ମାର୍ଶଲ ଲ’ ମୁହାଁ ପାକିସ୍ତାନ…

ଇସଲାମାବାଦ,୩୦।୧୦ : ଗତ କିଛି ମାସ ଧରି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ସମୟରେ ଦେଶରେ ରାଜନୈତିକ ବିଶୃଙ୍ଖଳା ଦେଶର ସମସ୍ୟାକୁ ବଢ଼ାଇ ଦେଇଛି। ଏକ ରିପୋର୍ଟରେ ଆଗାମୀ ଦିନରେ ପାକିସ୍ତାନରେ ମାର୍ଶଲ ଲ’(ସାମରିକ ଆଇନ) କାର୍ଯ୍ୟକାରୀ ହେବାର ଆଶଙ୍କା ଥିବା ନେଇ ଦାବି କରାଯାଇଛି। କୁହାଯାଇଛି ଯେ ଆସନ୍ତା ୬ ମାସ କିମ୍ବା ତା’ଠାରୁ କମ ସମୟ ମଧ୍ୟରେ ସାମରିକ ଆଇନ ଲାଗୁ ହୋଇପାରେ।

ପାକିସ୍ତାନର ସାପ୍ତାହିକ ଖବର କାଗଜ ଦ ଫ୍ରାଇଡେ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ ସାମରିକ ଆଇନ ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ବେଳେବେଳେ ପରିସ୍ଥିତି ଉପୁଜେ ଯେତେବେଳେ ଅରାଜକତା ଏବଂ ଶାସନ ମଧ୍ୟରେ ଏକମାତ୍ର ବିକଳ୍ପ ବାକି ରହିଥାଏ। ଏହି ପରିସ୍ଥିତିରେ ସେନା ଶାସନ କ୍ଷେତ୍ରରେ ପାଦ ଦେଇଥାଏ। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସାମରିକ ଆଇନ ମୁହାଁ ହେବାରେ ଲାଗିଛି।

ରିପୋର୍ଟରେ କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ, ୨୦୧୮ ରେ ଇମ୍ରାନ ଖାନ ସଚ୍ଚୋଟତା ଏବଂ ସ୍ବଚ୍ଛତା ଆଧାରରେ ପାକିସ୍ତାନରେ କ୍ଷମତାକୁ ଆସିଥିଲେ। ତେବେ, ଏପ୍ରିଲ ୨୦୨୨ ରେ ତାଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡିଲା। ଏହାର ମୁଖ୍ୟ କାରଣ ହେଉଛି ଦେଶରେ ବ୍ୟାପିଥିବା ଆର୍ଥିକ ଅସ୍ଥିରତା। ଆକାଶଛୁଆଁ ମୁଦ୍ରାସ୍ଫୀତି ଏବଂ ମୌଳିକ ସୁବିଧା ସହିତ ସଂଘର୍ଷ କରୁଥିବା ଲୋକମାନେ ତାଙ୍କ ଉପରେ ଆତ୍ମବିଶ୍ୱାସ ହରାଇବା ଏହାର ମୁଖ୍ୟ କାରଣ ଥିଲା। ତେବେ ନୂତନ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସ୍ଥିତି ସମାନ ରହିଥିଲା ଏବଂ ପାକିସ୍ତାନରେ ବିପର୍ଯ୍ୟସ୍ତ ବନ୍ୟା ପରିସ୍ଥିତି ସଙ୍କଟକୁ ଆହୁରି ବଢ଼ାଇ ଦେଇଥିଲା।

ରିପୋର୍ଟରେ କୁହାଯାଇଛି ଯେ କ୍ଷମତାଚ୍ୟୁତ ହେବା ପରେ ମଧ୍ୟ ଇମ୍ରାନ ଖାନଙ୍କ ପ୍ରତି ଜନସାଧାରଣଙ୍କ ସମର୍ଥନ ରହିଛି। ସମ୍ପ୍ରତି ସଂସଦର ହୋଇଥିବା ଉପ-ନିର୍ବାଚନ ଫଳାଫଳରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଆଠଟି ସିଟ ମଧ୍ୟରୁ ୬ଟି ଜିତିଥିବାବେଳେ ପିଡିଏମ ମାତ୍ର ଦୁଇଟି ସିଟ ଜିତିଛି। ରିପୋର୍ଟରେ କୁହାଯାଇଛି ଯେ କ୍ଷମତାଠାରୁ ଦୂରରେ ରହିବା ପରେ ମଧ୍ୟ ଇମ୍ରାନ ଖାନ ଚୁପ ରହିନାହାଁନ୍ତି। ସେ ନିରନ୍ତର ସଂଗ୍ରାମ କରୁଛନ୍ତି, ରାଲି କରୁଛନ୍ତି ଏବଂ ବର୍ତ୍ତମାନ ସେ ଆଜାଦି ମାର୍ଚ୍ଚ ମଧ୍ୟ ଘୋଷଣା କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ପଟେ ପାକିସ୍ତାନ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ଅନ୍ୟ ପଟେ ଇମ୍ରାନ ଖାନଙ୍କ ଅଧିକ ସକ୍ରିୟତା ମଧ୍ୟ ଦେଶରେ ରାଜନୈତିକ ବିଶୃଙ୍ଖଳା ବୃଦ୍ଧି କରିଛି। ଏଭଳି ପରିସ୍ଥିତିରେ ଅର୍ଥନୈତିକ ସଙ୍କଟ ଗଭୀର ହେବା ସହିତ ପାକିସ୍ତାନ ଅଶାନ୍ତ ହେବାରେ ଲାଗିଛି। ଫଳସୱରୂପ, ପରିସ୍ଥିତି ବିଶୃଙ୍ଖଳିତ ହେବା ଯୋଗୁ ସୈନ୍ୟବାହିନୀକୁ ଯେକୌଣସି ସମୟରେ ହସ୍ତକ୍ଷେପ କରିବାକୁ ପଡିପାରେ ବୋଲି ଆଶଙ୍କା ଦେଖାଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?