ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକିଲା ପାକିସ୍ତାନ…

ଇସଲାମାବାଦ/ଓ୍ବାଶିଂଟନ,୧୯।୯: ଏକ ରିପୋର୍ଟ ଦାବି କରାଯାଇଛି ପାକିସ୍ତାନ ୟୁକ୍ରେନକୁ ଯୋଗାଇବା ପାଇଁ ଗୁପ୍ତଚର ଚୁକ୍ତି ଅନୁଯାୟୀ ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିଛି। ଏହାର ପ୍ରତିବଦଳରେ ଅର୍ଥନୈତିକ ସଙ୍କଟରେ ଘେରି ରହିଥିବା ପାକିସ୍ତାନକୁ ଆଇଏମଏଫ ଏକ ବେଲ ଆଉଟ ପ୍ୟାକେଜ ପ୍ରଦାନ କରିଛି। ଏହି ଦାବିକୁ ସମର୍ଥନ କରି ପାକିସ୍ତାନୀ ଏବଂ ଆମେରିକା ସରକାରୀ ଦଲିଲଗୁଡ଼ିକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ପାକିସ୍ତାନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅନଲାଇନ ଅନୁସନ୍ଧାନକାରୀ ୱେବସାଇଟ ଇଣ୍ଟରସେପ୍ଟ ଏହି ରିପୋର୍ଟ ପ୍ରକାଶ କରିଛି ରିପୋର୍ଟରେ କୁହାଯାଇଛି ୟୁକ୍ରେନ ସେନାର ବ୍ୟବହାର ପାଇଁ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ଏହି ଚୁକ୍ତି ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତି ପାଇଁ ଆମେରିକା ପାକିସ୍ତାନ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଆଇଏମଏଫରୁ ତିନି ବିଲିୟନ ଡଲାରର ଏକ ବେଲ ଆଉଟ ପ୍ୟାକେଜ ପାଇଛି। ରିପୋର୍ଟ ଅନୁଯାୟୀ, କେବଳ ଆଇଏମଏଫରୁ ଏହି ବେଲ ଆଉଟ ପ୍ୟାକେଜ ପାଇବା ପାଇଁ ପାକିସ୍ତାନ ଆମେରିକାର ଚାପରେ ଏହି ଚୁକ୍ତି କରିଥିଲା। ତେବେ ପାକିସ୍ତାନ ବୈଦେଶିକ ବିଭାଗର ମୁଖପାତ୍ର ମମତାଜ ଜାହରା ବାଲୋଚ ଏହି ରିପୋର୍ଟରେ ଦିଆଯାଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛନ୍ତି।

ସେ କହିଛନ୍ତି ରୁଷିଆ-ୟୁକ୍ରେନ ଯୁଦ୍ଧରେ ପାକିସ୍ତାନର ନୀତି କଠୋର ନିରପେକ୍ଷ ରହିଛି। କୌଣସି ଦେଶକୁ ଅସ୍ତ୍ରଶସ୍ତ୍ର କିମ୍ବା ଗୁଳିଗୋଳା ଯୋଗାଇ ଦିଆଯାଇ ନାହିଁ। ଅସ୍ତ୍ରଶସ୍ତ୍ର ରପ୍ତାନି ପାଇଁ ପାକିସ୍ତାନର କଡା ନିୟମ ରହିଛି। ସୂଚନାଯୋଗ୍ୟ ଜୁଲାଇରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା ପାକିସ୍ତାନ ଗସ୍ତ କରିଥିଲେ। ସେହି ସମୟ ମଧ୍ୟରେ କୁଲେବା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଖବରକୁ ପ୍ରତ୍ୟାଖ୍ୟାନ କରିଥିଲେ। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅସ୍ତ୍ରଶସ୍ତ୍ର ବିକ୍ରୟ ପାଇଁ ପାକିସ୍ତାନ ୱାର୍ସରେ ଏକ ଫାର୍ମ ପ୍ରତିଷ୍ଠା କରିଥିବା ମଧ୍ୟ ଖବର ରହିଛି। ଏପ୍ରିଲରେ ବିବିସିଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ୟୁକ୍ରେନର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି ସେମାନେ ପାକିସ୍ତାନ ସମେତ ଅନେକ ଦେଶରୁ ଅସ୍ତ୍ରଶସ୍ତ୍ର ପାଇଛନ୍ତି। କିନ୍ତୁ ୟୁକ୍ରେନ ସରକାର ଏହାକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?