Posted inଖେଳ

ପାକିସ୍ତାନ ଯିବାକୁ ମନା କଲା ବିସିସିଆଇ; ଏବେ କୋର୍ଟରେ ହୋଇପାରେ ଲଢେଇ

ନୂଆଦିଲ୍ଲୀ,୧୦।୯: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଅଂଶ ଗ୍ରହଣ କରିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ବିସିସିଆଇ ମନା କରିଦେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କୋର୍ଟ ଅଫ ଆର୍ବିଟେସନ ଫର ସ୍ପୋର୍ଟ(କାସ୍) ଦ୍ୱାରସ୍ତ ହୋଇପାରେ। ଏହି ପ୍ରତିଯୋଗିତାରେ ଭାରତୀୟ କ୍ରିକେଟ୍ ଦଳର ସମ୍ଭାବ୍ୟ ଅଂଶଗ୍ରହଣକୁ ନେଇ ଅନେକ ଚର୍ଚ୍ଚା ଚାଲିଛି କାରଣ ରାଜନୈତିକ ତିକ୍ତତାକୁ ନେଇ ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଉଭୟ ପକ୍ଷ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳି ନାହାଁନ୍ତି। ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଗସ୍ତରେ ଆସିଥିଲା ୨୦୨୫ ମସିହାରେ ଭାରତ ପାକିସ୍ତାନ ଯାତ୍ରା କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ମିଡିଆ ରିପୋର୍ଟରେ ଅନୁଯାୟୀ ବିସିସିଆଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କୁ ‘ହାଇବ୍ରିଡ୍’ ଉପାୟରେ ଦୁବାଇଠାରେ ଭାରତ ମ୍ୟାଚ୍ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲା। ତେବେ ପିସିବି ମୁଖ୍ୟ ମୋହସିନ୍ ନାକଭି ଏଭଳି ଯୋଗାଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ, ପାକିସ୍ତାନ ବାହାରେ ପ୍ରତିଯୋଗିତାର କୌଣସି ମ୍ୟାଚ୍ ଅନୁଷ୍ଠିତ ହେବ ନାହିଁ।

ଏହାପୂର୍ବରୁ ପିଟିଆଇ ରିପୋର୍ଟ କରିଥିଲା ଯେ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ସୂଚନା ଦେଇଛି ଯେ ଏହି ପ୍ରତିଯୋଗିତା ପାଇଁ ଭାରତ ପାକିସ୍ତାନ ଯିବ ନାହିଁ। ସେପଟେ ବର୍ତ୍ତମାନର ସରକାରରେ ଫେଡେରାଲ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ଥିବା ନକଭି କହିଛନ୍ତି ଯେ ଯଦି ଭାରତ ପାକିସ୍ତାନକୁ ଆସେ ନାହିଁ ତେବେ ତାଙ୍କୁ ଆଗାମୀ ନିଷ୍ପତ୍ତି ପାଇଁ ତାଙ୍କ ସରକାରଙ୍କ ସହ ପରାମର୍ଶ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିରାଟ’ଙ୍କ ଜର୍ସି ପିନ୍ଧିବେ ରବିନ୍ଦ୍ର ଜାଡେଜା !

ନୂଆଦିଲ୍ଲୀ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି। ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନ ଏବଂ...

ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି କ୍ରିକେଟର,୧୪ ବର୍ଷ କ୍ୟାରିୟରରେ…

ନୂଆଦିଲ୍ଲୀ,୨୨।୧: ଗୋଟିଏ ପଟେ ଇଂଲଣ୍ଡ ଦଳ ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବା ବେଳେ ଜଣେ ଇଂଲଣ୍ଡ କ୍ରିକେଟର ଅବସର ଘୋଷଣା କରି ଚମକାଇଛନ୍ତି। ସେ...

ଇଡେନ୍‌ ଗାର୍ଡେନରେ ଅଭିଷେକ ଶର୍ମା ଝଡ଼: ୭ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମାତ୍ର ୧୩୨ ରନ୍‌ରେ ଅଲଆଉଟ୍‌...

ଷଡଯନ୍ତ୍ର କରି କ୍ୟାରିୟର ଶେଷ କରିଦେଲେ, ଟିମ୍ ମ୍ୟାନେଜମେଣ୍ଟ ଉପରେ ଲାଗିଲା ବଡ଼ ଅଭିଯୋଗ

କୋଲକାତା,୨୨।୧: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଚୟନକୁ ନେଇ ଚର୍ଚ୍ଚା ଜାରି ରହିଥିଲା ବେଳେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରସଙ୍ଗ ଉଠାଇଛନ୍ତି ପୂର୍ବତନ...

ଇତିହାସ ରଚିଲେ ଅର୍ଶଦୀପ ସିଂ, ରେକର୍ଡ ଭାଙ୍ଗି ପାଲଟିଲେ ନମ୍ବର-୧ ବୋଲର୍‌…

କୋଲକାତା,୨୨।୧: ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଭାରତର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି-୨୦...

ଅର୍ଶଦୀପ-ବରୁଣଙ୍କ ଚକ୍ରବ୍ୟୁହରେ ଫସିଗଲା ଇଂଲଣ୍ଡ, ଭାରତକୁ ମିଳିଲା ୧୩୩ ରନ୍‌ର ଟାର୍ଗେଟ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ଭାରତକୁ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଦଳ ପକ୍ଷରୁ ବରୁଣ...

IND vs ENG: ଟସ୍‌ ଜିତି ବୋଲିଂ କରୁଛି ଟିମ୍‌ ଇଣ୍ଡିଆ, କାହିଁକି ବାଦ୍‌ ପଡ଼ିଲେ ଶାମି?

କୋଲକାତା,୨୨।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯାଉଥିବା ଏହି...

ବିସିସିଆଇର ବଡ଼ ନିଷ୍ପତ୍ତି: ଟିମ୍‌ ଇଣ୍ଡିଆ ଜର୍ସିରେ ରହିବ ପାକିସ୍ତାନର ନାମ…

ନୂଆଦିଲ୍ଲୀ,୨୨।୧: ଫେବୃଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି। ପାକିସ୍ତାନ ଆୟୋଜକ ଅଧୀନରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ ହାଇବ୍ରିଡ ମଡେଲରେ ହେବ। ଏହାର ଅର୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri