ଇମ୍ରାନଙ୍କ ବିରୋଧରେ ହୋଇପାରେ ଦେଶଦ୍ରୋହ କାର୍ଯ୍ୟାନୁଷ୍ଠାନ

ଇସଲାମାବାଦ,୧୬ ।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାଁଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ପାକିସ୍ତାନ ସରକାର ଏବେ ତାଙ୍କ ବିରୋଧରେ ଦେଶଦ୍ରୋହ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଶୁକ୍ରବାର ପାକିସ୍ତାନ ସରକାର ଏକ ସମିତି ଗଠନ କରିଛନ୍ତି, ଯିଏ କି ଇମ୍ରାନ ଖାଁଙ୍କ ବିରୋଧରେ ଦେଶଦ୍ରୋହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସମ୍ପର୍କରେ ନିଷ୍ପତ୍ତି ନେବ ।
ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଖବରଦାତାଙ୍କୁ କହିଛନ୍ତି, ଏହି ସମିତି ଗଠନ କରିବାର ନିଷ୍ପତ୍ତି ମନ୍ତ୍ରିମଣ୍ଡଳ ପକ୍ଷରୁ ନିଆଯାଇଛି । ଏହି ସମିତି ସ୍ଥିର କରିବ ଯେ ପିଟିଆଇ ନେତୃତ୍ୱ ସମ୍ବିଧାନର ଅନୁଚ୍ଛେଦ ୬ର ଉଲ୍ଲଂଘନ କରିବାରେ ଦୋଷି କି ନା ।
ପାକିସ୍ତାନର ସମ୍ବିଧାନରେ ଅନୁଚ୍ଛେଦ ୬ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ବଳପୂର୍ବକ ବା ଅନ୍ୟ କୌଣସି ଅସମ୍ବିଧାନକ ଉପାୟରେ ସମ୍ବିଧାନକୁ ଅଯୋଗ୍ୟ କରିଥାଏ, ଉଲ୍ଲଂଘନ କରିଥାଏ, ନିଲମ୍ବିତ କରିଥାଏ, ସ୍ଥଗିତ କରିଥାଏ ବା ଏମିତି ଯୋଜନା କରିଥାଏ ତେବେ ସେ ଦେଶଦ୍ରୋହରେ ଦୋଷୀ ହୋଇଥାଆନ୍ତି । ଏହି ଦୋଷରେ ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲେଉଟି ମାରୁଛି ରୁଷିଆ

କିଭ୍‌/ମସ୍କୋ, ୩୧ା୩: ଗୋଟିଏ ପଟେ ଶାନ୍ତି ଆଲୋଚନାରେ ଆକ୍ରମଣ ହ୍ରାସ ପ୍ରତିଶ୍ରୁତି, ଅନ୍ୟପଟେ ସୈନ୍ୟ ଗତିବିଧି ବଢ଼ାଇ ଯୁଦ୍ଧର ତୀବ୍ରତା ବୃଦ୍ଧି। ତୁର୍କୀର ଇସ୍ତାନବୁଲରେ ରୁଷିଆ...

ଚାଇନାରେ କରୋନା ସଂକ୍ରମଣ ନେଇ ହାହାକାର, ଅଧାରୁ ଅଧିକ ଜନସଂଖ୍ୟା ସଂକ୍ରମିତ ହେବା ଆଶଙ୍କା…

ବେଜିଂ,୧୯।୧୨ : କରୋନା ସଂକ୍ରମଣ ହେତୁ ଚାଇନାରେ ହାହାକାର ସୃଷ୍ଟି ହୋଇଛି। ଚାଇନାର ଜଣେ ଉଚ୍ଚ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ କରୋନା ସଂକ୍ରମଣର ତିନୋଟି...

‘ରାତି ୮ଟାରେ ବଜାର ବନ୍ଦ ହେଲେ ଜନ୍ମନେବେ କମ ସନ୍ତାନ’: ପାକ ପ୍ରତିରକ୍ଷାମନ୍ତ୍ରୀ

ଇସଲାମାବାଦ,୬ ।୧: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆଶିଫଙ୍କ ଏକ ଅଜବ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି...

୬ ଫୁଟ୍‌ରୁ ଅଧିକ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ କରୋନା ଆଶଙ୍କା ଅଧିକ ନା କମ୍‌ ଜାଣନ୍ତୁ

କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ତେବେ କରୋନା ଏବେ ସବୁ ବୟସର ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ଏକ ଗବେଷଣାରୁ...

ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବୁଧବାର ଶପଥ ନେବେ ବୋରିସ

ଲଣ୍ଡନ,୨୩।୭: ବ୍ରିଟେନର ଶାସକ ଦଳ କଞ୍ଜରଭେଟିଭ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଲଣ୍ଡନର ପୂର୍ବତନ ମେୟର ବୋରିସ ଜନସନ ବିଜୟୀ ହୋଇଛନ୍ତି। ଏହି...

ଏହି ସୁନ୍ଦରୀଙ୍କୁ ଫେସ୍‌ବୁକ୍‌ରେ ମିଳିଲାନି ଅଧିକ ଲାଇକ୍‌: ଘଟାଇଲେ ଏମିତି କାଣ୍ଡ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ଏପରି ଏକ ସ୍ଥାନ ଯେଉଁଠାରେ ଲୋକେ ନିଜ ସୁଖ, ଦୁଃଖକୁ ପ୍ରତିମୁହୂର୍ତ୍ତରେ ବନ୍ଧୁଙ୍କ ସହ ଶେୟାର କରିଥାନ୍ତି। ଏହି କାରଣରୁ ଦୂରରେ ଥିବା...

ସଂକ୍ରମଣ ବଢୁଥିଲେ ବି ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ଲଣ୍ଡନ,୬ ।୭: ସାରା ବିଶ୍ୱରେ କରୋନା ମହାମାରୀ ଏବେବି ତା’ର ତାଣ୍ଡବ ରଚି ଚାଲିଛି । ଧିରେ ଧିରେ ଏହି ମହାମାରୀ ସହ ଲୋକେ ବଞ୍ଚିବା...

ବେଜିଂ ପରେ ଉହାନକୁ ବ୍ୟାପିଲା ଅସନ୍ତୋଷ ନିଆଁ…

ବେଜିଂ,୨୮।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଏହାକୁ ନେଇ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା...

Advertisement
Archives

Model This Week