ପାକିସ୍ତାନୀ ନାଗରିକ ଦେଶ ଛାଡ଼ିବା ପ୍ରସଙ୍ଗ: ଆଜି ଶେଷ ହେଉଛି ଡେଡ୍‌ଲାଇନ୍‌, ନ ଛାଡିଲେ…

ଭୁବନେଶ୍ୱର,୨୯।୪: ଗତ ୨୨ ତାରିଖରେ ପହଲ୍‌ଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଇଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରାଯିବା ସହ ଅଟାରୀ ବର୍ଡରକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି।

ଏପରିକି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଦୀର୍ଘମିଆଦୀ, କୂଟନୈତିକ ଏବଂ ସରକାରୀ ଭିସା ବ୍ୟତୀତ ସମସ୍ତ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ରଦ୍ଦ କରାଯାଇଛି। ଯାହା ଏପ୍ରିଲ ୨୬ ଯାଏ ରହିଥିଲା। ଏପରିକି ଚିକିତ୍ସା ଭିସାଧାରୀମାନଙ୍କୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଆଜି ହେଉଛି ଡେଡ୍‌ଲାଇନ୍‌ର ଶେଷ ତାରିଖ।

ଅନ୍ୟପକ୍ଷେ ପାକିସ୍ତାନୀ ନାଗରିକ ଭାରତ ନ ଛାଡିବେ ଇମିଗ୍ରେସନ ଓ ଫରେନର୍ସ ଆକ୍ଟ-୨୦୨୫ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଶ ନ ଛାଡ଼ିଲେ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ।

ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ ରହିଥିବା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭାରତ ଛାଡି ଥିବା ବେଳେ ବାକି ୧୧ଜଣ କେବେ ଦେଶ ଛାଡିବେ ସେ ନେଇ ପରବର୍ତ୍ତୀ ନିର୍ଦ୍ଦେଶାନାମ ପରେ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ ଡିଜି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି ।...

ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା

ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ପ୍ରତିଷ୍ଠା ଦାବି: ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ):  ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି...

ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଦିଗପହଣ୍ଡି,୧୬। ୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମର ମୁଖ୍ୟ ରାସ୍ତାରେ...

ଆଇସକ୍ରିମ୍‌ କିଣି ଘରକୁ ଫେରୁଥିଲେ କୁନି ଝିଅକୁ ଧକ୍କା ଦେଲା ବାଇକ୍‌, ପରେ…

ଦିଗପହଣ୍ଡି,୧୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମ ମିଲ ସାହିର ୨ୟ ଶ୍ରେଣୀ ଛାତ୍ରୀ ସିଏଚ୍‌.ପ୍ରିୟଙ୍କା ପାତ୍ର(୬) ବାଇକ (ଓଡ଼ି୦୭ ଏ...

ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ସଡ଼କ ଦୁର୍ଘଟଣାରେ ଆଖି ବୁଜିଥିଲେ ୨ ଓଡ଼ିଆ ଶ୍ରମିକ, ଏମ୍‌ପି ଅନନ୍ତ ନାୟକଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଖଜିରାପାଟ ପଞ୍ଚାୟତ ସୁରେନ୍ଦ୍ରପୁର ଗ୍ରାମର ୨ ଜଣ ଶ୍ରମିକ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରୁଥିଲେ।...

ବିକୁଥିଲେ ଅପମିଶ୍ରିତ ମଦ ପହଞ୍ଚିଗଲେ ଅବକାରୀ ଟିମ୍, ପରେ ଯାହା ହେଲା…

ଦିଗପହଣ୍ଡି,୧୬ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ବି.ତୁରୁବୁଡ଼ି ପଞ୍ଚାୟତ କିଞ୍ଚରଡ଼ା ଗ୍ରାମରେ ଶୁକ୍ରବାର ସକାଳେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ସଦଳବଳେ ଚଢାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri