Posted inଜାତୀୟ

ପାକିସ୍ତାନ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌, ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀ ସକ୍ରିୟ…

ଶ୍ରୀନଗର, ୧୧।୮: ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ-କଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଭାରତ-ପାକିସ୍ଥାନ ସୀମାରେ ଏହାର ଲଞ୍ଚପ୍ୟାଡ୍‌କୁ ପୁଣି ଥରେ ସକ୍ରିୟ କରାଯାଇଛି। ଏବଂ ପ୍ରାୟ ୨୫୦ ଆତଙ୍କବାଦୀ ଏହି ଲଞ୍ଚ ପ୍ୟାଡରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।
ଜମ୍ମୁ-କଶ୍ମୀର ପୋଲିସର ସୂଚନାନୁସାରେ, ବିଭିନ୍ନ ଆତଙ୍କବାଦୀ ସଂଗଠନ ସହଯୋଗରେ ଆଇଏସଆଇ ଦ୍ୱାରା ଏହି ଲଞ୍ଚ ପ୍ୟାଡ ସକ୍ରିୟ କରାଯାଇଛି। ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ନିର୍ଦ୍ଦେଶରେ ଗାଜୱାତ ନାମକ ଏକ ସଂଗଠନ ମଧ୍ୟ ଗଠନ ହୋଇଛି।
ଦୀର୍ଘ ଦିନ ଧରି ପାକିସ୍ତାନ ଭାରତ ବିରୋଧରେ ଡ୍ରୋନ ଆକ୍ରମଣ ଷଡଯନ୍ତ୍ର କରିଆସୁଛି। ପାକିସ୍ତାନ ପଞ୍ଜାବ, ଜମ୍ମୁ-କଶ୍ମୀରକୁ ଡ୍ରୋନ ପଠାଉଛି। ପାକିସ୍ତାନ କାଶ୍ମୀରର ଭାରତୀୟ ସୀମା ନିକଟ ଶଙ୍କରଗଡ ଅଞ୍ଚଳରେ ଡ୍ରୋନ ଷଡଯନ୍ତ୍ରର ଏକ କଣ୍ଟ୍ରୋଲ ରୁମ ସ୍ଥାପନ କରିଛି। ଆଇଏସଆଇ ସହମତିରେ ଏକ ଆକ୍ରମଣ ବ୍ରିଗେଡ ମଧ୍ୟ ଗଠନ କରାଯାଇଛି।
ସୂଚନାଯୋଗ୍ୟ, ଜୁନ ୨୭ରେ ଜମ୍ମୁରେ ବାୟୁସେନା ଷ୍ଟେସନରେ ଡ୍ରୋନ ବିସ୍ଫୋରଣ ଘଟିଥିଲା। ସେବେଠାରୁ ପାକିସ୍ତାନ କ୍ରମାଗତ ଭାବରେ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ଡ୍ରୋନ ପଠାଉଛି। ଅଗଷ୍ଟ ୧୫ରେ ଭାରତ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚାଯାଇଛି।
ଭାରତ ବିରୋଧରେ ପାକିସ୍ତାନ ଫ୍ଲାଇଙ୍ଗ୍‌ ଆତଙ୍କବାଦର ଏକ ନୂଆ ମଡ୍ୟୁଲ ପ୍ରସ୍ତୁତ କରିଛି। ଅମୃତସରରୁ ସୀମା ନିକଟରେ ଡ୍ରୋନ ତଳକୁ ପଡ଼ିଥିବା ବ୍ୟାଗରୁ ଏହା ସ୍ବତଃ ପ୍ରତିପାଦିତ ହୋଇଛି। ପୋଲିସ ଏହି ସନ୍ଦେହଜନକ ବ୍ୟାଗରୁ ବ୍ୟାଗଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

ପୁରୀ ରଥଯାତ୍ରା ଡ୍ୟୁଟିବେଳେ ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା

ବଞ୍ଚୋ,୧୫ା୭(ପ୍ରଦୋଷ ବିଶ୍ୱାଳ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ସମୟରେ କେନ୍ଦୁଝର ପୋଲିସ ବିଭାଗର ଜଣେ ହୋମଗାର୍ଡଙ୍କ ଅକାଳ ବିୟୋଗ ଘଟିଥିଲା। ଏହି ଘଟଣା ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri