Posted inଖେଳ

ଭାରତକୁ କ୍ଷମା ମାଗିଲେ ପାକିସ୍ତାନୀ ଆଙ୍କର୍‌

ନୂଆଦିଲ୍ଲୀ, ୧୦ା୧୦: ପାକିସ୍ତାନୀ ଆଙ୍କର୍‌ ଜୈନାବ ଆବାସ ନିଜ ଦେଶକୁ ଫେରିବା ପରେ ପ୍ରଥମ ଥର ପାଇଁ ଭାରତ ଏବଂ ବିଶ୍ୱକପକୁ ନେଇ ନୀରବତା ଭାଙ୍ଗିଛନ୍ତି। କ୍ରିକେଟ ବିଶ୍ୱକପ ୨୦୨୩ରେ ଆଇସିସି ଡିଜିଟାଲ ଦଳର ଏକ ଅଂଶ ଥିବା ଜୈନାବ ଭାରତ ବିରୋଧୀ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ସମାଲୋଚନାର ସମ୍ମୁଖୀନ ହେବା ପରେ ସେ ଭାରତ ଛାଡିଥିଲେ। ତାଙ୍କ ବିବୃତ୍ତି ପାଇଁ ସେ ଭାରତକୁ କ୍ଷମା ମାଗିଛନ୍ତି।
ମୋ ପୋଷ୍ଟ ଲୋକଙ୍କୁ ଆଘାତ ଦେଇଛି। ଏଥିପାଇଁ ମୁଁ ଦୁଃଖିତ ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି। ଭାରତରେ ଯଦିଓ ମୋର ସୁରକ୍ଷା ପ୍ରତି କୌଣସି ବିପଦ ନ ଥିଲା, ସୀମାର ଉଭୟ ପାର୍ଶ୍ୱରେ ଥିବା ମୋ ପରିବାର ଏବଂ ବନ୍ଧୁମାନେ ଚିନ୍ତିତ ଥିଲେ। ଯାହା ଘଟିଲା ତାହା ଉପରେ ପ୍ରତିଫଳନ କରିବା ପାଇଁ ମୋତେ କିଛି ସମୟ ଆବଶ୍ୟକ ଥିଲା। ସେଥିପାଇଁ ମୁଁ ଚୁପ୍‌ ଥିଲି ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍ର ପ୍ରସାରଣ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡିଜିଟାଲ ଟିମ୍‌ର ଅଂଶବିଶେଷ ଥିବା ଜଣେ ପାକିସ୍ତାନୀ ଆଙ୍କର୍‌ ଜୈନାବ ସୋମବାର ଭାରତ ଛାଡ଼ି ନିଜ ଦେଶକୁ ଫେରିଯାଇଛନ୍ତି। ଅତୀତର ତାଙ୍କ ଭାରତ ବିରୋଧୀ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଥିଲା। ଏହି ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଆଇସିସି କହିଥିଲା, ଜୈନାବ ବ୍ୟକ୍ତିଗତ କାରଣରୁ ଘରବାହୁଡ଼ା କରିଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ କରାଯାଇ ନାହିଁ। ଖବର ଅନୁସାରେ ଜୈନାବ ହାଇଦ୍ରାବାଦରେ ପାକିସ୍ତାନର ବିଶ୍ୱକପ ମ୍ୟାଚ କଭର ପାଇଁ ଆସିଥିଲେ। ଏହି ୩୫ ବର୍ଷୀୟା ଆଙ୍କର୍‌ ଅକ୍ଟୋବର ୬ରେ ହାଇଦ୍ରାବାଦସ୍ଥିତ ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ପାକିସ୍ତାନର ନେଦରଲାଣ୍ଡ୍ସ ବିପକ୍ଷ ବିଶ୍ୱକପ ଓପନ ବେଳେ ଉପସ୍ଥିତ ଥିଲେ। ଉପସ୍ଥାପିକା ଜଣକ ଗତ ସପ୍ତାହରେ ହାଇଦ୍ରାବାଦରେ ପହଞ୍ଚି ଥିଲେ। ସେ ବେଙ୍ଗାଲୁରୁ, ଚେନ୍ନାଇ ଓ ଅହମଦାବାଦ ଗସ୍ତ କରିଥାନ୍ତେ, ଯେଉଁଠାରେ ପାକିସ୍ତାନ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?