ଭାରତଠାରୁ ସହାୟତା ନେବ କି ନାହିଁ ଚିନ୍ତା କରୁଛି ପାକିସ୍ତାନ

ଇସଲାମାବାଦ,୩୧ା୮: କିଛି ସପ୍ତାହ ଧରି ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁ ଦେଶରେ ବିସ୍ଥାପିତ ହୋଇଥିବା ହଜାର ହଜାର ଲୋକ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ବନ୍ୟାଜଳ ଦ୍ୱାରା ଫସଲ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଖାଦ୍ୟ ସାମଗ୍ରୀର ତୀବ୍ର ଅଭାବ ମଧ୍ୟରେ ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱୀ ଦେଶ ଭାରତରୁ ସହାୟତା ନେବାକୁ ଚିନ୍ତା କରୁଛି। ପାକିସ୍ତାନୀ ମନ୍ତ୍ରୀ କହିଛନ୍ତି, ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ତର୍ଜାତୀୟ ସହାୟତା ଏଜେନ୍ସିମାନେ ସେମାନଙ୍କୁ ଭାରତରୁ ଖାଦ୍ୟ ଆମଦାନୀ ଉପରେ ପ୍ରତିବନ୍ଧକକୁ ହଟାଇବାକୁ ଅନୁରୋଧ କରୁଛନ୍ତି।

ପାକିସ୍ତାନକୁ ସାହାଯ୍ୟ କରିବାକୁ ଆମେରିକା ଅନ୍ୟ ଦେଶରୁ ୧୬୦ ମିଲିୟନ ଡଲାର ପାଇଁ ନିବେଦନ କରିଛି। ବନ୍ୟା ଯୋଗୁ ପାକିସ୍ତାନ ଖାଦ୍ୟ ଅଭାବର ସମ୍ମୁଖୀନ ହେବା ସହିତ ମୂଲ୍ୟ ବୃଦ୍ଧି ସହିତ ବନ୍ୟା ଦ୍ୱାରା ପ୍ରଭାବିତ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି।

ପାକିସ୍ତାନର ଅର୍ଥମନ୍ତ୍ରୀ ମିଫ୍‌ତାହ ଇସମାଇଲ କହିଛନ୍ତି, ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ଭାରତ ସହ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ଉପରେ ସରକାର ପ୍ରତିବନ୍ଧକକୁ ହ୍ରାସ କରିବାକୁ ଚାହୁଁଛନ୍ତି। ଇସ୍‌ମାଇଲ ତାଙ୍କ ଟୁଇଟରକେହିଛନ୍ତି ଯେ ଏକରୁ ଅଧିକ ଆନ୍ତର୍ଜାତୀୟ ସଂସ୍ଥା ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କୁ ଭାରତରୁ ଖାଦ୍ୟ ସାମଗ୍ରୀ ଆଣିବାକୁ ଅନୁମତି ଦିଅନ୍ତୁ। ଯୋଗାଣ ସର୍ତ୍ତାବଳୀକୁ ଆଧାର କରି ଏବଂ ଏହାର ସହଯୋଗୀ ଅଂଶୀଦାର ତଥା ପ୍ରମୁଖ ହିତାଧିକାରୀଙ୍କ ସହ ପରାମର୍ଶ କରିବା ପରେ ସରକାର ଅନୁମତି ଦେବେ କି ନାହିଁ ସେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଯୁବତୀ-ନିଶାଦ୍ରବ୍ୟ ଚୋରା କାରବାର କରୁଛନ୍ତି ରୋହିଙ୍ଗ୍ୟା, ଶେଖ ହସିନାଙ୍କ ସୂଚନା…

ଢାକା, ୨୧।୬ : ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଆଶ୍ରୟ ଦେଉଥିବା ବାଂଲାଦେଶ ବର୍ତ୍ତମାନ ସେମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛି। ରୋହିଙ୍ଗ୍ୟା ମୁସଲମାନମାନେ ବାଂଲାଦେଶରେ ସମସ୍ୟା ସୃଷ୍ଟି...

ଦେଶ ଛାଡ଼ିଲେ ପୂର୍ବତନ ମିସ୍‌ ୟୁକ୍ରେନ, ବଖାଣିଲେ ଯନ୍ତ୍ରଣା

କ୍ୱିଭ୍‌,୯ା୩: ରୁଷିଆ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ୟୁକ୍ରେନ ଛାଡ଼ି ଚାଲି ଆସୁଛନ୍ତି। ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି। ଲକ୍ଷ...

ଲିମ୍ପିଆଧୁରା-ଲିପୁଲେଖ-କାଲାପାନି ନେଇ ପୁଣି ଅଡ଼ି ବସିଲା ନେପାଳ…

କାଠମାଣ୍ଡୁ, ୨୯।୫ : ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା କହିଛନ୍ତି ଯେ ତାଙ୍କ ସରକାର ଏହାର ଅଞ୍ଚଳ ରକ୍ଷା କରିବାକୁ ପ୍ରସ୍ତୁତ। ଲିମ୍ପିୟାଧୁରା, ଲିପୁଲେଖ...

ଆମେରିକାରେ ସଶସ୍ତ୍ର ବିକ୍ଷୋଭ ଆଶଙ୍କା

ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଜାନୁୟାରୀ ୬ ଭଳି ହିଂସାତ୍ମକ ବିକ୍ଷୋଭ ଓ ଟ୍ରମ୍ପ୍‌ ସପକ୍ଷ ରାଲି...

ହଟିବ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ

ଓ୍ବାଶିଂଟନ,୨୫ା୧୨:ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବୈଜ୍ଞାନିକମାନେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ବୃହତ୍ତମ ସ୍ପେସ୍‌...

ବୁମେରାଂ ହେଲା ଷ୍ଟ୍ରାଟେଜି

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୨ା୩: ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ି ଫସିଯାଇଛି ରୁଷିଆ। ସାମରିକ ଦକ୍ଷତା ଦୃଷ୍ଟିରୁ ବହୁ ଦୁର୍ବଳ ୟୁକ୍ରେନ୍‌କୁ ଆକ୍ରମଣ କରି ସହଜରେ ଦଖଲ କରିବା ଲାଗି...

ମାରିଅମ ଥ୍ରେସିଆ ସନ୍ଥ ଘୋଷିତ

ଭାଟିକାନ୍‌ ସିଟି, ୧୪ା୧୦ : ଭାରତୀୟ ନନ୍‌ ମାରିଅମ୍‌ ଥ୍ରେସିଆ ଓ ଅନ୍ୟ ୪ ଜଣଙ୍କୁ ପୋପ୍‌ ଫ୍ରାନ୍ସିସ୍‌ ସନ୍ଥ ଭାବେ ଘୋଷଣା କରିଛନ୍ତି। ରବିବାର...

ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ

କ୍ୱିଭ୍‌,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ...

Advertisement
Archives

Model This Week