ଜିଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି

ଛତ୍ରପୁର,୩୦।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଶନିବାର ପାଳିତ ହୋଇଯାଇଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବ ଯୋଗ ଦେଇ କହିଥିଲେ, ଜଳବାୟୁ ପରିବର୍ତ୍ତନ ହେବା ଦ୍ବାରା ବିଭିନ୍ନ ବିପତ୍ତି ଆସୁଛି। ଏହି ସମୟରେ ଗୋଷ୍ଠୀଗୁଡିକୁ ସାମିଲ କରି ବିପର୍ଯ୍ୟୟର ମୁକାବିଲା ଯୋଜନା ପ୍ରସ୍ତୁତ କଲେ ବିପତ୍ତିରୁ ମୁକାବିଲା କରିବା ସମ୍ଭବ ହେବ। ଲୋକଙ୍କ ଜୀବନ ସୁରକ୍ଷା ଦିଗରେ ସଚେତନତା ହିଁ ମୁଖ୍ୟ ମାଧ୍ୟମ ହୋଇଛି। ବିପତ୍ତି ଆସିବା ପୂର୍ବରୁ ଜନ ଜୀବନକୁ ସୁରକ୍ଷା ନିମନ୍ତେ ଆବଶ୍ୟକ ହେଉଥିବା ସାମଗ୍ରୀ ଗଚ୍ଛିତ ରଖିବା ସହିତ ପୂର୍ବରୁ ସଜାଗ ରହିଲେ ତାହାକୁ ମୁକାବିଲା କରିବା ସହଜ ହୋଇପାରିବ।
ଜିଲାପାଳ(ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତି ଗ୍ରାମରେ ଭିତ୍ତିଭୂମି ରହିବା ଆବଶ୍ୟକ। ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜିଲାରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ସେ ଅବଗତ କରାଇଥିଲେ। ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା, ଉପସ୍ଥିତ ଥିବା ଛାତ୍ରୀଛାତ୍ରଙ୍କୁ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କିଭଳି ନିଜକୁ ପ୍ରସ୍ତୁତ ରଖିବେ ସେ ସମ୍ପର୍କରେ ଜଣାଇଥିଲେ। ଅନସ୍ଲୋ ବିଦ୍ୟାଳୟ ଖେଳ ପଡିଆଠାରୁ ସଚେତନତା ସମ୍ପର୍କିତ ଏକ ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲା। ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାସକାଠିଆ ପରିବେଷଣ ପୂର୍ବକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଓସ୍‌ଡମା, ଓଏସ୍‌ଏପି, ଅଷ୍ଟମ ବାଟାଲିୟନ ଛତ୍ରପୁର ଓଡ୍ରାଫ ଟିମ୍‌ ଦ୍ବାରା ମକ୍‌ ଡ୍ରିଲ ପ୍ରଦର୍ଶନ ପୂର୍ବକ କିଭଳି ବିପତ୍ତି ଆପଦ ସମୟରେ ଲୋକଙ୍କ ଜନଜୀବନ ସୁରକ୍ଷା ହୋଇପାରିବ ତା’ର ପୂର୍ବପ୍ରସ୍ତୁତି ଅଭ୍ୟାସ ପ୍ରଦର୍ଶନ ହୋଇଥିଲା। ବିପତ୍ତି ସମୟରେ କେଉଁ ସବୁ ଯନ୍ତ୍ରପାତି, ସରଞ୍ଜାମ ଦ୍ବାରା ଲୋକଙ୍କୁ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟରେ ବିନିଯୋଗ ହେଉଛି ତାହା ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏସ୍‌ଆଇ, ଆର୍ମସ ପ୍ରସନ୍ନ କୁମାର ସୁବୁଦ୍ଧି ଏବଂ ସେମାନଙ୍କ ସାଥୀ ଦୁଃସାହସିକ ପ୍ରସ୍ତୁତି ପ୍ରଦର୍ଶନ କରିଥିଲେ। ଅଗ୍ନିଶମ ବିଭାଗ ଦ୍ବାରା ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା। ବିପର୍ଯ୍ୟୟ ପ୍ରଶମନରେ ଗୋଷ୍ଠୀର ଭୂମିକା ବିଷୟବସ୍ତୁକୁ ନେଇ ପ୍ରବନ୍ଧ ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରବନ୍ଧ ପ୍ରତିଯାଗିତାରେ ଅର୍ପିତା ଚୌଧୁରୀ, ଭିଭି ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ, ସୌମ୍ୟ ରଞ୍ଜନ ପଣ୍ଡା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆସ୍କା ଦ୍ବିତୀୟ ଓ ଶୋଭନା ସ୍ବାଇଁ କୃଷକ ନୋଡାଲ ଉଚ୍ଚ ବିଦ୍ୟାଳୟ, ହୁଗୁଳାପଟା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।
ପ୍ରତିଯୋଗିତାରେ ଜିନା ଗୌଡ, ଆର୍‌.ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମନାଭପୁର ପ୍ରଥମ, ସ୍ପନ୍ଦନ କୁମାର ତ୍ରିପାଠୀ ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ କ୍ୟାମ୍ପସ୍‌ ବ୍ରହ୍ମପୁର ଦ୍ବିତୀୟ ସ୍ଥାନ ଓ ଅଙ୍କିତା ଗୌଡ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର-୨ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସସ୍ମିତା ମହାନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ କଞ୍ଚୁରୁ ପ୍ରଥମ ସ୍ଥାନ, ଶୁଭମ୍‌ ତ୍ରିପାଠୀ ସରକାରୀ ପୌର ଉଚ୍ଚ ବିଦ୍ୟାଳୟ, ଲାଞ୍ଜିପଲ୍ଲୀ ଦ୍ବିତୀୟ ସ୍ଥାନ ଓ ମୁକେଶ ସାହୁ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର ମଞ୍ଚାସୀନ ଥିଲା ବେଳେ ଜିଲା ପରିଯୋଜନା ଅଧିକାରୀ ଅବନୀକାନ୍ତ ଭୂୟଁା ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri