୩ ବର୍ଷ ନ ପୂରୁଣୁ ରାସ୍ତା ଫାଟି ଆଁ

ବୁଗୁଡ଼ା,୨୪ା୧୦(ଡି.ଏନ୍‌.ଏ.): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ୩ ବର୍ଷ ନପୂରୁଣୁ ଫାଟି ଆଁ ହୋଇଗଲାଣି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ବୁଗୁଡ଼ା ବୁଦ୍ଧଖୋଲ ରାସ୍ତାଠାରୁ ଆଦିପୁର ଗ୍ରାମକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାରେ। ୨୦୧୮ ମସିହାରେ ସମୁଦାୟ ୧ କିମି ୨୮୦ ମିଟର ବିଶିଷ୍ଟ ରାସ୍ତା ପାଇଁ ୪୬ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ କରାଯାଇ ୨୦୧୯ରେ କାର୍ଯ୍ୟ ଶେଷ ହୋଇଥିଲା। ତେବେ ଦୀର୍ଘ ଦିନ ହେଲା ଏହି ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଫଳରେ ସ୍କୁଲ, କଲେଜକୁ ଆସୁଥିବା ଛାତ୍ରୀଛାତ୍ରଙ୍କ ସମେତ ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ଖରାପ ରାସ୍ତା ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଛି। ୨୦୨୪ ପର୍ଯ୍ୟନ୍ତ ମରାମତି ଦାୟିତ୍ୱ ସମ୍ପୃକ୍ତ ଠିକାଦାରର ହୋଇଥିଲେ ହେଁ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନ ଥିବା ଜଣାପଡ଼ିଛି। ଦୀର୍ଘ ୨ ବର୍ଷ ହେଲା ଏଠାରେ କୌଣସି ସ୍ଥାୟୀ ଯନ୍ତ୍ରୀ ନ ଥିବା ବେଳେ ବୁଗୁଡ଼ା ନିକଟ ଷୋଳମାଇଲିଠାରେ ଥିବା ବିଭଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୂତ କୋଠି ପାଲଟି ଗଲାଣି। ପୁରୁଷୋତ୍ତମପୁର ଯନ୍ତ୍ରୀ ବୁଗୁଡ଼ା ଅତିରିକ୍ତ ଦାୟିତ୍ୱରେ ଥିବା ବେଳେ ଦୀର୍ଘଦିନ ହେଲା ଯନ୍ତ୍ରୀଙ୍କ ଦେଖା ମିଳୁ ନ ଥିବାରୁ ଲୋକେ କାହାକୁ ଅଭିଯୋଗ କରିବେ ଜାଣି ପାରୁନାହାନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଲୋକନାଥ ନାୟକଙ୍କୁ ପଚରା ଯିବାରେ ସମ୍ପୃକ୍ତ ଠିକାଦାରଙ୍କୁ ମରାମତି ପାଇଁ ଚିଠି ହୋଇଛି ଯଦି ସେ ନ କରନ୍ତି ତା’ହେଲେ ତାଙ୍କର ସିକ୍ୟୁରିଟି ଟଙ୍କାରୁ ମରାମତି କାର୍ଯ୍ୟ କରାଯିବ। ତେବେ ରାସ୍ତା ମରାମତି କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ନେଇଗଲା ଜୀବନ: ଗାଁରେ ଭୟ

ସମ୍ବଲପୁର,୧୦।୫: ସମ୍ବଲପୁର ଜିଲା ନାକଟିଦେଉଳ ରେଞ୍ଜ ସାହେବୀ ପଞ୍ଚାୟତ ମାନକୁଣ୍ଡା ଜଙ୍ଗଲରେ ଏକ ଅଭାବନୀ ଘଟଣା ଘଟିଛି। ଏକ କଲରା ପତରିଆ ବାଘ ଆକ୍ରମଣରେ ସାଦ...

ଆଜି ନାମାଙ୍କନ ଭରିବେ ସିଦ୍ଧାର୍ଥ ରାଉତରାୟ: ଦେଲେ ପରିବେଶ ସୁରକ୍ଷା ବର୍ତ୍ତା

ଭୁବନେଶ୍ୱର,୧୦।୫: ନିମାପଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଶୁକ୍ରବାର ନାମାଙ୍କପତ୍ର ଦାଖଲ କରିବେ। ଏନେଇ ସିଦ୍ଧାର୍ଥ ନିଜ ସମର୍ଥକଙ୍କ ସହ ଏକ ବ୍ୟାଟେରୀ ଚାଳିତ...

ଜମୁଛି ପ୍ରଚାର: ଏମ୍‌ପି, ବିଧାୟକ ପ୍ରାର୍ଥୀ ଘରକୁ ଘର ବୁଲି କରୁଛନ୍ତି ଭୋଟ୍‌ଭିକ୍ଷା

ଦାରିଙ୍ଗବାଡ଼ି,୧୦ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆଠାରୁ କଂଗ୍ରେସ ଦଳର ଏମ୍‌ପି ଓ ବିଧାୟକ ପ୍ରାର୍ଥୀ ନିଜ ପ୍ରଚାର ଆରମ୍ଭ କରିଛନ୍ତ।...

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ ଦେବୁନି

ରାୟଗଡ଼ା,୧୦।୫(ଭାଗ୍ୟଶ୍ରୀ ମିଶ୍ର ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଜି ବି ଅନେକ ଅଞ୍ଚଳ ଅପହଞ୍ଚ l କଲ୍ୟାଣସିଂପୁରର ୧୫ ନମ୍ବର ୱାର୍ଡରେ ଥିବା ଘାଗୁଡ଼ିମାଳ...

ଲେଖାଶ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରତାପ

ବାଲେଶ୍ୱର,୧୦।୫(ମାନସ ବିଶ୍ୱାଳ): ଓଡ଼ିଶାରେ ଦୀର୍ଘ ୨୫ବର୍ଷ ଧରି ବିଜେଡି ଭ୍ରଷ୍ଟାଚାର ଓ ଦୁର୍ନୀତି କରିଆସୁଥିବା ଅଭିଯୋଗ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ଭାଜପା ରାଜ୍ୟ...

ମୋରମ,ମାଟି ଚାଲାଣକାରୀ ସକ୍ରିୟ

ମୋରଡ଼ା,୧୦ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ ବେଆଇନ ମାଟି ଓ଼ ମୋରମ ଚାଲାଣକାରୀ ସକ୍ରିୟ ହୋଇ ପଡ଼ିଛନ୍ତି। ସଂରକ୍ଷିତ ଜଙ୍ଗଲରୁ ମାଟି ଓ଼ ମୋରମ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri