୀ ଲୋକ ଅଛନ୍ତି। ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ଚଳିତ ବର୍ଷ ଅକ୍ଟୋବର ୧୩ରେ ପାକିସ୍ତାନୀରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ନିଜ ଦେଶରେ ୨୦୦କୋଟିରୁ ଅଧିକ ଆୟ କରିଛି। ଏହି ଚଳଚ୍ଚିତ୍ରରେ ଫୱାଦ ଖାନ ଏବଂ ମାହିରା ଖାନ ମୁଖ୍ୟ ଭୂମିକାରେ ଅଛନ୍ତି। ଏମାନଙ୍କ ବ୍ୟତୀତ ହାମଜା ଅବ୍ବାସି, ହୁମୈମା ମଲିକ, ଗୋହର ରସିଦ, ଶାମୁନ ଅବ୍ବାସି, ଅଲି ଆଜମତ ଏବଂ ଅଦନାନ ଜାଫର ମଧ୍ୟ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri