Posted inଫୁରସତ

ଭାରତ ବିଷୟରେ ଏଭଳି ଭାବନ୍ତି ଏହି ୧୧ ବର୍ଷର ପାକିସ୍ତାନୀ ବାଳକ; ଭିଡିଓ ଦେଖିଲେ ଅବାକ ହେବେ..

ଇସଲାମାବାଦ: ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସର୍ବଦା ଜଟିଳ। କଶ୍ମୀର ପ୍ରସଙ୍ଗ ହେଉ ଅବା ଆତଙ୍କବାଦକୁ ପୋତ୍ସାହନ, ସବୁ କ୍ଷେତ୍ରରେ ପାକିସ୍ତାନର ଭୂମିକା ସନ୍ଦେହ ଘେରରେ ରହିଥାଏ। ଏଥିଯୋଗୁ ପାକିସ୍ତାନବାସୀ ଭାରତ ବିଷୟରେ କ’ଣ ଚିନ୍ତା କରନ୍ତି ତାହା ଭାରତୀୟଙ୍କ ମନରେ ପ୍ରଶ୍ନ ଉଠେ। ସେଭଳି ମଧ୍ୟ ଭାରତୀୟଙ୍କ ବିଷୟରେ ପାକିସ୍ତାନର ଲୋକେ ଭାବୁଥାଇପାରନ୍ତି।ଏପରିସ୍ଥଳେ ପାକିସ୍ତାନର ୧୧ ବର୍ଷ ବାଳକଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଭାରତ ବିଷୟରେ କହୁଥିବା ଦେଖାଯାଉଛି। ସେ ଘୃଣା ଭିତରେ ଭଲପାଇବାର ଏକ ନିଚ୍ଛକ ଉଦାହରଣ ବୋଲି ଅନେକ ମତ ରଖୁଛନ୍ତି।

ପାକିସ୍ତାନର ଏହି ୧୧ ବର୍ଷୀୟ ବାଳକ ହେଲେ ଜାକିୟା ଓରଫ ଜ୍ୟାକ୍‌। ପାକିସ୍ତାନ ଭ୍ରମଣରେ ଯାଇଥିବା ୟୁଟ୍ୟୁବର କାର୍ଲ ରୋକ୍‌ ତାଙ୍କୁ ଭାରତ ବିଷୟରେ କିଛି କହିବାକୁ କହିଥିଲେ। ଏହାର ଜବାବରେ ସେ ଭାରତରେ ମୋର ଅନେକ ବନ୍ଧୁ ଅଛନ୍ତି। ଭଲ ଓ ଖରାପ ଲୋକ ସବୁଜାଗାରେ ଅଛନ୍ତି। ଏଣୁ କାହାକୁ ନେଇ ଟିପ୍ପଣୀ କରିବା ଉଚିତ ନୁହେଁ ବୋଲି କହିଥିଲେ। ତେବେ ଏତେ କମ୍‌ ବୟସରେ ଜ୍ୟାକ୍‌ଙ୍କ ଏହି କଥା ସମସ୍ତଙ୍କ ହୃଦୟ ଜିତୁଛି। କାର୍ଲଙ୍କ ସହ କଥାବାର୍ତ୍ତାରେ ଜ୍ୟାକ୍‌ ଆହୁରୀ ମଧ୍ୟ କହିଛନ୍ତି, ସେ ତାଙ୍କ ବାପାଙ୍କ ସହ ଭାରତ ବୁଲିଥିଲେ। ଛଅ ବର୍ଷ ପୂର୍ବେ ସେ ଅମୃତସର ଆସିଥିଲେ।

ଦକ୍ଷିଣ ଏସିଆରେ ନିଜର ଯାତ୍ରା ବୃତ୍ତାନ୍ତକୁ ନେଇ ଲୋକପ୍ରିୟ କାର୍ଲ। ମୂଳତଃ ସେ ନ୍ୟୁଜିଲାଣ୍ଡର ଥିବା ବେଳେ ଏବେ ସେ ଭାରତରେ ରହୁଛନ୍ତି। ଏପରିକି ସେ ଭାରତୀୟ ମହିଳାଙ୍କୁ ବିବାହ ମଧ୍ୟ କରିଛନ୍ତି। ସେ ପାକିସ୍ତାନକୁ ବିଭାଜନ ପୂର୍ବର ଭାରତ ବୋଲି କୁହନ୍ତି। ଏବେ ସେ ପାକିସ୍ତାନକୁ ବୁଲି ଯାଇଥିବା ବେଳେ ଅନେକ ଲୋକଙ୍କୁ ଭେଟୁଛନ୍ତି। ଏହି କ୍ରମରେ ଜ୍ୟାକ୍‌ଙ୍କ ସହ ଲାହୋରରେ ତାଙ୍କର ଦେଖା ହୋଇଥିଲା। ପାକିସ୍ତାନର ଖାଦ୍ୟପେୟ, ସଂସ୍କୃତି ଉପରେ ଆଲୋଚନା କରିବା ପରେ ଭାରତକୁ ନେଇ ସେ କ’ଣ କହିବେ ବୋଲି କାର୍ଲ ପ୍ରଶ୍ନ କରିଥିଲେ, ଯାହାର ଉତ୍ତର ଅନେକଙ୍କ ମନ ଜିଣୁଛି। ତେବେ କାର୍ଲ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହାକୁ ଶେୟାର କରି ଲାହୋର ଯାତ୍ରା ସମୟରେ ଏହି ବାଳକ ସବ୍‌ସ୍କ୍ରାଇବର ମିଳିଲେ ଯିଏ ଭାରତ ପାଇଁ ଏଭଳି ଭାବନ୍ତି। କମ୍‌ ବୟସରେ ବଡଙ୍କ ଭଳି କଥା ଆପଣଙ୍କୁ ଚକିତ କରିଦେବ ବୋଲି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri