‘ସାରାବିଶ୍ୱରେ ପାକିସ୍ତାନ ଲୋକହସା ହୋଇଛି’

ଓ୍ବାଶିଂଟନ,୨୩ା୭: ଆମେରିକାର ରାଷ୍ଟ୍ରପତିଙ୍କ କଳା ପରାମର୍ଶଦାତା ସହିଦ ଅହମ୍ମଦ ଖାନ କହିଛନ୍ତି, ପାକିସ୍ତାନର ଆଭ୍ୟନ୍ତରୀଣ ରାଜନୀତିରେ ଆମେରିକାର କୌଣସି ସମ୍ପର୍କ ନାହିଁ। ଏଥିସହ ସେ କହିଛନ୍ତି, ଆମେରିକାର ସିନେଟରମାନେ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କୁ ନୁହେଁ, ମାନବିକ ଅଧିକାର ସମ୍ବନ୍ଧରେ ଏକ ସାଧାରଣ ଚିଠି ଲେଖିଛନ୍ତି।

ପାକିସ୍ତାନର ଆଭ୍ୟନ୍ତରୀଣ ରାଜନୀତିରେ ଆମେରିକାର କୌଣସି ସମ୍ପର୍କ ନାହିଁ ଏବଂ ଇମ୍ରାନଙ୍କ ସିଫର ବିବାଦ ପାକିସ୍ତାନକୁ ସାରା ବିଶ୍ୱରେ ଲୋକହସା କରିଛି ବୋଲି ଏକ କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତିଙ୍କ ପରାମର୍ଶଦାତା କହିଛନ୍ତି। ସେ କହିଛନ୍ତି, ଆମେରିକା ପାଇଁ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ହୋଇ ରହିଛି। ଚାଇନା ସହ ପାକିସ୍ତାନର ସମ୍ପର୍କ ଥିବାରୁ ରାଷ୍ଟ୍ରପତି ବାଇଡେନ ତାଙ୍କୁ ଅଣଦେଖା କରିବା ସତକଥା ନୁହେଁ।

ସହିଦ ଅହମ୍ମଦ ଖାନ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆମେରିକାର ସିନେଟରଙ୍କ ଚିଠି ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତା ତେବେ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ରୁ ସହାୟତା ପାଇ ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଚାମେଲି ଓଝାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା ବଲାଙ୍ଗୀର ସରପଞ୍ଚ ମହାସଂଘ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ବଲାଙ୍ଗୀର,୧୮ା୬(ସୁନିଲ କୁମାର ମହାନ୍ତି): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ ଏବଂ ନ୍ୟାୟ ପ୍ରଦାନ ପାଇଁ ବଲାଙ୍ଗୀର…

ଏମିତି ରେକର୍ଡ କଲେ ସ୍ମୃତି ମନ୍ଧାନା, କୋଶେ ଦୂରରେ ରିହିବେ ପୁରୁଷ କ୍ରିକେଟର

ନୂଆଦିଲ୍ଲୀ,୧୮।୬: ସ୍ମୃତି ମନ୍ଧାନା ଆଇସିସି ମହିଳା ବିଶ୍ୱକପ 2026 ରେ ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ; ପାକିସ୍ତାନ ବିପକ୍ଷରେ ୬୮ ରନର ଇନିଂସ ପରେ,…

ପୁରୀରେ ସ୍କୁଲ ଛୁଟି ବଢ଼ିଲା, ଖୋର୍ଦ୍ଧାରେ ବଦଳିଲା ସମୟ

ପୁରୀ/ଖୋର୍ଦ୍ଧା,୧୮ା୬: ଓଡ଼ିଶାର ବିଭିନ୍ନ ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାଛୁଟିକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। କେତେକ ଜିଲା ଗ୍ରୀଷ୍ମକାଳୀନ ଛୁଟି…

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ: ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା ପାଇଁ ମନା କରିବାରୁ…

କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ…

ପାଠ୍ୟପୁସ୍ତକ ତ୍ରୁଟି: ଆସନ୍ତାବର୍ଷକୁ ଆଉ ଭୁଲ୍‌ ହେବନି କହିଲେ SCERT ନିର୍ଦ୍ଦେଶିକା

ଭୁବନେଶ୍ୱର,୧୮ା୬: ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ SCERT ନିର୍ଦ୍ଦେଶିକା କହିଛନ୍ତି ଏଥର ଭୁଲ୍‌ ହୋଇଯାଇଛି। ଆସନ୍ତା ବର୍ଷକୁ ଭୁଲ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ଦ୍ଦେଶିକା। ଡିଇଓମାନଙ୍କୁ…

ଶସ୍ତା ହେବ କି ପେଟ୍ରୋଲ? ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଭାରତ ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୬: ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରଠାରୁ ହିଁ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି, କିନ୍ତୁ ଏହା ପରେ…

ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗ: ପ୍ରଥମଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ପାଇଁ…

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗାପ୍ରସନ୍ନ…

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କେଉଁଠି କ’ଣ ରହିଛି କାର୍ଯ୍ୟସୂଚୀ…

ଭୁବନେଶ୍ୱର,୧୮ା୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବେ। କାଲି ଅପରାହ୍ନ ୩ଟା ୪୫ରେ ଦାଣ୍ଡବୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri