Posted inଖେଳ

ଚାମ୍ପିୟନ୍ସ ଟ୍ରଫିରୁ ଓହରିଯିବ ପାକିସ୍ତାନ! ଭାରତ ଯିବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୧୧: ଆଗାମୀ ଚାମ୍ପିୟନ୍ସ ଟ୍ରଫିରୁ ଓହରିପାରେ ପାକିସ୍ତାନ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତ ଆସିବାକୁ ମନା କରିବାରୁ ପରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି କୌଣସି ଲାଭ ପାଇବ ନାହିଁ। ପ୍ରୟୋଜକମାନେ ମଧ୍ୟ ଏଥିରୁ ଓହରି ଯାଇପାରନ୍ତି। ଏହି ରିପୋର୍ଟରେ ‘ସରକାରୀ ସୂତ୍ର’ରୁ ମିଳିଥିବା ରିପୋର୍ଟରେ କୁହାଯାଇଛି ଯେ, ଦେଶ ମଧ୍ୟରେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ପାକିସ୍ତାନ ସରକାର କୌଣସି ଆଇସିସି କିମ୍ବା ଏସୀୟ କ୍ରିକେଟ୍ ପରିଷଦ ଇଭେଣ୍ଟରେ ଭାରତ ସହିତ ଖେଳିବାକୁ ମନା କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ କହିବାର ସମ୍ଭାବନା ରହିଛି।

ଅନ୍ୟପଟେ ପିଟିଆଇ ରିପୋର୍ଟ ଅନୁଯାୟୀ ପିସିବି ଆଇସିସି ଠାରୁ ସ୍ପଷ୍ଟତା ମାଗିଛି। କାରଣ ଭାରତ ପାକିସ୍ତାନ ଗସ୍ତର କରିବ ନାହିଁ ବ୍ୟତୀତ ଅନ୍ୟ କୌଣସି ସୂଚନା ଆଇସିସି ଦେଇନାହିଁ, ଯେପରିକି ଏହି ଟୁର୍ନାମେଣ୍ଟ ହାଇବ୍ରିଡ଼ ମଡେଲରେ ହେବ କି ନାହିଁ। ଗତ ଏସିଆ କପ୍ ସମୟରେ ମଧ୍ୟ ହାଇବ୍ରିଡ ମଡେଲ ଅନୁସରଣ କରାଯାଇଥିଲା। ଭାରତ ଏହାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା, ଯେତେବେଳେ କି ବାକି ସମସ୍ତ ମ୍ୟାଚ୍ ପାକିସ୍ତାନରେ ଖେଳାଯାଇଥିଲା।

ତେବେ ସୂଚନା ଅନୁଯାୟୀ, ପିସିବି ଏକ ଇ-ମେଲ କରିପାରେ ଏବଂ ଏହାର ଲିଗାଲ ଟିମର ପରାମର୍ଶ କ୍ରମେ ଭାରତ ସମ୍ପର୍କିତ ନିଷ୍ପତ୍ତିରେ ଆଇସିସି ନିକଟରୁ ସ୍ପଷ୍ଟତା ମାଗିବ। ସେପଟେ ଭାରତର ଏହି ନିଷ୍ପତ୍ତି ପରେ ଆଗାମୀ ପଦକ୍ଷେପ ନେବାକୁ ପିସିବି ପାକିସ୍ତାନ ସରକାରଙ୍କ ଦ୍ୱାରସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

‘ପୁରୁଷଙ୍କ କୋଠରୀରୁ ଆରମ୍ଭ ହୁଏ ମହିଳାଙ୍କ ରାଜନୀତି’ ପପୁ ଯାଦବଙ୍କ ବୟାନକୁ ନେଇ ହଙ୍ଗାମା

ପାଟନା,୨୧।୪: ଏମପି ପପୁ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ହଇଚଇ ସୃଷ୍ଟି କରିଛି। ମହିଳା କମିଶନ ଏହି ମନ୍ତବ୍ୟ ଉପରେ ଆକ୍ସନ ମୋଡକୁ…

ସାଇଲେଣ୍ଟ ଗେମ୍ କରିଦେଲା ଚାଇନା, ଘରୁ ବାହାରି ପାରୁନାହାନ୍ତି ତାଇଓ୍ବାନ ରାଷ୍ଟ୍ରପତି

ବେଜିଂ,୨୧।୪: ଚାଇନା ତାଇୱାନର ରାଷ୍ଟ୍ରପତି ୱିଲିୟମ୍ ଲାଇ ଚିଙ୍ଗ-ତେଙ୍କ ବିରୁଦ୍ଧରେ ଏକ ସାଇଲେଣ୍ଟ ଗେମ୍ ଖେଳିଛି। ଫଳସ୍ୱରୂପ, ରାଷ୍ଟ୍ରପତି ଲାଇ ତାଙ୍କ ଘର ଅର୍ଥାତ୍ ଦେଶ ବାହାରକୁ…

ରାଉ‌ରକେଲାରେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି, ଖରାକୁ ଖାତିର ନକରି…

ରାଉରକେଲା,୨୧।୪(ସଂଗୀତା ଜେନା) ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଉରକେଲା…

ମୋଦିଙ୍କୁ ‘ଆତଙ୍କବାଦୀ’ କହିଲେ ଖାର୍ଗେ: ବଢିଲା ବିବାଦ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ବୋଲି ଆଖ୍ୟା ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଏକ…

CSKକୁ ଲାଗିଲା ବଡ଼ ଝଟକା, ସିଜନରୁ ବାଦ ପଡିଲେ ସର୍ବାଧିକ ସ୍କୋର୍ କରିଥିବା ଖେଳାଳୀ

ନୂଆଦିଲ୍ଲୀ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୨୦୨୬ ଆଇପିଏଲ ସିଜିନ୍ ଭଲ ନଥିଲା। ଚଳିତ ସିଜିନ୍ ମଧ୍ୟଭାଗରେ, ଚେନ୍ନାଇ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି…

‘ଯୁଦ୍ଧବିରତି ଉଲ୍ଲଂଘନ କଲେ ଉପଯୁକ୍ତ ଜବାବ ଦେବୁ..’, ଆମେରିକାକୁ ଇରାନର ଚେତାବନୀ

ତେହରାନ,୨୧।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୁଣିଥରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉଭୟ ପକ୍ଷ ଦ୍ୱାରା ଗ୍ରହଣ…

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri