ଇମ୍ରାନ ସରକାରଙ୍କ କାଉଣ୍ଟଡାଉନ୍‌ ଆରମ୍ଭ: ଏପ୍ରିଲ ୩ରେ ହେବ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ

ଇସ୍‌ଲାମାବାଦ୍‌,୨୯।୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ କରାଯିବ। ମଙ୍ଗଳବାର ଏନେଇ ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍‌ ରସିଦ ଦାବି କରିଛନ୍ତି। ସୋମବାର ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବ ଉପରେ ମାର୍ଚ୍ଚ ୩୧ରେ ଆଲୋଚନା ହେବ। ତେବେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଏପ୍ରିଲ ୩ର ଶେଷ ଘଣ୍ଟା ସୁଦ୍ଧା ନିଆଯିବ ବୋଲି ଗୃହମନ୍ତ୍ରୀ ଶେଖ୍‌ ରସିଦ କହିଛନ୍ତି। ଅନ୍ୟପଟେ ପାକିସ୍ତାନ ରାଜନୀତିର ମ୍ୟାଚ ଏକ ମଜାଦାର ପର୍ଯ୍ୟାୟରେ ପହଞ୍ଚୁଛି। ଶେଷ ବଲ ପର୍ଯ୍ୟନ୍ତ ଇମ୍ରାନ ଖାନ ଖେଳିବେ ବୋଲି ଶେଖ୍‌ ରସିଦ କହିଛନ୍ତି। ସୂଚନାଯୋଗ୍ୟ, ବିରୋଧୀ ଦଳର ୧୬୧ ସାଂସଦ ଇମ୍ରାନ ଖାନଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିଲେ। ତେବେ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଙ୍କ ଦଳର ଅନେକ ସାଂସଦ ତଥା ସହଯୋଗୀ ଦଳ ଏମ୍‌କ୍ୟୁଏମ୍‌-ପି ଏବଂ ପିଏମ୍‌ଏଲ୍‌-କ୍ୟୁ ମଧ୍ୟ ତାଙ୍କ ବିରୁଦ୍ଧରେ ଯାଇପାରନ୍ତି। ଯାହା ଇମ୍ରାନଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ବ୍ରିଟିଶ ଲେଖକଙ୍କ ପରଲୋକ

ଲଣ୍ଡନ,୧୬।୮:ପ୍ରସିଦ୍ଧ ବ୍ରିଟିଶ ଲେଖକ ତଥା ଖବରଦାତା ନିକୋଲାସ ଇଭାନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ନିକୋଲାସ ଇଭାନ୍ସ ଅନେକ...

ଲଣ୍ଡନ ମାରାଥନ୍‌ରେ ଦୌଡ଼ିଲେ ୪୦ହଜାର

ଲଣ୍ଡନ, ୨୯ା୪: ରବିବାର ବିଶ୍ୱପ୍ରସିଦ୍ଧ ୩୯ତମ ଲଣ୍ଡନ ମାରାଥନ୍‌ରେ ୪୦ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭାଗନେଇଥିଲେ। ଅଧିକାଂଶ ଦୌଡାଳି ଗିନିଜ୍‌ ବିଶ୍ୱରେକର୍ଡ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲେ।...

ବାର୍ଷିକ ବିକ୍ରିରେ ମର୍ସିଡିଜକୁ ପଛରେ ପକାଇଲା ବିଏମ୍‌ଡବ୍ଲ୍ୟୁ

ମ୍ୟୁନିକ(ଜର୍ମାନୀ),୪।୧: ୨୦୨୧ରେ ବର୍ଷକୁ ପ୍ରିମିୟମ କାର ବିକ୍ରିରେ ମର୍ସିଡିଜ-ବେଞ୍ଜକୁ ପଛରେ ପକାଇ ଦେଇଛି ବିଏମ୍‌ଡବ୍ଲ୍ୟୁ। ୨୦୧୫ ପରେ ପ୍ରଥମ ଥର ପାଇଁ ବାର୍ଷିକ ବିକ୍ରିରେ ବିଏମ୍‌ଡବଲ୍‌ୟୁ...

ପ୍ରଥମ ଦେଶ ଭାବେ ଓମିକ୍ରନ ଭାକ୍ସିନକୁ ଅନୁମୋଦନ କଲା ବ୍ରିଟେନ

ଲଣ୍ଡନ,୧୫।୮: ବିଶ୍ୱରେ କରୋନା ଭାଇରସ୍‌ର ସବ୍‌ ଭାରିଆଣ୍ଟ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଦୈନିକ ସଂକ୍ରମଣ ହାର...

ତିବ୍ବତୀୟ ପିଲାଙ୍କୁ ମାତା-ପିତାଙ୍କଠାରୁ କରାଯାଉନି ଅଲଗା, ଜାତିସଂଘ ରିପୋର୍ଟର ଜବାବ ଦେଲା ଚାଇନା…

ବେଜିଂ,୧୫।୩ : ଜାତିସଂଘର ସ୍ବତନ୍ତ୍ର ରିପୋର୍ଟର ଦାବି କରାଯାଇଛି ଯେ ଚାଇନା ଏକ ଲକ୍ଷ ତିବ୍ବତୀୟ ପିଲାଙ୍କୁ ସେମାନଙ୍କ ପରିବାରଠାରୁ ଅଲଗା କରିଛି। ଧାର୍ମିକ, ସାଂସ୍କୃତିକ...

ଫିଲ୍ମ ଉରିର ‘ଗରୁଡ’ ଭଳି ଦେଖାଯାଉଥିବା ଡ୍ରୋନ୍ ତିଆରି କଲା ଚାଇନା !

ବେଜିଂ,୪ ।୩: ବଲିଉଡ୍ ଫିଲ୍ମ ‘ଉରି’ରେ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ଯେଉଁଭଳି ଏକ ଡ୍ରୋନ୍ ତିଆରି କରାଯାଇଥିଲା ଠିକ୍ ସେହିଭଳି...

ଏଲନ ମସ୍କଙ୍କୁ ଝଟକା, ଟୁଇଟର ମୁଖ୍ୟାଳୟରୁ ହଟାଇବାକୁ ପଡ଼ିଲା ନୂଆ ଲୋଗୋ ‘X’

କାଲିଫର୍ନିଆ,୧।୮: ଗତ କିଛି ଦିନ ହେବ ଏଲନ ମସ୍କଙ୍କ ଟୁଇଟର ହେଡଲାଇନରେ ରହିଆସିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାର ନୂତନ ଲୋଗୋ ସମ୍ବନ୍ଧରେ ଘୋଷଣା...

ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ…

ମସ୍କୋ,୫।୧୧ : ଜି -୨୦ ଶିଖର ସମ୍ମିଳନୀ ପାଇଁ ତୀବ୍ର ପ୍ରସ୍ତୁତି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ରୁଷିଆ...

Advertisement
Archives

Model This Week