Posted inଜାତୀୟ

ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ-ଚାଇନା ମିଳିତ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌…

ଶ୍ରୀନଗର,୧।୧୨: ଜମ୍ମୁ-କଶ୍ମୀରର ଏଲ୍‌ଓସି ବାଟେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ତେବେ ଏବେ ପାକିସ୍ତାନ ସହିତ ଏନେଇ ଚାଇନା ହାତ ମିଳାଇଛି। ହୋଇଥିବା ଏକ ଅନୁପ୍ରବେଶ ଷଡ଼ଯନ୍ତ୍ରର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ଗୁପ୍ତ ତଥ୍ୟ ଆଧାରରେ ଜଣାପଡ଼ିଛି ଯେ, ଡ୍ରୋନ ପରେ ହ୍ୟାଣ୍ଡ ଗ୍ଲାଇଡିଂ ମାଧ୍ୟମରେ ପାକିସ୍ତାନ ଏକ ନୂଆ ଆତଙ୍କବାଦୀ ଷଡଯନ୍ତ୍ର ରଚିଛି।

ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ପାକିସ୍ତାନ ହ୍ୟାଣ୍ଡ ଗ୍ଲାଇଡିଂ ଉପରେ ତାଲିମ ଦେଉଛି। ହ୍ୟାଣ୍ଡ ଗ୍ଲାଇଡିଂ ମାଧ୍ୟମରେ ୧୬ କିଲୋଗ୍ରାମ ବିସ୍ଫୋରକ କିମ୍ବା ଅନ୍ୟ କୌଣସି ସାମଗ୍ରୀ ଅବା ଅସ୍ତ୍ରଶସ୍ତ୍ର ୬୦୦ ମିଟରରୁ ୧୨୦୦ ମିଟର ପର୍ଯ୍ୟନ୍ତ ପଠାଯାଇ ପାରିବ। ଏହା ସହିତ ଏକ କିଲୋମିଟର ଦୂରରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଅବା କାର୍ଯ୍ୟାଳୟ ଉପରେ ଆକ୍ରମଣ ମଧ୍ୟ କରାଯାଇ ପାରିବ। ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କ ସହ ଚାଇନା ସାମରିକ ବିଶେଷଜ୍ଞମାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତୁଷାରପାତ ସମୟରେ ଆତଙ୍କବାଦୀଙ୍କୁ ହ୍ୟାଣ୍ଡ ଗ୍ଲାଇଡର ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର ତାଲିମ ଦିଆଯାଉଛି।

ଇତିମଧ୍ୟରେ ଆଫଗାନିସ୍ତାନରେ ଲଢୁଥିବା ୮,୦୦୦ ଆତଙ୍କବାଦୀ ପାକିସ୍ତାନର ବିଭିନ୍ନ ଶିବିରକୁ ଫେରିଛନ୍ତି।
ଡ୍ରୋନ ଆଣ୍ଟି ସିଷ୍ଟମ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆଠଟି କମ୍ପାନୀ ସହିତ ଯୋଗାଯୋଗ କରାଯାଇଛି। ବିଏସଏଫ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ୬୭ଟି ଡ୍ରୋନକୁ ସୀମାରେ ଦେଖିବାକୁ ମିଳିଛି। ଚିନ୍ତା ଜନକ ବିଷୟ ହେଉଛି ଯେ, ଡ୍ରୋନ ବିପଦର ମୁକାବିଲା କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଫୁଲ୍‌ ପ୍ରୁଫ ନିର୍ଭର ଯୋଗ୍ୟ ସିଷ୍ଟମ୍‌ ଭାରତ ପାଖରେ ନାହିଁ।

ଏପରିସ୍ଥଳେ ଏଲ୍‌ଓସି ନିକଟରେ ଥିବା ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରେ ଥିବା ଲଞ୍ଚ୍‌ପ୍ୟାଡ୍‌ ସକ୍ରିୟ ହେବାରେ ଲାଗିଥିବାରୁ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ସଦସ୍ୟଙ୍କ ଆୟକୁ ନେଇ ଏଡିଆର୍‌ ରିପୋର୍ଟ: ଶେୟାରରୁ ମିଳୁଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ, ୧୨ା୯ (ପି.ଟି.): ରାଜ୍ୟ ସଭା ସଦସ୍ୟମାନେ ବେଳେବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରି ସିଧା ପାର୍ଲାମେଣ୍ଟକୁ ଯାଇଥାନ୍ତି। ଏମିତିକି ରାଜନୈତିକ ସ୍ବାର୍ଥସାଧନ ଲାଗି ଏହି...

ନିର୍ବାଚନ ବେଳେ ମାଗଣା ପ୍ରତିଶ୍ରୁତି ଏକ ଗୁରୁତର ଅର୍ଥନୈତିକ ସମସ୍ୟା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪୮: ନିର୍ବାଚନ ଆସିଲେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନେତା ଓ ମନ୍ତ୍ରୀ ଲାଗିପଡ଼ନ୍ତି। ବିଭିନ୍ନ ଯୋଜନାର ପ୍ରତିଶ୍ରୁତି ସାଙ୍ଗକୁ ମାଗଣା ସାମଗ୍ରୀର ଘୋଷଣା କରିଥାନ୍ତି।...

ସୋସିଆଲ୍‌ ମିଡ଼ିଆ ଯୋଗୁ ୭୨ ବର୍ଷ ତଳେ ପରସ୍ପରଠାରୁ ଅଲଗା ହୋଇଥିବା ଭଉଣୀ-ଭାଇ ହେଲେ ଏକାଠି

ଶ୍ରୀଗଙ୍ଗାନଗର,୯।୧୨: ସୋସିଆଲ୍‌ ମିଡ଼ିଆ ଯୋଗୁ ଦୀର୍ଘ ୭୨ ବର୍ଷ ଧରି ପରସ୍ପରଠାରୁ ଅଲଗା ରହିଥିବା ଭଉଣୀ-ଭାଇ ପୁଣି ଏକାଠି ହୋଇଛନ୍ତି। ତେବେ ଏବେ ଭାଇ ରାଜସ୍ଥାନର...

ଶାହାଙ୍କ ଫୋନ୍‌ ନମ୍ବରରେ ଜାଲିଆତି: ୩ କୋଟି ଦାବିକରି ୨ ଗିରଫ

ନୂଆଦିଲ୍ଲୀ,୩୦।୧୨(ଆଇଏଏନ୍‌ଏସ୍‌): ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଥିବା ଲ୍ୟାଣ୍ଡଲାଇନ୍‌ ଫୋନ୍‌ ନମ୍ବରକୁ ଜାଲିଆତି କରି ହରିୟାଣାର ଜଣେ ମନ୍ତ୍ରୀଙ୍କଠାରୁ ୩ କୋଟି ଟଙ୍କା...

୨୦ ବର୍ଷରେ ବନ୍ୟାରେ କ୍ଷତି ହୋଇଛି ୫ ଶହ ୪୭ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୧୮।୭: ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ...

ସର୍ବଦୀଳୟ ବୈଠକରେ କଂଗ୍ରେସର ଦାବି: ସମସ୍ତଙ୍କର ହେଉ କରୋନା ଟେଷ୍ଟ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା, କଂଗ୍ରେସ...

ଭୂସୀମା ଉପରେ ନଜର ରଖିବା ପାଇଁ ନୌସେନାର ସହାୟତା ନେଉଛି ସ୍ଥଳସେନା…

ନୂଆଦିଲ୍ଲୀ,୧୯।୧୨ : ଚାଇନା ସହିତ ଲାଗି ରହିଥିବା ସୀମା ବିବାଦକୁ ନେଇ ଭାରତ ଏବେ ନିରନ୍ତର ନଜର ରଖିବା ପ୍ରଣାଳୀରେ ବୃଦ୍ଧି କରୁଛି। ଏଥିପାଇଁ ସେନା...

କାର୍ଗିଲ ବିଜୟର ୨୪ ବର୍ଷ, ବୀର ସୈନ୍ୟଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଆଜି ସମଗ୍ର ଦେଶ କାର୍ଗିଲ ବିଜୟ ଦିବସ ପାଳନ କରୁଛି। ୨୪ ବର୍ଷ ପୂର୍ବେ ୧୯୯୯ ଏହି ଦିନ କାର୍ଗିଲ ଶିଖରରେ ପ୍ରବେଶ କରିଥିବା...

Advertisement
Archives

Model This Week