Posted inଖେଳ

ଭାରତଠାରୁ ପରାଜୟ ପରେ ମୁଣ୍ଡ ନୁଆଁଇ ବସିଲେ ନଓ୍ବାଜ୍‌; ଡ୍ରେସିଂ ରୁମ୍‌ରେ ଅଧିନାୟକ ଦେଲେ ଏଭଳି ସ୍ପିଚ୍‌…

ମେଲବୋର୍ନ,୨୪।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଟିମ୍‌ ଇଣ୍ଡିଆ ବିପକ୍ଷରେ ପରାଜିତ ହେବା ପରେ ପାକିସ୍ତାନ ଟିମ୍‌ ନିରାଶ ହୋଇଛି। ଅଧିନାୟକ ବାବର ଆଜମ ଡ୍ରେସିଂ ରୁମ୍‌ରେ ସମସ୍ତ ଖେଳାଳିଙ୍କ କ୍ଲାସ ନେଇଛନ୍ତି। ନିଜର ବାର୍ତ୍ତାରେ ସେ ସ୍ପିନର ମହମ୍ମଦ ନଓ୍ବାଜଙ୍କ ସହ ବିଶେଷଭାବେ କଥା ହୋଇଛନ୍ତି। ନଓ୍ବାଜ ମୁଣ୍ଡ ନୁଆଁଇ ବସିଥିବାରୁ ତାଙ୍କୁ ନଇଁବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ବାବର କହିଛନ୍ତି, ଭଲ ମ୍ୟାଚ୍‌ ହୋଇଛି। ଆମେ ଚେଷ୍ଟା କଲେ। ଆମ ହାତରେ ପରିଶ୍ରମ ରହିଛି। କିଛି ଭୁଲ୍‌ ହେଲା। ସେଥିରୁ ଶିଖିବାର ଅଛି। ନଇଁବାର ନାହିଁ। ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଆଗକୁ ବଡ଼ ମ୍ୟାଚ୍‌ ଅଛି। ଜଣଙ୍କ ଯୋଗୁ ଆମେ ହାରିନାହେଁ। ଆମେ ସମସ୍ତେ ହାରିଛେ। ଏଣୁ ଜଣଙ୍କୁ କହିବା ଠିକ୍‌ ହେବ ନାହିଁ। ଆମେ ହାରିଛେ, ଆମେ ଜିତିବା ମଧ୍ୟ। ଏକାଠି ରହିବା। ଏହାଛଡ଼ା ନଓ୍ବାଜଙ୍କୁ ସେ କହିଛନ୍ତି, କିଛି ହୋଇନାହିଁ। ତୁମେ ପାକିସ୍ତାନ ଟିମ୍‌ର ମ୍ୟାଚ୍‌ ଓ୍ବିନର। ମୋତେ ତୋ ଉପରେ ସବୁବେଳେ ଭସା ଅଛି। ମୁଣ୍ଡ ନୁଆଁଅ ନାହିଁ। ତୁମେ ମ୍ୟାଚ୍‌ ଜିତାଇବ। ଚାପରେ ଥିବା ମ୍ୟାଚ୍‌ ଥିଲା। ହେଲେ ଶେଷଯାଏ ମ୍ୟାଚ୍‌କୁ ନେଇଯିବା ବଡ଼ କଥା। ସବୁ ଜିନିଷ ଏଠାରେ ହିଁ ଛାଡ଼ି ଯିବ, ଆଗକୁ ନୂଆ ଆରମ୍ଭ କରିବାର ଅଛି। ସମସ୍ତଙ୍କୁ ଅଲ୍‌ ଦ ବେଷ୍ଟ ବୋଲି ଅଧିନାୟକ କହିଛନ୍ତି।

କହିରଖୁଛୁ, ଭାରତୀୟ ଟିମ୍‌କୁ ଶେଷ ଓଭରରେ ବିଜେତା ହେବା ଲାଗି ୧୬ ରନ୍‌ର ଆବଶ୍ୟକତା ଥିଲା। ସେତେବେଳେ ନଓ୍ବାଜ ବୋଲିଂ କରିବାକୁ ଆସିଥିଲେ। ଏହି ଓଭରରେ ସେ ଦୁଇ ଉଇକେଟ ନେଇଥିଲେ ହେଁ ଗୋଟିଏ ନୋ ବଲ୍‌ ଲାଗି ମ୍ୟାଚ୍‌କୁ ଭାରତ ଜିତିନେଇଥିଲା। ବିରାଟ କୋହଲି ମ୍ୟାଚ୍‌କୁ ଜିତାଇବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri