Posted inଖେଳ

ମହାମୁକାବିଲାରେ ଟସ୍‌ ଜିତିଲା ପାକିସ୍ତାନ

ଢାକା,୭।୧୦: ମହିଳା ଏସିଆ କପ ଟି-୨୦ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ମ୍ୟାଚ୍‌ ଖେଳାଯାଉଛି। ପାକିସ୍ତାନ ଅଧିନାୟିକା ବିସ୍‌ମାହ ମାରୋଫ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମେ ବୋଲିଂ କରୁଛି। ଏହି ମ୍ୟାଚ ପାଇଁ ଖେଳୁଥିବା ଏକାଦଶରେ ଭାରତ ପରିବର୍ତ୍ତନ କରିଛି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ମ୍ୟାଚକୁ ନେଇ ସବୁବେଳେ ଉତ୍କଣ୍ଠା ରହିଥାଏ। କିନ୍ତୁ ଚଳିତ ବର୍ଷ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚରେ ଭାରତୀୟ ଦଳ ସହଜ ବିଜୟ ହାସଲ କରିଛି। ଜୁଲାଇରେ କମନୱେଲଥ ଗେମ୍ସରେ ଭାରତ ସହଜରେ ପାକିସ୍ତାନକୁ ପରାସ୍ତ କରିଥିଲା।
ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ପାଞ୍ଚଟି ମ୍ୟାଚରେ ଭାରତ ବିଜୟୀ ହୋଇଛି। ଆଜି ଭାରତ ପାକିସ୍ତାନ ବିପକ୍ଷ କ୍ରମାଗତ ଷଷ୍ଠ ମ୍ୟାଚ ଜିତିବାକୁ ଯିବ। ମହିଳା ଏସିଆ କପରେ ଭାରତ କ୍ରମାଗତ ତିନିଟି ମ୍ୟାଚ ଜିତିଛି ଏବଂ ଟେବୁଲର ଶୀର୍ଷରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ଟିମ୍‌ ଘୋଷଣା କଲା ବାଂଲାଦେଶ, ଏହି ଭେଟେରାନ୍‌ ଖେଳାଳି ପଡ଼ିଲେ ବାଦ୍‌

ଢାକା,୧୨ା୯: ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ଟିମ୍‌ ଘୋଷଣା କରିଛି। ବୋର୍ଡ ନାଜମୁଲ ହୁସେନ ଶାଣ୍ଟୋଙ୍କୁ ଅଧିନାୟକ କରିଛି। ଏହା...

ଟିମ୍‌ ଇଣ୍ଡିଆକୁ ଏହି କୋଚ୍‌ ଦେଇଥିଲେ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ, ବଡ଼ ଖୁଲାସା

ନୂଆଦିଲ୍ଲୀ,୧୨।୯: ଆଶ୍ଚର୍ଯ୍ୟଜନକ ଲାଗୁଛି ଯେ, ବିଶ୍ୱକପ ପରି ଏକ ବଡ଼ ଟୁର୍ନାମେଣ୍ଟରେ ଦଳର କୋଚ୍‌ ଖେଳାଳିମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ ଦେଉଥିଲେ। ଏପରି ଘଟଣା...

ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୧୧ା୯(ପି.ଟି.): ପ୍ୟାରିସ୍‌ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ମନସୁଖ...

ଅନଓ୍ବର ଅଲୀ ୪ ମାସ ବାସନ୍ଦ

କୋଲକାତା,୧୧ା୯(ପି.ଟି.): ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଚୁକ୍ତି ଉଲ୍ଲଂଘନ ମାମଲାରେ ଭାରତୀୟ ଡିଫେଣ୍ଡର ଅନଓ୍ବର ଅଲୀଙ୍କୁ ୪ ମାସ ପାଇଁ ବାସନ୍ଦ କରାଯାଇଛି। ଏହା...

ପାରାଲିମ୍ପିକ୍ସ ଚାମ୍ପିୟନଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୧ା୯(ପି.ଟି.): ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଅପାର ସଫଳତା ପରେ ଭାରତୀୟ ଆଥଲେଟ୍‌ମାନେ ମଙ୍ଗଳବାର ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଳାଳିମାନେ ପହଞ୍ଚିବା...

ଓଡ଼ିଶା ସହ ମିଶି ବିଶ୍ୱସ୍ତରରେ ହକିର ବିକାଶ ପାଇଁ ଏଫ୍‌ଆଇଏଚ୍‌ ପ୍ରତିଶ୍ରୁତିବଦ୍ଧ: ଇକ୍ରାମ

ଭୁବନେଶ୍ୱର, ୧୦।୯: ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସଭାପତି ଟାୟାବ ଇକ୍ରାମ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଠାରେ ସାକ୍ଷାତ କରିଛନ୍ତି। ବିଶ୍ୱ ହକିକୁ...

ପାରାଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୧୦ା୯: ପ୍ୟାରିସ୍‌ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ମନସୁଖ...

ଗାଙ୍ଗୁଲିଙ୍କ ବଡ଼ ଭବିଷ୍ୟବାଣୀ: ଏହି କ୍ରିକେଟର୍‌ ହେବେ ଟେଷ୍ଟର ବାଦ୍‌ଶାହା

ନୂଆଦିଲ୍ଲୀ,୯।୯: ଟିମ ଇଣ୍ଡିଆର ତାରକା ଖେଳାଳି ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଏ। ଯେତେବେଳେ ଟେଷ୍ଟ ଫର୍ମାଟ କଥା ଆସେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri