ହାତରେ ନେଲପଲିସ୍‌ ଲଗାଇ ଟ୍ରୋଲ ହେଉଛନ୍ତି ଅଭିନେତା

ଇସଲାମାବାଦ: ହାତରେ ନେଲ୍‌ପଲିସ୍‌ ଲଗାଇ ଟ୍ରୋଲ ହେଉଛନ୍ତି ପାକିସ୍ତାନୀ ଗାୟକ ତଥା ଅଭିନେତା ଅଲି ଜାଫର। ଷ୍ଟେରିଓଟାଇପ୍‌ ଭାଙ୍ଗି ସେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋ ଦେଖି ଅନେକ ତାଙ୍କର ସାହସକୁ ପ୍ରଶଂସା କରୁଥିବା ବେଳେ କିଛି ତାଙ୍କୁ ଟ୍ରୋଲ କରୁଛନ୍ତି।

ଭାଇରାଲ ହେଉଥିବା ଫଟୋରେ ଅଲି ଜାଫର ଚିକ୍‌ଚିକ୍‌ କରୁଥିବା କଳା ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି। ଦୁଇ ହାତରେ ସେ ନେଲପଲିସ୍‌ ଲଗାଇଛନ୍ତି। ନିଜ କନ୍ସର୍ଟ ପାଇଁ ସେ ଏଭଳି ଲୁକ୍‌ ଆପଣାଇଥିବା ଜଣାପଡ଼ିଛି। ଏହି ଫଟୋକୁ ଶେୟାର କରି ଅଲି କ୍ୟାପଶନରେ ଲେଖିଛନ୍ତି-ଆପଣ କୁହନ୍ତି ଆପଣ କିଏ, ଆଉ କେହି ବି ନୁହେଁ। ଅଲିଙ୍କ ଏଭଳି ଫଟୋ କେତେକଙ୍କୁ ପସନ୍ଦ ଆସିନାହିଁ। ତାଙ୍କୁ ଲାଜ ଅଛି ନା ନାହିଁ, ଆର ଥରକୁ ଲେହେଙ୍ଗା, ଚୁଡି ପିନ୍ଧିବ ବୋଲି ଲୋକେ କହୁଛନ୍ତି।

ତେବେ ଅଲି ଜାଫର ପାକିସ୍ତାନର ଜଣେ ଲୋକପ୍ରିୟ ସେଲିବ୍ରିଟି। ସେ କେବଳ ଗାୟକ ନୁହନ୍ତି, ଲେଖକ, ଅଭିନେତା, ପ୍ରଯୋଜକ ଏବଂ ଚିତ୍ରଶିଳ୍ପୀ। ଅନେକ ବଲିଉଡ୍‌ ଫିଲ୍ମରେ ସେ କାମ କରିଛନ୍ତି। ସେଥି ମଧ୍ୟରେ ‘ଡିଅର ଜିନ୍ଦେଗୀ’, ‘ମେରେ ବ୍ରଦର କି ଦୁଲ୍‌ହନ’, ଚଷମେ ବଦୁର’ ଆଦି ସାମିଲ ଅଛି। ସେ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇ ସନ୍ତାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri