Posted inଫୁରସତ

ଭାରତ ବିଷୟରେ ଏଭଳି ଭାବନ୍ତି ଏହି ୧୧ ବର୍ଷର ପାକିସ୍ତାନୀ ବାଳକ; ଭିଡିଓ ଦେଖିଲେ ଅବାକ ହେବେ..

ଇସଲାମାବାଦ: ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସର୍ବଦା ଜଟିଳ। କଶ୍ମୀର ପ୍ରସଙ୍ଗ ହେଉ ଅବା ଆତଙ୍କବାଦକୁ ପୋତ୍ସାହନ, ସବୁ କ୍ଷେତ୍ରରେ ପାକିସ୍ତାନର ଭୂମିକା ସନ୍ଦେହ ଘେରରେ ରହିଥାଏ। ଏଥିଯୋଗୁ ପାକିସ୍ତାନବାସୀ ଭାରତ ବିଷୟରେ କ’ଣ ଚିନ୍ତା କରନ୍ତି ତାହା ଭାରତୀୟଙ୍କ ମନରେ ପ୍ରଶ୍ନ ଉଠେ। ସେଭଳି ମଧ୍ୟ ଭାରତୀୟଙ୍କ ବିଷୟରେ ପାକିସ୍ତାନର ଲୋକେ ଭାବୁଥାଇପାରନ୍ତି।ଏପରିସ୍ଥଳେ ପାକିସ୍ତାନର ୧୧ ବର୍ଷ ବାଳକଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଭାରତ ବିଷୟରେ କହୁଥିବା ଦେଖାଯାଉଛି। ସେ ଘୃଣା ଭିତରେ ଭଲପାଇବାର ଏକ ନିଚ୍ଛକ ଉଦାହରଣ ବୋଲି ଅନେକ ମତ ରଖୁଛନ୍ତି।

ପାକିସ୍ତାନର ଏହି ୧୧ ବର୍ଷୀୟ ବାଳକ ହେଲେ ଜାକିୟା ଓରଫ ଜ୍ୟାକ୍‌। ପାକିସ୍ତାନ ଭ୍ରମଣରେ ଯାଇଥିବା ୟୁଟ୍ୟୁବର କାର୍ଲ ରୋକ୍‌ ତାଙ୍କୁ ଭାରତ ବିଷୟରେ କିଛି କହିବାକୁ କହିଥିଲେ। ଏହାର ଜବାବରେ ସେ ଭାରତରେ ମୋର ଅନେକ ବନ୍ଧୁ ଅଛନ୍ତି। ଭଲ ଓ ଖରାପ ଲୋକ ସବୁଜାଗାରେ ଅଛନ୍ତି। ଏଣୁ କାହାକୁ ନେଇ ଟିପ୍ପଣୀ କରିବା ଉଚିତ ନୁହେଁ ବୋଲି କହିଥିଲେ। ତେବେ ଏତେ କମ୍‌ ବୟସରେ ଜ୍ୟାକ୍‌ଙ୍କ ଏହି କଥା ସମସ୍ତଙ୍କ ହୃଦୟ ଜିତୁଛି। କାର୍ଲଙ୍କ ସହ କଥାବାର୍ତ୍ତାରେ ଜ୍ୟାକ୍‌ ଆହୁରୀ ମଧ୍ୟ କହିଛନ୍ତି, ସେ ତାଙ୍କ ବାପାଙ୍କ ସହ ଭାରତ ବୁଲିଥିଲେ। ଛଅ ବର୍ଷ ପୂର୍ବେ ସେ ଅମୃତସର ଆସିଥିଲେ।

ଦକ୍ଷିଣ ଏସିଆରେ ନିଜର ଯାତ୍ରା ବୃତ୍ତାନ୍ତକୁ ନେଇ ଲୋକପ୍ରିୟ କାର୍ଲ। ମୂଳତଃ ସେ ନ୍ୟୁଜିଲାଣ୍ଡର ଥିବା ବେଳେ ଏବେ ସେ ଭାରତରେ ରହୁଛନ୍ତି। ଏପରିକି ସେ ଭାରତୀୟ ମହିଳାଙ୍କୁ ବିବାହ ମଧ୍ୟ କରିଛନ୍ତି। ସେ ପାକିସ୍ତାନକୁ ବିଭାଜନ ପୂର୍ବର ଭାରତ ବୋଲି କୁହନ୍ତି। ଏବେ ସେ ପାକିସ୍ତାନକୁ ବୁଲି ଯାଇଥିବା ବେଳେ ଅନେକ ଲୋକଙ୍କୁ ଭେଟୁଛନ୍ତି। ଏହି କ୍ରମରେ ଜ୍ୟାକ୍‌ଙ୍କ ସହ ଲାହୋରରେ ତାଙ୍କର ଦେଖା ହୋଇଥିଲା। ପାକିସ୍ତାନର ଖାଦ୍ୟପେୟ, ସଂସ୍କୃତି ଉପରେ ଆଲୋଚନା କରିବା ପରେ ଭାରତକୁ ନେଇ ସେ କ’ଣ କହିବେ ବୋଲି କାର୍ଲ ପ୍ରଶ୍ନ କରିଥିଲେ, ଯାହାର ଉତ୍ତର ଅନେକଙ୍କ ମନ ଜିଣୁଛି। ତେବେ କାର୍ଲ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହାକୁ ଶେୟାର କରି ଲାହୋର ଯାତ୍ରା ସମୟରେ ଏହି ବାଳକ ସବ୍‌ସ୍କ୍ରାଇବର ମିଳିଲେ ଯିଏ ଭାରତ ପାଇଁ ଏଭଳି ଭାବନ୍ତି। କମ୍‌ ବୟସରେ ବଡଙ୍କ ଭଳି କଥା ଆପଣଙ୍କୁ ଚକିତ କରିଦେବ ବୋଲି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?