Posted inଖେଳ

ହରମନପ୍ରୀତଙ୍କ ଉପରେ ରାଗିଗଲେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ,୨୬।୭:ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନ୍‌ପ୍ରୀତ କୌରଙ୍କୁ ପରବର୍ତ୍ତୀ ଦୁଇ ଅନ୍ତର୍ଜାତୀୟ ମ୍ୟାଚରୁ ସସ୍‌ପେଣ୍ଡ କରାଯାଇଛି। ଶନିବାର ଢାକାଠାରେ ବାଂଲାଦେଶ ବିପକ୍ଷ ଆଇସିସି ମହିଳା ଚାମ୍ପିୟନଶିପ୍‌ ତୃତୀୟ ମ୍ୟାଚ ବେଳେ ଦୁଇଟି ପୃଥକ୍‌ ପୃଥକ ଘଟଣାରେ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆଚରଣ ବିଧି ଉଲ୍ଲଂଘନ କରିଥିଲେ।
ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦି ମଧ୍ୟ ହରମାନପ୍ରୀତଙ୍କ ଏହି କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଫ୍ରିଦି କହିଛନ୍ତି ଯେ, ଏଭଳି ମୁହୂର୍ତ୍ତ ନିଶ୍ଚିତ ଭାବରେ ମ୍ୟାଚକୁ ଏକ ଭିନ୍ନ ସ୍ତରକୁ ନେଇଯାଏ, କିନ୍ତୁ ମହିଳା କ୍ରିକେଟରେ ଏହି ପ୍ରକାର କାର୍ଯ୍ୟ ପ୍ରାୟତଃ ଦେଖାଯାଏ ନାହିଁ। ଏହା କେବଳ ଭାରତରେ ନୁହେଁ। ଅତୀତରେ ମଧ୍ୟ ଆମେ ଏପରି ଜିନିଷ ଦେଖିଛୁ, କିନ୍ତୁ ମହିଳା କ୍ରିକେଟ ରେ ଆମେ ଏହି ଦୃଶ୍ୟକୁ ପ୍ରାୟତଃ ଦେଖୁନାହୁଁ। ଏହା ଅତ୍ୟଧିକ ଅଟେ। ଆଇସିସି ପାଇଁ ଏହା ଏକ ବଡ ମ୍ୟାଚ ଥିଲା। ଅମ୍ପାୟାରଙ୍କ ନିଷ୍ପତ୍ତିରେ ଜଣେ କ୍ରୋଧିତ ହୋଇପାରନ୍ତି, କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯିବା ଉଚିତ୍‌।
ସୂଚନାଯୋଗ୍ୟ, ଭାରତ ଇନିଂସର ୩୪ତମ ଓଭରରେ ସ୍ପିନର ନାହିଦା ଅକତରଙ୍କ ବୋଲିଂରେ ସ୍ଲିପ୍‌ ଅଞ୍ଚଳରେ କ୍ୟାଚ ଆଉଟ ହୋଇଯାଇଥିଲେ ହରମନ୍‌ପ୍ରୀତ। ଏଥିରେ ହତାଶାଭାବ ପ୍ରକାଶ କରିବାକୁ ଯାଇ ସେ ତାଙ୍କ ବ୍ୟାଟ୍‌ରେ ଉଇକେଟକୁ ପ୍ରହାର କରିଥିଲେ। ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଲାଗି ଉଦ୍ଦିଷ୍ଟ ଆଇସିସି ଆଚରଣ ବିଧି ଧାରା ୨.୮ ଅନ୍ତର୍ଗତ ଲେଭଲ-୨ ଅପରାଧ ପାଇଁ କୌରଙ୍କୁ ତାଙ୍କ ମ୍ୟାଚ ଫି’ର ୫୦ ପ୍ରତିଶତ ଜରିମାନା ହୋଇଥିବା ବେଳେ ତାଙ୍କ ଡିସିପ୍ଲିନାରି ରେକର୍ଡରେ ୩ ଡିମେରିଟ୍‌ ପଏଣ୍ଟ ଯୋଗ କରାଯାଇଛି। ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିବାରୁ ଭାରତୀୟ ଅଧିନାୟିକାଙ୍କୁ ଏହି ଦଣ୍ଡ ମିଳିଛି। କୌରଙ୍କୁ ଆହୁରି ମଧ୍ୟ ଲେଭଲ ୧ ଅପରାଧ ପାଇଁ ତାଙ୍କ ମ୍ୟାଚ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଏକ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବସାଧାରଣରେ ସମାଲୋଚନା ପାଇଁ ତାଙ୍କୁ ଏହି ଦଣ୍ଡ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?