Advertisement

ଇମ୍ରାନଙ୍କ ହକିକି ଆଜାଦି ମାର୍ଚ୍ଚ ପରେ ହେବ କି ଗୃହଯୁଦ୍ଧ ? ଗୃହ ମନ୍ତ୍ରଣାଳୟର ଚେତାବନୀ ଦୂରେଇ ରୁହନ୍ତୁ ସରକାରୀ କର୍ମଚାରୀ

ଇସଲାମାବାଦ,୨୮ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଇସଲାମାବାଦ ପର୍ଯ୍ୟନ୍ତ ଲଙ୍ଗ ମାର୍ଚ୍ଚକୁ ନେଇ ଗୋଟିଏ ପଟେ ଫୌଜ ଅସୁବିଧାରେ ପଡି ଯାଉଛନ୍ତି ତ ଅନ୍ୟପଟେ ସରକାର ଏହାକୁ ନେଇ ହଡବଡେଇ ଯାଉଛନ୍ତି । ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଇମ୍ରାନଙ୍କ ହକିକି ଆଜାଦି ମାର୍ଚ୍ଚ ଠାରୁ ସରକାରୀ କର୍ମଚାରୀଙ୍କୁ ଦୂରେଇ ରହିବାକୁ କହିଛନ୍ତି । ଆଉ ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ଆବଶ୍ୟକ ପଡେ ତେବେ ଇମ୍ରାନଙ୍କୁ ଗିରଫ ବି କରାଯାଇପାରେ । ଏହି କଥାକୁ ନେଇ ପାକିସ୍ତାନର ଶହବାଜ ଶରିଫ ସରକାର ମନା ବି କରିପାରୁ ନାହାନ୍ତି । ବିଶେଷ ସୂତ୍ରର ଆଉ ଏକ ସୂଚନା ଅନୁଯାୟୀ, ଇମ୍ରାନଙ୍କ ବର୍ତ୍ତମାନର ଚାଲିଚଳନକୁ ନେଇ ସେନା ବି ଖୁସି ନାହିଁ ।
ନିକଟରେ ଇମ୍ରାନ ଖାଁଙ୍କୁ ନିର୍ବାଚନ କମିଶନଙ୍କଠାରୁ ଝଟକା ଲାଗିଥିଲା । ଏହାପରେ ବି ସେ ଲଗାତାର ଭାବେ ନିର୍ବାଚନ କରିବାକୁ ଦାବି କରି ଆସୁଥିଲେ । ଏହାକୁ ନେଇ ଶୁକ୍ରବାର ଇମ୍ରାନ ‘ହକିକି ଆଜାଦି ମାର୍ଚ୍ଚ’ ଆରମ୍ଭ କରିବାକୁ ଯାଉଛନ୍ତିି । ଏହାଦ୍ୱାରା ସରକାରଙ୍କୁ ନ୍ୟାଶନାଲ ଆସେମ୍ଲିକୁ ଭାଙ୍ଗି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବାକୁ ବାଧ୍ୟ କରାଯାଇପାରେ । ଇମ୍ରାନଙ୍କ ହକିକି ଆଜଦି ମାର୍ଚ୍ଚରେ ଇମ୍ରାନଙ୍କ ସହ ଶହ ଶହ ସମର୍ଥକ ଉପସ୍ଥିତ ରହିବେ । ଇମ୍ରାନଙ୍କ ଏହି ଲଙ୍ଗ ମାର୍ଚ୍ଚ ଲାହୋରର ଲିବର୍ଟି ଚୌକରୁ ଆରମ୍ଭ ହୋଇ ଇସଲାମାବାଦରେ ପହଞ୍ଚିବ । ଏହି ମାର୍ଚ୍ଚର ଠିକ୍ ପୂର୍ବରୁ ଇସଲାମାବାଦରେ ବହୁ ସଂଖ୍ୟାରେ ସେନା ଉପସ୍ଥିତ ରହିବେ । ଏହାକୁ ନେଇ ଅନୁମାନ କରାଯାଉଛିକି ଗୃହ ଯୁଦ୍ଧର ଆଶଙ୍କା ବଢି ଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ୟୁଟର୍ଣ୍ଣ: କହିଲା ଭାରତ ପାଇଁ ବନ୍ଦ ହୋଇନି ଆକାଶମାର୍ଗ

ଇସ୍‌ଲାମାବାଦ,୨୯।୮: ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଭାରତ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରି ଦେଇଥିବା ସୂଚନା ମିଳିଥିଲା। ହେଲେ ଗୁରୁବାର ପାକିସ୍ତାନ ବୈଦେଶିକ...

କରାଚୀ ଉପର ଦେଇ ଆକାଶ ମାର୍ଗକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୨୮।୮: ପାକିସ୍ତାନ କରାଚୀ ଉପରେ ଦେଇ ୩ଟି ଅନ୍ତର୍ଜାତୀୟ ଆକାଶ ମାର୍ଗରେ ବିମାନ ଉଡ଼ାଣ ବନ୍ଦ କରିଛି। ଏହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ...

ରୁଷିଆର ୫ ଯୁଦ୍ଧ ବିମାନ ଖସାଇଲା ୟୁକ୍ରେନ

ମସ୍କୋ,୨୪।୨: ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅନୁମତି ଦେବା ପରେ ରୁଷିଆ ସେନା ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ ମାଡ଼ କରିଛି। ସ୍ଥାନୀୟ...

ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା, ୧୦୩୫ ମୃତ, ୧୧୦ ଜିଲା ପ୍ରଭାବିତ, କୋଟି କୋଟି ଟଙ୍କା କ୍ଷତି

ଇସଲାମାବାଦ,୨୯ ।୮: ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହିଛି । ପ୍ରଥମେ ରାଜନୈତିକ ସଙ୍କଟ ପରେ ଆର୍ଥିକ ସଙ୍କଟ ଆଉ ଏବେ ବନ୍ୟା...

ସାର୍କ ବୈଠକ:ଜୟଶଙ୍କର ଉଦ୍‌ବୋଧନ ଦେବାବେଳେ ଉଠି ପଳାଇଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଭାରତର ବୈଦେଶିକ ଏସ୍‌. ଜୟଶଙ୍କର ଉଦ୍‌ବୋଧନ ଦେଉଥିବା ବେଳେ ପାକିସ୍ତାନ...

୨୩ବର୍ଷ ଧରି ପାକିସ୍ତାନରେ ଲୁଚି ରହିଛନ୍ତି ମୋଷ୍ଟ ଓ୍ବାଣ୍ଟେଡ୍‌ ଅଣ୍ଡରଓ୍ବାର୍ଲ୍‌ଡ ଡନ୍‌

ଇସ୍‌ଲାମାବାଦ,୨୪।୮: ପ୍ରଥମ ଥର ପାକିସ୍ତାନ ସ୍ବୀକାର କରିଛି ଯେ, ମୋଷ୍ଟ ଓ୍ବାଣ୍ଟେଡ୍‌ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ କରାଚିରେ ଲୁଚିଛନ୍ତି। ସେଠାରେ ପାକିସ୍ତାନ ଦାଉଦଙ୍କ ଉପରେ...

କୋଭିଡ ଭାକ୍ସିନର ବୁଷ୍ଟର ଡୋଜ୍‌କୁ ମିଳିଲା ଅନୁମତି: ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କୁ ଦିଆଯିବ ତୃତୀୟ ଡୋଜ୍‌

ଓ୍ବାଶିଂଟନ୍‌,୧୩।୮: ଆମେରିକାରେ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍‌ର ପ୍ରୟୋଗକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଆମେରିକାରେ ବର୍ତ୍ତମାନ କରୋନାର ହାଇ ରିସ୍କ ଥିବା ରୋଗୀଙ୍କୁ ଟିକାର ତୃତୀୟ...

‘ମୋ ଉପରେ ହୋଇପାରେ ପୁଣିଥରେ ଆକ୍ରମଣ’

ଇସଲାମାବାଦ୍‌,୨୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଶେହଓ୍ବାଜ ଶରିଫ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାୱଲପିଣ୍ଡିରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି...

Advertisement
Archives

Model This Week